ETV Bharat / bharat

କେନାଲକୁ ଖସିଲା କାର, 6 ମୃତ

author img

By

Published : Mar 1, 2020, 10:01 PM IST

କେନାଲକୁ ଖସିଲା କାର, 6 ମୃତ
କେନାଲକୁ ଖସିଲା କାର, 6 ମୃତ

ଗୁଣ୍ଟୁର ଜିଲ୍ଲାରେ ବଡ ସଡକ ଦୁର୍ଘଟଣା । ଭଟ୍ଟିଚେରୁକୁରୁରେ ଏକ କାର ଗୋଟିଏ କେନାଲକୁ ଖସି ପଡିବା ଦ୍ବାରା 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଅମରାବତୀ: ଆନ୍ଧ୍ରପ୍ରଦେଶରେ ବଡ ଧରଣର ସଡକ ଦୁର୍ଘଟଣା । ଗୁଣ୍ଟୁର ଜିଲ୍ଲାର ଭଟ୍ଟିଚେରୁକୁରୁରେ ଏକ କାର ଗୋଟିଏ କେନାଲକୁ ଖସି ପଡିଛି । ଦୁର୍ଘଟଣା ପରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ 3 ଜଣ ଶିଶୁ ଥିବା ବେଳେ 2 ଜଣ ମହିଳା ରହିଛନ୍ତି ।

ଗୁରୁତର ଆହତଙ୍କୁ ସଙ୍ଗେସଙ୍ଗେ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । କାରରେ ଥିବା ସମସ୍ତ ଯାତ୍ରୀ ଆନ୍ଧ୍ରପ୍ରଦେଶର କାକୁମାନୁ ଅଞ୍ଚଳର ବୋଲି ଜଣାପଡିଛି । ଏମାନେ ସମସ୍ତେ ଏଟୁକୁରୁ ଗାଁରେ ଏକ ସମାରୋହରୁ ଫେରୁଥିଲେ । ସେହିପରି ରବିବାର ଏହା ପୂର୍ବରୁ ଗୁଣ୍ଟୁରରେ ଆଉ ଏକ ଦୁର୍ଘଟଣା ହୋଇଥିଲା । ଏକ ଲଙ୍କା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିବାରୁ 4 ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାରେ 3 ଜଣ ଆହତ ମଧ୍ୟ ହୋଇଛନ୍ତି । ଏହି ଦୁର୍ଘଟଣା ଗୁଣ୍ଟୁରର ରାମପୁରମରେ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.