ETV Bharat / bharat

ରାଜସ୍ଥାନରୁ ହାଇଦ୍ରାବାଦକୁ ଲମ୍ବିଛି ଆଇପିଏଲ ଅନଲାଇନ ବେଟିଂ, ଧରାପଡିଲେ 7 ବୁକି

author img

By

Published : Oct 13, 2020, 12:42 PM IST

Updated : Oct 13, 2020, 1:00 PM IST

ରାଜସ୍ଥାନରୁ ହାଇଦ୍ରାବାଦକୁ ଲମ୍ବିଛି ଆଇପିଏଲ ଅନଲାଇନ ବେଟିଂ, ଧରାପଡିଲେ  7 ବୁକି
ରାଜସ୍ଥାନରୁ ହାଇଦ୍ରାବାଦକୁ ଲମ୍ବିଛି ଆଇପିଏଲ ଅନଲାଇନ ବେଟିଂ, ଧରାପଡିଲେ 7 ବୁକି

ଆଇପିଏଲକୁ ନେଇ ବେଟିଂ ଚଳାଇଥିବା 7ଜଣ ବୁକି ଗିରଫ । ରାଜସ୍ଥାନ ଏଟିଏସ ଓ ସାଇବରବାଦ ପୋଲିସ ମିଳିତଭାବେ ଏକ ଆନ୍ତଃରାଜ୍ୟ ଅନଲାଇଲ କ୍ରିକେଟ ବେଟିଂ ରାକେଟ ଉପରେ ଚଢାଉ କରି 7ଜଣ ବୁକିଙ୍କୁ ଧରିଛି ।

ହାଇଦ୍ରାବାଦ: ରାଜସ୍ଥାନ ଏଟିଏସ ଓ ସାଇବରବାଦ ପୋଲିସ ମିଳିତଭାବେ ଏକ ଆନ୍ତଃରାଜ୍ୟ ଅନଲାଇଲ କ୍ରିକେଟ ବେଟିଂ ରାକେଟ ଉପରେ ଚଢାଉ କରି 7ଜଣଙ୍କୁ ଗିରଫ କରିଛି । ସେମାନେ ଆଇପିଏଲକୁ ନେଇ ବେଟିଂ ଚଲାଇଥିଲେ ।

ରିପୋର୍ଟ ଅନୁସାରେ, ରାଜସ୍ଥାନ ପୋଲିସ ପ୍ରଥମେ ମୁଖ୍ୟ ଅଭିଯୁକ୍ତକୁ ଜୟପୁରରୁ ଗିରଫ କରିଥିଲେ ଏବଂ ଖୋଳତାଡ କରି ଜଣାପଡିଥିଲା ହାଇଦ୍ରାବାଦରେ ମଧ୍ୟ ବୁକିମାନଙ୍କ ସମ୍ବନ୍ଧରେ । ଗଚିବୋଲି ଥାନା ଅଧିନ ମାଧପୁର ଅଞ୍ଚଳରେ ଅନଲାଇନ କ୍ରିକେଟ ବେଟିଂ ସମ୍ବନ୍ଧରେ ଏସଓଟି ଏକ ବିଶ୍ବସ୍ଥ ସୂତ୍ରରୁ ଖବର ପାଇଥିଲା । ଏହାପରେ ସେଠାରେ ଚଢାଉ କରି ସଂପୃକ୍ତ ବୁକିଙ୍କୁ ଗରିଫ କରାଯାଇଛି ।

ପୋଲିସ ସେମାନଙ୍କ ଠାରୁ 65,330 ନଗଦ ଟଙ୍କା, ଗୋଟେ ବେଟିଂ ବୋର୍ଡ, 4ଟି ଲାପଟପ୍‌, 2ଟି ଟାବଲେଟ୍‌, 46ଟି ମୋବାଇଲ, 6ଟି ଲ୍ୟାଣ୍ଡଫୋନ ଓ ଗୋଟିଏ ଟିଭି ଜବତ କରିଛି ।

ତେବେ ଗିରଫ ବୁକିମାନଙ୍କ ମଧ୍ୟରୁ 6ଜଣ ରାଜସ୍ଥାନର ବାସିନ୍ଦା ଓ ଜଣେ ବିହାରର ବୋଲି ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 13, 2020, 1:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.