ETV Bharat / bharat

ରେକର୍ଡ ସଂଖ୍ୟକ ମହାକାଶଯାନ ଉତକ୍ଷେପଣ କଲା ସ୍ପେସଏକ୍ସ

author img

By

Published : Jan 25, 2021, 3:17 PM IST

ଲୋନ୍ ମସ୍କଙ୍କ ‘ସ୍ପେସଏକ୍ସ’ ଏରୋସ୍ପେସ୍ କମ୍ପାନୀର ଏକ ରକେଟ୍ ରବିବାର ମହାକାଶକୁ 143 ମହାକାଶଯାନ ଉତକ୍ଷେପଣ କରିଛି, ଯାହା ଏକକ ମିଶନରେ ନିୟୋଜିତ ହୋଇଥିବା ଅଧିକାଂଶ ମହାକାଶଯାନ ପାଇଁ ଏକ ନୂତନ ରେକର୍ଡ ଅଟେ। ଅଧିକ ପଢନ୍ତୁ...

ରେକର୍ଡ ସଂଖ୍ୟକ ମହାକାଶଯାନ ଉତକ୍ଷେପଣ କଲା SpaceX
ରେକର୍ଡ ସଂଖ୍ୟକ ମହାକାଶଯାନ ଉତକ୍ଷେପଣ କଲା SpaceX

ହାଇଦ୍ରାବାଦ: ଏଲୋନ୍ ମସ୍କଙ୍କ ‘ସ୍ପେସଏକ୍ସ’ ଏରୋସ୍ପେସ୍ କମ୍ପାନୀର ଏକ ରକେଟ୍ ରବିବାର ମହାକାଶକୁ 143 ମହାକାଶଯାନ ଉତକ୍ଷେପଣ କରିଛି, ଯାହା ଏକକ ମିଶନରେ ନିୟୋଜିତ ହୋଇଥିବା ଅଧିକାଂଶ ମହାକାଶଯାନ ପାଇଁ ଏକ ନୂତନ ରେକର୍ଡ ଅଟେ। ଫାଲକନ୍-9 ରକେଟ୍ ଫ୍ଲୋରିଡାର କେପ୍ କାନଭେରାଲ୍ ସ୍ପେସ୍ ଫୋର୍ସ ଷ୍ଟେସନରେ ସ୍ପେସ୍ ଲଞ୍ଚ କମ୍ପ୍ଲେକ୍ସ-40ରୁ ଆଜି ଦିନ 10 ଟା ସମୟରେ ଉତକ୍ଷେପଣ କରାଯାଇଥିଲା ।

ରେକର୍ଡ ସଂଖ୍ୟକ ମହାକାଶଯାନ ଉତକ୍ଷେପଣ କଲା SpaceX

ରକେଟଟି 133 ବାଣିଜ୍ୟିକ ଏବଂ ସରକାରୀ ମହାକାଶଯାନ, 10 ଟି ଷ୍ଟାରଲିଙ୍କ ଉପଗ୍ରହକୁ ମହାକାଶକୁ ପଠାଇଛି । ଅନୁକୂଳ ପାଗ ହେତୁ ସ୍ପେସ୍ ଏକ୍ସ ଲଞ୍ଚକୁ ଗୋଟିଏ ଦିନ ବିଳମ୍ବ କରିଥିଲା । ଜାନୁଆରୀ 22 ରେ ଟେସଲା ଇନ୍କୋର ମୁଖ୍ୟ କାର୍ଯ୍ୟନିର୍ବାହୀ ମଧ୍ୟ ମସ୍କ ଟ୍ବିଟରରେ ଲେଖିଛନ୍ତି, ‘ ବିଭିନ୍ନ ଗ୍ରାହକଙ୍କ ପାଇଁ ଅନେକ ଛୋଟ ଉପଗ୍ରହ ଉତକ୍ଷେପଣ କରାଯିବ । ଛୋଟ କମ୍ପାନୀଗୁଡିକ ପାଇଁ କକ୍ଷପଥରେ ସ୍ବଳ୍ପ ମୂଲ୍ୟରେ ସେବା ଯୋଗାଇଦେବାକୁ ଆମେ ଉତ୍ସାହିତ’ ।

  • Falcon 9 launches 143 spacecraft to orbit — the most ever deployed on a single mission — completing SpaceX’s first dedicated SmallSat Rideshare Program mission pic.twitter.com/CJSUvKWeb4

    — SpaceX (@SpaceX) January 25, 2021 " class="align-text-top noRightClick twitterSection" data=" ">

ସର୍ବଭାରତୀୟ ସ୍ତରରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ପ୍ରଦାନ କରିବା ପାଇଁ ପ୍ରାୟ 800ରୁ ଉର୍ଦ୍ଧ୍ବ ସାଟେଲାଇଟକୁ କକ୍ଷପଥକୁ ଉତକ୍ଷେପଣ କରାଯାଇଥିଲା । ଏହା ଦ୍ବାରା ପ୍ରାୟ 10 ବିଲିୟନ ପୁଞ୍ଜିନିବେଶ ହୋଇପାରିବ ଓ ଇଣ୍ଟରପ୍ଲାନେଟାରୀ ରକେଟ୍ ପୋଗ୍ରାମ ପାଇଁ 30 ବିଲିୟନର ଫଣ୍ଡ ଆଦାୟ ହୋଇ ପାରି ବୋଲି ଷ୍ଟାରସିପ୍ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.