ETV Bharat / bharat

ଆସିଲା ସାମସଙ୍ଗ ଗାଲାକ୍ସି ଜେ ଫ୍ଲିପ୍ 5ଜି

author img

By

Published : Jul 23, 2020, 3:49 PM IST

ଆସିଲା ସାମସଙ୍ଗର ଗାଲାକ୍ସି ଜେ ଫ୍ଲିପ୍ 5ଜି
ଆସିଲା ସାମସଙ୍ଗର ଗାଲାକ୍ସି ଜେ ଫ୍ଲିପ୍ 5ଜି

ସାମସଙ୍ଗ ଗାଲାକ୍ସି ଜେ ଫ୍ଲିପ୍ 5ଜି ସ୍ମାର୍ଟଫୋନର ମୂଲ୍ୟ 1,449.99 ଡଲାର (1,11,900 ଟଙ୍କା) ରହିଛି । ଏହି ସ୍ମାର୍ଟଫୋନ୍ ମିଷ୍ଟିକ୍ ବ୍ରୋଞ୍ଜ୍ ଏବଂ ମିଷ୍ଟିକ୍ ଗ୍ରେ ରଙ୍ଗରେ ଉପଲବ୍ଧ ହେଉଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: କୋରିଆନ କମ୍ପାନୀ ସାମସଙ୍ଗ ଗାଲାକ୍ସି ଅନପ୍ୟାକ୍ ଇଭେଣ୍ଟରେ ଗାଲାକ୍ସି ଜେ ଫ୍ଲିପ୍ 5ଜି ଲଞ୍ଚ କରିବା ନେଇ ଘୋଷଣା କରିଥିଲା । କିନ୍ତୁ ବର୍ତ୍ତମାନ ଇଭେଣ୍ଟ ପୂର୍ବରୁ କମ୍ପାନୀ ଆନୁଷ୍ଠାନିକ ଭାବରେ ଏହି ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହା ସହିତ ଗାଲାକ୍ସି ଜେ ଫ୍ଲିପ୍ 5ଜିର ମୂଲ୍ୟ ମଧ୍ୟ ପ୍ରକାଶ ପାଇଛି । ତେବେ କମ୍ପାନୀ ଚଳିତ ବର୍ଷ ଆରମ୍ଭରେ ଗ୍ଲୋବାଲ ବଜାରରେ ଗାଲାକ୍ସି ଜେ ଫ୍ଲିପର 4ଜି ସେଟ୍ ଲଞ୍ଚ କରିଛି ।

ସାମସଙ୍ଗ ଗାଲାକ୍ସି ଜେ ଫ୍ଲିପ୍ 5ଜି ସ୍ମାର୍ଟଫୋନର ମୂଲ୍ୟ 1,449.99 ଡଲାର (1,11,900 ଟଙ୍କା) ରହିଛି । ଏହି ସ୍ମାର୍ଟଫୋନ୍ ମିଷ୍ଟିକ୍ ବ୍ରୋଞ୍ଜ୍ ଏବଂ ମିଷ୍ଟିକ୍ ଗ୍ରେ ରଙ୍ଗରେ ଉପଲବ୍ଧ ହେଉଛି । ଏଥି ସହିତ ସ୍ମାର୍ଟଫୋନର ବିକ୍ରି ଅଗଷ୍ଟ 7ରେ କମ୍ପାନୀର ଅଫିସିଆଲ୍ ସାଇଟ୍ ଟି-ମୋବାଇଲ୍ ଏବଂ ଆମାଜନରେ ଆରମ୍ଭ ହେବାକୁ ଯାଉଛି ।

ଏହି ଫୋନରେ 6.7 ଇଞ୍ଚ ଫୁଲ୍ ଏଚଡି ଡାଇନାମିକ୍ ଆମୋଲେଡ୍ ଡିସପ୍ଲେ ରହିଛି । ଯାହାର ରେଜୋଲୁସନ 1080x2636 ପିକ୍ସେଲ ଅଛି । ଏହା ସହିତ ବାହାର ପାଖରେ ଏକ ଇଞ୍ଚର ସ୍କ୍ରିନ୍ ଦିଆଯାଇଛି । ଏହା ବ୍ୟତୀତ ଉପଭୋକ୍ତାମାନେ ଏହି ଡିଭାଇସରେ ଉନ୍ନତ ପରଫରମାନ୍ସ ପାଇଁ କ୍ବାଲକମ ସ୍ନାପଡ୍ରାଗନ୍ 865 ପ୍ଲସ୍ ଏବଂ 8 ଜିବି ରାମ +256 ଜିବି ଷ୍ଟୋରେଜ୍ ପାଇପାରିବେ । ଫୋନଟି ଆଣ୍ଡ୍ରଏଡ୍ 10 ଅପରେଟିଂ ସିଷ୍ଟମରେ କାର୍ଯ୍ୟକ୍ଷମ ହେଉଛି ।

ସାମସଙ୍ଗର ଏହି ଫୋନରେ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ରହିଛି । ଯେଉଁଥିରେ ଗୋଟିଏ 12 ମେଗାପିକ୍ସେଲ ପ୍ରାଇମେରି ସେନ୍ସର ଏବଂ ଅନ୍ୟ 12 ମେଗାପିକ୍ସେଲ ଅଲ୍ଟ୍ରା ୱାଇଡ୍ ଆଙ୍ଗଲ୍ ଲେନ୍ସ ରହିଛି । ଅନ୍ୟପକ୍ଷରେ ଉପଭୋକ୍ତାମାନେ ଫୋନ୍ ଫ୍ରଣ୍ଟରେ 10 ମେଗାପିକ୍ସେଲ ସେଲଫି କ୍ୟାମେରା ପାଇପାରିବେ ।

କନେକ୍ଟିଭିଟିକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ଡିଭାଇସକୁ 5ଜି, ୱାଇ-ଫାଇ, ବ୍ଲୁଟୁଥ୍ 5.0, ଜିପିଏସ୍, ଏନଏଫସି ଏବଂ ଏମଏସଟି ଭଳି ଫିଚର ପ୍ରଦାନ କରିଛି । ଏହାସହ ଆପଣ ଫୋନରେ 3,300 ଏମଏଏଚ୍ ବ୍ୟାଟେରୀ ପାଇବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.