ETV Bharat / bharat

ଗସ୍ତ ଏକ, ଆଶା ଅନେକ: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ

author img

By

Published : Sep 20, 2019, 11:25 PM IST

ଫାଇଲ ଫଟୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ କରିଛନ୍ତି । ସେ ଏହି ଗସ୍ତ ଅବସରରେ ଏକ ସପ୍ତାହ ଧରି ହୋଷ୍ଟନ ଓ ନ୍ୟୁୟର୍କରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ହାଇଦ୍ରାବାଦ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚତୁର୍ଥ ଥର ପାଇଁ ସରକାରୀ ଗସ୍ତରେ ଆମେରିକା ଯାଇଛନ୍ତି । ଏହି ଗସ୍ତ ଅବସରରେ ଏକ ସପ୍ତାହ ବ୍ୟାପୀ ହୋଷ୍ଟନ ଓ ନ୍ୟୁୟର୍କରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଆମେରିକା ରାଷ୍ଟ୍ରପତିଙ୍କ ସହ ଭେଟ, ଶକ୍ତି କମ୍ପାନୀ ସହ ଆଲୋଚନା, ଜାତିସଂଘର ସାଧାରଣ ସମ୍ପାଦକଙ୍କ ଦ୍ବାରା ଆୟୋଜିତ ଜଳବାୟୁ ପରିବର୍ତ୍ତନ ଓ ସାର୍ବଜନୀନ ସ୍ବାସ୍ଥ୍ୟ ସଂପର୍କିତ ଅଭିଭାଷଣ ଓ ପ୍ରାୟ 20ଟି ଦ୍ବିପାକ୍ଷିକ ଆଲୋଚନାରେ ପ୍ରଧାନମନ୍ତ୍ରୀ ଭାଗ ନେବେ ।

ସେହିପରି ଆସନ୍ତା 22 ତାରିଖ ରବିବାର ଦିନ ବହୁ ପ୍ରତୀକ୍ଷିତ ‘ହାୱଡି ମୋଦି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ 50 ହଜାରରୁ ଅଧିକ ଇଣ୍ଡୋ-ଆମେରିକୀୟ ଜନତା ଯୋଗ ଦେବେ । ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ସହ ଏକ ସମାବେଶରେ ଯୋଗ ଦେବା ଜଣେ ଶାସନରେ ଥିବା ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ପ୍ରଥମ ଘଟଣା ହେବ । 2014ରେ ମାଡିସନ ସ୍କୋୟାର ଗାର୍ଡେନ, 2015ର ସାନ ଜୋସର ସମାବେଶ ପରେ ଚଳିତ ବର୍ଷ ହୋଷ୍ଟନର ଏହି ସମାବେଶ ତୃତୀୟ ବୃହତ କାର୍ଯ୍ୟକ୍ରମ ହେବ । ଭାରତୀୟ-ଆମେରିକୀୟ ସମାଜ ପାଇଁ ଏହି କାର୍ଯ୍ୟକ୍ରମ ବିଶେଷ ଉଲ୍ଲେଖୀୟ ଘଟଣା ହେବ ।

ସେହିପରି ଆସନ୍ତା 23 ସେପ୍ଟେମ୍ବରରେ ମୋଦି ଜାତିସଂଘ ସାଧାରଣ ସମ୍ପାଦକ ଆଣ୍ଟୋନିଓ ଗୁଟେରେସଙ୍କ ପୃଷ୍ଠପୋଷକତାରେ ଜଳବାୟୁ ପରିବର୍ତ୍ତନ ସମିଟରେ ଉଦବୋଧନ ଦେବେ । ଭାରତର ସାମୂହିକ ବିକାଶ ଲକ୍ଷ୍ୟ, ଜଳବାୟୁ ପରିବର୍ତ୍ତନ ଜନିତ ଆକାଂକ୍ଷା ଓ ଆନ୍ତର୍ଜାତୀୟ ସମୁଦାୟ ଠାରୁ ଭାରତର କାମନା ଆଦି ଏହି ଅଭିଭାଷଣର ବିଷୟ ହେବ । ସେହିପରି ଗୁଟେରେସ ଦ୍ବାରା ଆୟୋଜିତ ୟୁନିଭର୍ସାଲ ହେଲ୍‌ଥ କଭରେଜ ସମିତିରେ ଭାରତର ଆୟୁଷ୍ମାନ ଭାରତ ପଦକ୍ଷେପ ଉପରେ ଆଲୋଚନା କରିବେ ।

ଆତଙ୍କବାଦୀ ଓ ଉଗ୍ର ଚରମପନ୍ଥୀମାନଙ୍କୁ ମୁକାବିଲା କରିବାର ରଣନୀତି ସଂପର୍କରେ ଜଣେ ନେତାଙ୍କ ସଂଳାପ ପ୍ରସଙ୍ଗରେ ମୋଦି ନିଜର ମତ ଉପସ୍ଥାପିତ କରିବେ । ଏହି କାର୍ଯ୍ୟକ୍ରମକୁ ଜୋର୍ଡାନିଆନ କିଙ୍ଗ, ଫ୍ରାନ୍ସ ରାଷ୍ଟ୍ରପତି, ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ, ଜାତିସଂଘର ସାଧାରଣ ସମ୍ପାଦକ ମିଳିତ ଭାବରେ ଆୟୋଜିତ କରିବେ । ଏହି ଆଲୋଚନା ଅବସରରେ ଜର୍ମାନ ଚାନସେଲର , କେନିଆ ରାଷ୍ଟ୍ରପତି, ଇଣ୍ଡୋନେସିଆ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହିବେ ।

