ETV Bharat / bharat

ମିଳୁନି ମଦ, ରାଗରେ ପୋଲିସ ଉପରକୁ ପକାଇଲେ ଛେପ

author img

By

Published : Apr 20, 2020, 6:59 PM IST

ମିଳୁନି ମଦ, ରାଗରେ ପୋଲିସ ଉପରକୁ ପକାଇଲେ ଛେପ
ମିଳୁନି ମଦ, ରାଗରେ ପୋଲିସ ଉପରକୁ ପକାଇଲେ ଛେପ

କୋଠରୂଡ ଅଞ୍ଚଳର ଏକ ଆଶ୍ରୟସ୍ଥଳୀରେ ଅମିତ କୁମାର ବର୍ମା ନାମକ ଜଣେ ଲୋକ ପୋଲିସ ଉପରକୁ ଛେପ ପକାଇଛି । ରବିବାର ପୋଲିସ ତାକୁ ଧରିବାକୁ ଯାଇଥିବାବେଳେ ସେ ଅଭଦ୍ର ଭାଷା କହିବା ସହ ସେମାନଙ୍କ ଉପରେ ଛେପ ପକାଇଥିଲା । ପରେ ପୋଲିସ ତାକୁ ଖୁବ ମାଡ ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଅଧିକ ପଢନ୍ତୁ...

ପୁଣେ: ସାରା ଦେଶକୁ କୋରୋନା ଡର ଘାରିଥିବାବେଳେ ସ୍ବାସ୍ଥ୍ୟ କର୍ମୀ ଓ ପୋଲିସ ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କ ସେବା କରୁଛନ୍ତି । ହେଲେ କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କ ମହାନତାକୁ ବୁଝିପାରୁନାହାନ୍ତି । ନିକଟରେ ବିଭିନ୍ନ ଜାଗାରେ ଡାକ୍ତର ଓ ନର୍ସଙ୍କ ଉପରେ ଆକ୍ରମଣ ଭଳି ଘଟଣା ସାମନାକୁ ଆସିଥିଲା । ସେହିପରି ମହାରାଷ୍ଟ୍ରର ପୁଣେରେ ଆଉ ଏକ ଅଜବ ଘଟଣା ଘଟିଛି ।

କୋଠରୂଡ ଅଞ୍ଚଳର ଏକ ଆଶ୍ରୟସ୍ଥଳୀରେ ଅମିତ କୁମାର ବର୍ମା ନାମକ ଜଣେ ଲୋକ ପୋଲିସ ଉପରକୁ ଛେପ ପକାଇଛି । ରବିବାର ପୋଲିସ ତାକୁ ଧରିବାକୁ ଯାଇଥିବାବେଳେ ସେ ଅଭଦ୍ର ଭାଷା କହିବା ସହ ସେମାନଙ୍କ ଉପରେ ଛେପ ପକାଇଥିଲା । ଏହାପରେ ପୋଲିସ ତାକୁ ଖୁବ ମାଡ ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ଉପରେ ସ୍ପଷ୍ଟୀକରଣ ଦେଇ ଇନ୍ସପେକ୍ଟର ପ୍ରତିଭା ଯୋଶୀ କହିଛନ୍ତି ଯେ ଉକ୍ତ ବ୍ୟକ୍ତି ନାମରେ ମାମଲା ରୁଜୁ କରିବାକୁ ପୋଲିସ ଚାହୁଁନଥିବାରୁ ସେପରି ଦଣ୍ଡ ଦିଆଯାଇଥିଲା ।

ତେବେ ଦଣ୍ଡ ଦେବାର କାରଣ ଅମିତକୁ ଜୋର ଜବରଦସ୍ତ ଏକ ଆଶ୍ରୟସ୍ଥଳୀରେ ରଖାଯାଇଥିଲା । ହେଲେ ସେ ସେଠାରେ ରହିବାକୁ ଚାହୁଁନଥିଲା । କାରଣ ତାକୁ ସେଠାରେ ମଦ, ସିଗାରେଟ ଓ ତମାଖୁ ଜାତୀୟ ଦ୍ରବ୍ୟ ସେବନ ପାଇଁ ମିଳୁନଥିଲା । ଏହାସହ ସେ ଗୃହର ବିଭିନ୍ନ ସ୍ଥାନରେ ପରିସ୍ରା କରି ଦେଉଥିଲା ବୋଲି ଅନ୍ୟ ଲୋକମାନେ ଅଭିଯୋଗ କରିଥିଲେ । ନିଜ ମନପସନ୍ଦ ଜିନିଷ ମିଳୁନଥିବାରୁ ସେ ରାଗି ଯାଇଥିଲା । ଏଣୁ ଅଭିଯୋଗ ପରେ ଯେତେବେଳେ ପୋଲିସ ଆସିଥିଲା ସେମାନଙ୍କ ଉପରେ ସେ ଛେପ ପକାଇଥିଲା ବୋଲି ପୋଲିସ ସୂଚନା ଦେଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.