ETV Bharat / bharat

ଏଣିକି ଇଲେକ୍ଟ୍ରୋନିକ ଡିଭାଇସକୁ ଥଣ୍ଡା କରିବ ‘ହାଇଡ୍ରୋଜେଲ’

author img

By

Published : Apr 26, 2020, 12:28 AM IST

electronic devices temperature, hydrogel, reduce temperature of electronic devices, science news, ଇଲେକ୍ଟ୍ରୋନିକ ଡିଭାଇସର ତାପମାତ୍ରା, ହାଇଡ୍ରୋଜେଲ, ଇଲେକ୍ଟ୍ରୋନିକ ଡିଭାଇସର ତାପମାତ୍ରା ହ୍ରାସ, ବିଜ୍ଞାନ ଖବର
ଏଣିକି ଇଲେକ୍ଟ୍ରୋନିକ ଡିଭାଇସକୁ ଥଣ୍ଡା କରିବ ‘ହାଇଡ୍ରୋଜେଲ’

ଇଲେକ୍ଟ୍ରୋନିକ ଡିଭାଇସକୁ ଥଣ୍ଡା ରଖିବା ସହ ଏହାର ତାତି ଦ୍ବାରା ଅପଚୟ ହେଉଥିବା ଶକ୍ତିରୁ ବିଦ୍ୟୁତ ଶକ୍ତି ସୃଷ୍ଟି କରିବା ପାଇଁ ଚୀନର ଉହାନ ୟୁନିଭର୍ସିଟିର କିଛି ଗବେଷକ ଖୋଜି ବାହାର କରିଛନ୍ତି ସମାଧାନ ।

ବେଜିଂ: ଇଲେକ୍ଟ୍ରୋନିକ ଡିଭାଇସ ଯେତିକି ଲୋକଙ୍କ ସମୟ ବଞ୍ଚାଇଥାଏ ସେତିକି ଶକ୍ତି ମଧ୍ୟ ନଷ୍ଟ କରିଥାଏ । ମାତ୍ରାଧିକ ସମୟ ପର୍ଯ୍ୟନ୍ତ ଏହି ଡିଭାଇସ ବ୍ୟବହାର ଦ୍ବାରା ଏହା ତାତିଯାଇଥାଏ । ସେ ଫୋନର ବ୍ୟାଟେରୀ ହେଉ କି ଟର୍ଚ୍ଚ ଲାଇଟ ପାଇଁ ବ୍ୟବହୃତ ଏଲଇଡି ଲାଇଟ ଓ କମ୍ପ୍ୟୁଟର ପ୍ରୋସେସର । ଅଧିକ ବ୍ୟବହାର ହେଲେ ଏସମସ୍ତ କମ୍ପୋନେଣ୍ଟ ଖୁବ ଶୀଘ୍ର ତାତି ଯାଉଥିବା ଦେଖାଯାଏ ।

ତେବେ ଇଲେକ୍ଟ୍ରୋନିକ ଡିଭାଇସକୁ ଥଣ୍ଡା ରଖିବା ସହ ଏହାର ତାତି ଦ୍ବାରା ଅପଚୟ ହେଉଥିବା ଶକ୍ତିରୁ ବିଦ୍ୟୁତ ଶକ୍ତି ସୃଷ୍ଟି କରିବା ପାଇଁ ଚୀନର ଉହାନ ୟୁନିଭର୍ସିଟିର କିଛି ଗବେଷକ ଖୋଜି ବାହାର କରିଛନ୍ତି ସମାଧାନ । ପୂର୍ବରୁ ଏହାର ସମାଧାନ ପାଇଁ ଅନେକ ଚେଷ୍ଟା ହୋଇଥିବା ବେଳେ କେବଳ ଗୋଟିଏ ବିଷୟ ପ୍ରତି ଧ୍ୟାନ ଦେବାରେ ସଫଳତା ମିଳିଥିଲା । ହେଲେ ଉଭୟ ବିଷୟକୁ ଗୁରୁତ୍ବ ଦେଇ ଏବେ ବାହାରିଛି ନୂଆ ସମାଧାନ । ସମ୍ପୃକ୍ତ ଗବେଷକମାନେ ଏକ ସ୍ମାର୍ଟ ଥର୍ମୋଗାଲଭାନିକ ହାଇଡ୍ରୋଜେଲ ପ୍ରସ୍ତୁତ କରିଛନ୍ତି । ଯାହା ଡିଭାଇସକୁ ଥଣ୍ଡା କରିବା ସହ ଅପଚୟ ହେଉଥିବା ଶକ୍ତିରୁ ସୃଷ୍ଟି କରିପାରେ ବିଦ୍ୟୁତ ଶକ୍ତି ।

କେତୋଟି ନିର୍ଦ୍ଦିଷ୍ଟ ଆୟନ ସହ ପାଣି ଓ ପଲିଆକ୍ରିଲାମାଇଡର ମିଶ୍ରଣରେ ପ୍ରସ୍ତୁତ ହୋଇଛି ଏହି ହାଇଡ୍ରୋଜେଲ । ଏହି ହାଇଡ୍ରୋଜେଲ ଗରମ ହେବା ମାତ୍ରେ ଇଲେକ୍ଟ୍ରୋଡ ମଧ୍ୟରେ ଫେରିସିଆନାଇଡ ଓ ଫେରୋସିଆନାଇଡ ନାମକ ଦୁଇ ଇଲେକ୍ଟ୍ରୋନ ପାସ କରିଥାଏ । ଏହାଦ୍ବାରା ବିଦ୍ୟୁତ ଶକ୍ତି ଉତ୍ପନ୍ନ ହୋଇଥାଏ । ସେପଟେ ଏହା ବ୍ୟାଟେରୀରେ ଲଗାଯିବା ପରେ ଏହା ବାୟୁମଣ୍ଡଳରୁ ଜଳ କଣିକା ଶୋଷିଥାଏ ଏବଂ ଏହା ଅପରିମିତ ସମୟ ପର୍ଯ୍ୟନ୍ତ ରିଜେନେରେଟ ହୋଇଥାଏ ।

ତେବେ ପରୀକ୍ଷାମୂଳକ ଭାବେ ଗବେଷକମାନେ ଏହାକୁ ଏକ ଫୋନ ବ୍ୟାଟେରୀରେ ଲଗାଇଥିଲେ । ଦେଖାଯାଇଥିଲା କି ଏହାଦ୍ବାରା ଫୋନ ତାପମାତ୍ରା 68 ଫାରେନହାଇଟକୁ ହ୍ରାସ ପାଇବା ସହ ଏଥିରୁ 5 ମାଇକ୍ରୋୱାଟର ଶକ୍ତି ଉତ୍ପନ୍ନ ହୋଇଥିଲା । ଅନ୍ୟପଟେ ଏହି ହାଇଡ୍ରୋଜେଲ ବ୍ୟାଟେରୀର ଫଙ୍କସନରେ କୌଣସି ପ୍ରଭାବ ପକାଇନଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.