ETV Bharat / bharat

ଗୀତରେ ପୁଣେ ପୋଲିସର କୋରୋନା ସଚେତନତା

author img

By

Published : Mar 30, 2020, 10:37 PM IST

pune police create awarness about corona through song
ଗୀତରେ ପୁଣେ ପୋଲିସର କୋରୋନା ସଚେତନତା

ଭିନ୍ନ ଢଙ୍ଗରେ କୋରୋନା ସଚେତନତା । ଗୀତରେ ପୁଣେ ପୋଲିସର କୋରୋନା ସଚେତନତା । ଅଧିକ ପଢନ୍ତୁ...

ମୁମ୍ବାଇ: କୋରୋନା ଭାଇରସରେ ସବୁଠୁ ଅଧିକ ଆକ୍ରାନ୍ତ ମହାରାଷ୍ଚ୍ରରେ ରହିଛନ୍ତି। ମହାମାରୀରେ ଆକ୍ରାନ୍ତଙ୍କ ସଂଖ୍ୟା 215ରେ ପହଞ୍ଚିଥିବା ବେଳେ 8ରୁ ଅଧିକଙ୍କ ମୃତ୍ୟୁ ଘଟିଲାଣି । ଲୋକଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ନିଷ୍ପତି ନେଉଛନ୍ତି । ଏହି ସମୟରେ ଲୋକଙ୍କ ଭିତରେ ସଚେତନତା କରିବା ପାଇଁ କିଛି ପୋଲିସ କର୍ମୀ ଆପଣାଇଛନ୍ତି ନୂଆ ଉପାୟ ।

ଗୀତ ମାଧ୍ୟମରେ ଲୋକଙ୍କୁ କରୁଛନ୍ତି ସଚେତନ । ପୁଣେର ଦତ୍ତାୱାଡି ପୋଲିସ ଥାନାର ଏହି କର୍ମୀମାନେ ଗୀତମାଧ୍ୟମରେ କିଭଳି ସାମାଜିକ ଦୂରତ୍ବ ବନେଇ ରଖିବ, ହାତ ସଫା ରଖିବ ଆଦି ଲୋକଙ୍କୁ କହିଛନ୍ତି । ପ୍ରତିଦିନ ଏନେଇ ଧ୍ୟାନ ଦେବା ସହ ନିଜ ପରିବାରକୁ ସୁରକ୍ଷିତ ରଖିବା ନେଇ କହିଛନ୍ତି ପୋଲିସ କର୍ମୀମାନେ । ଏନେଇ ସୂଚନା ଦେଇଛନ୍ତି ପୁଣେ ପୋଲିସ ଏସଆଇ ପ୍ରମୋଦ କଲମକର ।

ପୋଲିସ କର୍ମୀମାନେ ସଚେତନ କରିବା ସମୟରେ ନିଜେ ମୁହଁରେ ମାସ୍କ,ହାତରେ ଗ୍ଲୋବ୍ସ ଏବଂ ସାମାଜିକ ଦୂରତ୍ବ ବଞ୍ଚାଇବା ପାଇଁ 3 ମିଟର ଦୂରରେ ଠିଆ ହୋଇଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.