ETV Bharat / bharat

ଜମ୍ମୁ-କାଶ୍ମୀରର ଗୃହବନ୍ଦୀ ନେତାଙ୍କୁ ମୁକ୍ତ କର: ଆମେରିକା

author img

By

Published : Jan 25, 2020, 7:03 PM IST

top-us-envoy
ଏଲିସ ୱେଲସ୍‌

ବିନା କୌଣସି ଅଭିଯୋଗରେ କାଶ୍ମୀରରେ ଗୃହବନ୍ଦୀ ଭାବରେ ରଖାଯାଇଥିବା ରାଜନେତାଙ୍କୁ ତତ୍କାଳ ମୁକ୍ତ କରିବାକୁ ଭାରତକୁ ଅପିଲ କରିଛନ୍ତି ଆମେରିକାର ରାଷ୍ଟ୍ରଦୂତ ଏଲିସ ୱେଲସ୍‌ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ଏବଂ ଜମ୍ମୁ-କାଶ୍ମୀରର ଗୃହବନ୍ଦୀ ନେତାଙ୍କୁ ନେଇ ବଡ ବୟାନ ଦେଇଛନ୍ତି ଆମେରିକାର ରାଷ୍ଟ୍ରଦୂତ ଏଲିସ ୱେଲସ୍‌ । ଆଇନ୍‌ ଅଧିନରେ ସମସ୍ତଙ୍କୁ ସମାନ ସଂରକ୍ଷଣ ଦିଆଯାଉ ବୋଲି ସେ କହିଛନ୍ତି । ଏହା ସହିତ ସେ ବିନା କୌଣସି ଅଭିଯୋଗରେ କାଶ୍ମୀରରେ ଗୃହବନ୍ଦୀ ଭାବରେ ରଖାଯାଇଥିବା ରାଜନେତାଙ୍କୁ ତତ୍କାଳ ମୁକ୍ତ କରିବାକୁ ଭାରତକୁ ଅପିଲ କରିଛନ୍ତି ।

ନିକଟରେ ରାଇସିନ ଡାଇଲଗରେ ଯୋଗ ଦେବାକୁ ଭାରତ ଆସିଥିବା ଏଲିସ ଆମେରିକା ଫେରିବା ପରେ ଏଭଳି ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି, ଭାରତ ଯାତ୍ରା ସମୟରେ ସିଏଏକୁ ନେଇ ଦେଶରେ ଚାଲିଥିବା ଅନେକ ଘଟଣାକ୍ରମ ସମ୍ବନ୍ଧରେ ଅଧିକ ଜାଣିବାକୁ ମିଳିଲା । ସେଠାରେ ଯାହା ବି ଚାଲିଛି ତାକୁ ଗଣତାନ୍ତ୍ରିକ ପ୍ରକ୍ରିୟା କୁହାଯାଇପାରେ । ସିଏଏ ବିରୋଧରେ ସେଠାରେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇଥିଲେ । ଏହାକୁ ନେଇ ରାଜନୈତିକ, ଗଣମାଧ୍ୟମ ଏବଂ ଅଦାଲତରେ ଚର୍ଚ୍ଚା ମଧ୍ୟ ଜାରି ରହିଥିଲା । ଏହାକୁ ଗଣତାନ୍ତ୍ରିକ ପ୍ରକ୍ରିୟା କୁହାଯାଇପାରେ ବୋଲି ସେ କହିଛନ୍ତି ।

ଏହା ବ୍ୟତୀତ ଏଲିସ ଜମ୍ମୁ-କାଶ୍ମୀରକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପରେ ଖୁସି ବ୍ୟକ୍ତ କରିଛନ୍ତି । ଯେଉଁଥିରେ ଇଣ୍ଟରନେଟକୁ ଆଂଶିକ ରୂପରେ କୋହଳ କରାଯାଇଥିବା ନିଷ୍ପତ୍ତି ରହିଛି । ଅନ୍ୟପକ୍ଷରେ ବିନା କୌଣସି ଅଭିଯୋଗରେ କାଶ୍ମୀରରେ ଗୃହବନ୍ଦୀ ଭାବରେ ରଖାଯାଇଥିବା ରାଜନେତାଙ୍କୁ ତତ୍କାଳ ମୁକ୍ତ କରିବାକୁ ଭାରତକୁ ଅପିଲ୍‌ କରିଛନ୍ତି ସେ ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନେକ ନେତାଙ୍କୁ ଗୃହବନ୍ଦୀ ରଖିବାର ନିଷ୍ପତ୍ତି ନେଇଥିଲେ ସରକାର । ହେଲେ ସ୍ଥିତି ସାମାନ୍ୟ ହେଉଥିବା ଦେଖି ଧୀରେ ଧୀରେ ସେମାନଙ୍କୁ ମୁକ୍ତ କରାଯାଉଛି ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.