ETV Bharat / bharat

ଲକଡାଉନରେ ନିୟମ ଭାଙ୍ଗି 1087 ମାମଲା ରୁଜୁ

author img

By

Published : Apr 1, 2020, 10:34 PM IST

ଲକଡାଉନରେ ନିୟମ ଭାଙ୍ଗି 1087 ମାମଲା ରୁଜୁ
ଲକଡାଉନରେ ନିୟମ ଭାଙ୍ଗି 1087 ମାମଲା ରୁଜୁ

ଲକଡାଉନ ନିୟମ ଭାଙ୍ଗିଥିବା ଅଭିଯୋଗରେ ପୁଣେ ପୋଲିସ 1087ଟି ମାମଲା ରୁଜୁ କରିଛି । ଏହାସହ 650ଟି ଗାଡି ଜବତ ହୋଇଛି । ଅଧିକ ପଢନ୍ତୁ...

ପୁଣେ: କୋଭିଡ 19 ଯୋଗୁଁ ସାରା ଦେଶରେ ଏକପ୍ରକାର ଅଚଳାବସ୍ଥା ଜାରି ହୋଇଛି । 21 ଦିନ ଯାଏଁ ସରକାର ଲକଡାଉନ ଘୋଷଣା କରିଛନ୍ତି । ତେବେ ଅନେକ ଜାଗାରେ ଲୋକେ ସରକାରଙ୍କ ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି । ଏହାସହ ଲକଡାଉନରେ ବି ଘରୁ ବାହାରି ପୋଲିସ ମାଡର ଶିକାର ହେଉଥିବା ଦେଖିବାକୁ ମିଳୁଛି ।

ତେବେ ଲକଡାଉନ ନିୟମ ଭାଙ୍ଗିଥିବା ଅଭିଯୋଗରେ ପୁଣେ ପୋଲିସ 1087ଟି ମାମଲା ରୁଜୁ କରିଛି । ଏହାସହ 650ଟି ଗାଡି ଜବତ ହୋଇଛି । ଦରକାର ନଥାଇ ବାହାରକୁ ବାହାରିଥିବାରୁ ପୋଲିସ ଗାଡି ମାଲିକଙ୍କ ନାମରେ ମାମଲା ରୁଜୁ କରିବା ସହ ଗାଡି ସିଜ କରିଛି ।

ଭାରତୀୟ ଫିଙ୍ଗଳ କୋଡର ଧାରା 188 ଅନୁସାରେ ଏହି ସବୁ ମାମଲା ରୁଜୁ ହୋଇଛି । ମାର୍ଚ୍ଚ 22ରୁ 31 ଭିତରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଲକଡାଉନ ନସରିବା ପର୍ଯ୍ୟନ୍ତ ପୋଲିସ ଏପରି କଠୋର ଆଭିମୁଖ୍ୟ ଜାରି ରଖିବ ବୋଲି ପୁଣେ ପୋଲିସ ଡିସିପି ବଚ୍ଚନ ସିଂହ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.