ETV Bharat / bharat

ମଙ୍ଗପେଟରେ ଗୁଳିବିନିମୟ, ପୋଲିସ ଗୁଳିରେ ଟଳିଲେ 2 ମାଓବାଦୀ

author img

By

Published : Oct 19, 2020, 7:03 AM IST

Two Maoists killed in exchange of fire with police in Telangana
ମଙ୍ଗପେଟରେ ଗୁଳିବିନିମୟ,ପୋଲିସ ଗୁଳିରେ ଟଳିଲେ 2 ମାଓବାଦୀ

ମଙ୍ଗପେଟ ଜଙ୍ଗଲରେ ଗୁଳିବିନିମୟ । ପୋଲିସର ଗୁଳିରେ ଟଳିଲେ 2 ମାଓବାଦୀ । ଘଟଣାସ୍ଥଳରୁ କିଛି ମାରଣାସ୍ତ୍ର ଜବତ । ଅଧିକ ପଢନ୍ତୁ....

ହାଇଦ୍ରାବାଦ: ଦିନକୁ ଦିନ ମାଓବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ପୋଲିସ ଗୁଳିରେ ଟଳିଲେ 2 ମାଓବାଦୀ । ରବିବାର ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ପୋଲିସ ସହିତ ମାଓବାଦୀଙ୍କ ଗୁଳି ବିନିମୟ ବେଳେ 2 ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଏହା ସହ ଘଟଣାସ୍ଥଳରୁ ମାରଣାସ୍ତ୍ର ଜବତ କରାଯାଇଛି ।

ସୂଚନା ଅନୁସାରେ, ମଙ୍ଗପେଟ ଜିଲ୍ଲାରେ ମାଓବାଦୀ ଲୁଚି ରହିଥିବା ଖବର ପାଇଥିଲେ ପୋଲିସ । ଯୋଜନା ମୁତାବକ ସେହି ଅଞ୍ଚଳରେ ପୋଲିସର ଏକ ସ୍ପେଶାଲ ଟିମ କୁମ୍ବିଂ ଅପରେସନ ଆରମ୍ଭ କରିଥିଲା । ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ 2 ମାଓବାଦୀ ଟଳି ପଡିଥିଲେ । ତେବେ ମୃତ ମାଓବାଦୀଙ୍କ ପରିଚୟ ମିଳି ପାରି ନାହିଁ । ଗତ ସପ୍ତାହରେ ମାଓବାଦୀମାନେ ତେଲେଙ୍ଗାନା ରାଷ୍ଟ୍ରିୟ ସମିତି (ଟିଆରଏସ)ର ଜଣେ କର୍ମଚାରୀଙ୍କୁ ହତ୍ୟା କରିଥିଲେ ।

@ IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.