ETV Bharat / bharat

6 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା

author img

By

Published : Dec 2, 2019, 12:08 PM IST

rape
ଫାଇଲ ଫଟୋ

ହାଇଦ୍ରାବାଦ ମହିଳା ପଶୁ ଡାକ୍ତରଙ୍କ ଗଣଦୁଷ୍କର୍ମ ଘଟଣାକୁ 4 ଦିନ ବିତି ନଥିବା ବେଳେ ରାଜସ୍ଥାନର ଟଙ୍କ ଜିଲ୍ଲାରେ ଜଣେ 6 ବର୍ଷର ଶିଶୁ କନ୍ୟା ସହ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ।

ଜୟପୁର: 6 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ସ୍କୁଲ ବେଲ୍ଟରେ ତଣ୍ଟି ଚିପି ହତ୍ୟା । ହାଇଦ୍ରାବାଦ ମହିଳା ପଶୁ ଡାକ୍ତରଙ୍କ ଗଣଦୁଷ୍କର୍ମ ଘଟଣାକୁ 4 ଦିନ ବିତି ନଥିବା ବେଳେ ରାଜସ୍ଥାନର ଟଙ୍କ ଜିଲ୍ଲାରେ ଜଣେ 6 ବର୍ଷର ଶିଶୁ କନ୍ୟା ସହ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ।

ପୋଲିସର ସୂଚନା ଅନୁଯାୟୀ, ଗତ ଶନିବାର ଶିଶୁଟିର ସ୍କୁଲରେ କ୍ରୀଡା ପ୍ରତିଯୋଗୀତା ଥିଲା । ଏହାପରେ ହଠାତ୍ ସେ ନିଖୋଜ ଥିଲା । ଯେତେବେଳେ ଶିଶୁଟି ଘରକୁ ଫେରିନଥିଲା ସେତେବେଳେ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ମାତ୍ର ଶିଶୁଟି ମିଳିନଥିଲା । ରବିବାର ସକାଳେ ସ୍କୁଲଠାରୁ ଦେଢ କିଲୋମିଟର ଦୂରରେ ଶୁଶୁଟିର ମୃତଦେହ ଏକ ବିଲରୁ ଉଦ୍ଧାର ହୋଇଥିଲା ।

ମୃତଦେହ ଉଦ୍ଧାର ପରେ ଶିଶୁଟିର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା । ଯେଉଁଥିରେ ଶିଶୁଟି ସହ ଦୁଷ୍କର୍ମ ପରେ ସ୍କୁଲ ବେଲ୍ଟରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣାପଡିଥିଲା । ମାତ୍ର ଏପର୍ଯ୍ୟନ୍ତ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ଅସଫଳ ରହିଛି ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.