ETV Bharat / bharat

ଚୋର ନେଇଗଲେ ତିରୁମାଲାଙ୍କ ରୂପା ମୁକୁଟ ଓ ସୁନାମୁଦି

author img

By

Published : Aug 27, 2019, 3:48 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଆନ୍ଧ୍ର ପ୍ରଦେଶର ତିରୁମାଲା ମନ୍ଦିରରୁ ରୂପା ମକୁଟ ସହ ସୁନା ମୁଦି ଚୋରି ହୋଇଥିବା ଜଣାପଡିଛି ।

ଅମରାବତୀ: ଆନ୍ଧ୍ର ପ୍ରଦେଶର ତିରୁମାଲା ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ । ଟ୍ରେଜେରିରୁ ଅନେକ ସୂନା ଓ ରୂପା ଅଳଙ୍କାର ଚୋରି ହୋଇଥିବା ଜଣାପଡିଛି । ତେବେ ମନ୍ଦିର ଟ୍ରେଜେରିର ଦେଖାଶୁଣା ଦାୟିତ୍ବରେ ଥିଲେ ଆଭୁଷଣ ତିରୁମାଲା ତିରୁପତି ଦେବସଂସ୍ଥାନ ।

ଖବର ମୁତାବକ, ଟିଟିଡି ଟ୍ରେଜେରି ଘରୁ 2ଟି ସୁନାମୁଦି ଓ ଭଗବାନ ଭେଙ୍କେଟେଶ୍ବରଙ୍କର 5 କିଗ୍ରାର ରୂପାର ମୁକୁଟ ଚୋରି ହୋଇଛି । ଏନେଇ ଥାନାରେ ଅଭିଯୋଗ ପରେ ସହାୟକ କାର୍ଯ୍ୟକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତାଙ୍କ ଏକ ମାସର ଦରମା କାଟି ଦେଇଥିବାବେଳେ ଚୋରି ହୋଇଥିବା ଗହଣାର ସମସ୍ତ ଟଙ୍କା ସେ ପରିଶୋଧ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି ।

ତେବେ ଚଳିତବର୍ଷର ଆରମ୍ଭରୁ ଏହିଭଳି ଭାବେ 3ଟି ସ୍ବର୍ଣ୍ଣ ମକୁଟ ତିରୁପତିରେ ଶ୍ରୀଗୋବିନ୍ଦରାଜା ସ୍ବାମୀ ମନ୍ଦିରରୁ ଗାୟବ ହୋଇଯାଇଛି । ଯାହାକୁ ନେଇ ଜାରି ରହିଛି ତଦନ୍ତ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.