ହୋଷ୍ଟନ କାର୍ଯ୍ୟକ୍ରମ ପରେ ମଙ୍ଗଳବାର ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଅନୁଷ୍ଠିତ ହେବ । ବିଶ୍ବ ଏହି ଦୁଇ ପ୍ରମୁଖ ନେତା ଚଳିତ ବର୍ଷ ଜି20 ଏସାକା ସମିଟ ଓ ଜି7 ବ୍ରିଜ ସମିଟ ପରେ ତୃତୀୟ ଥରପାଇଁ ପରସ୍ପରକୁ ଭେଟୁଛନ୍ତି । ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ହେବାକୁ ଥିବା ଏହି ଆଲୋଚନାରେ ପ୍ରତିରକ୍ଷା, ସୁରକ୍ଷା ସହଭାଗିତା, ଭାରତ-ପାକିସ୍ତାନ ସମସ୍ୟା, ଦକ୍ଷିଣ ଏସିଆ ଓ ଇଣ୍ଡୋ-ପାସିଫିକ କ୍ଷେତ୍ର ଜନିତ ସମସ୍ୟା ସହିତ ଆଫଗାନିସ୍ତାନ ଆଦି ବିଷୟ ଆଲୋଚନାର ପ୍ରମୁଖ ପ୍ରସଙ୍ଗ ରହିବ ।

ଗାନ୍ଧିଙ୍କ 150ତମ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ‘ଲିଡରସିପ ମ୍ୟାଟର୍ସ - ରିଲେଭାନ୍ସ ଅଫ ଗାନ୍ଧି ଇନ କନଟେମପ୍ରୋରାରୀ ଟାଇମ୍ସ’ ଶୀର୍ଷକରେ ଅଭିଭାଷଣ ରଖିବେ । ଏହି ଅବସରରେ ଗାନ୍ଧି ସୋଲାର ପାର୍କର ଉନ୍ମୋଚନ କରାଯିବ । ନବୀକରଣଯୋଗ୍ୟ ଶକ୍ତି ଉତ୍ସର ପ୍ରସାର ପାଇଁ ଭାରତ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା 1 ମିଲିୟନ ଡଲାର ଅର୍ଥରେ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟ ଛାତରେ ଏହି ସୋଲାର ପ୍ୟାନେଲ ଲଗାଯାଇଛି । ଗାନ୍ଧିଙ୍କ ସ୍ମୃତିରେ ଜାତିସଂଘର ଡାକଟିକଟ ଓ ନ୍ୟୁୟର୍କ କ୍ୟାମ୍ପସରେ ଥିବା ଷ୍ଟେଟ ୟୁନିଭରସିଟି ପରିସରରେ ଗାନ୍ଧି ଶାନ୍ତି ଉଦ୍ୟାନର ଉନ୍ମୋଚନ କରାଯିବ । ଏହା ସହିତ ଓଲ୍ଡ ୱେଷ୍ଟବୁରୀରେ 150ଟି ବୃକ୍ଷ ରୋପଣ କରାଯିବ । ସେହିଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଗ୍ଲୋବାଲ ଗୋଲକିପର୍ସ ଗୋଲ ’ ଆୱାର୍ଡରେ ସମ୍ମାନିତ କରାଯିବ । ଏହି ସମ୍ମାନ ବିଲ ଓ ମିଲେଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯିବ । ସ୍ବଚ୍ଛ ଭାରତ ଅଭିଯାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।


ସେହିପରି 25 ସେପ୍ଟେମ୍ବରରେ ବ୍ଲୁମବର୍ଗ ଗ୍ଲୋବାଲ ବିଜିନେସ ଫୋରମରେ ପ୍ରଧାନମନ୍ତ୍ରୀ ମୋଦି ଶିଳ୍ପପତି ଓ ବ୍ଲୁମବର୍ଗର ମେୟରଙ୍କୁ ଉଦବୋଧନ ଦେବେ । ଏହା ସହିତ 40ଟି ପ୍ରମୁଖ କମ୍ପାନୀ ପ୍ରତିନିଧିଙ୍କ ସହିତ ଆଲୋଚନା କରିବେ । ଜାତିସଂଘର ସାଧାରଣ ପରିଷଦ ସେପ୍ଟେମ୍ବର 27 ତାରିଖର ବୈଠକରେ ମୋଦି ନିଜର ଅଭିଭାଷଣ ରଖିବେ । ଏହି ଅଭିଭାଷଣ ଧାରା 370 ଉପରେ ପର୍ଯ୍ୟବେଶିତ ହେବ ।

ମୋଦି ଶେଷରେ ନ୍ୟୁୟର୍କରେ ଅନୁଷ୍ଠିତ ଇଣ୍ଡିଆ-ପେସିଫିକ ଦ୍ବୀପ ସମୂହ ନେତାଙ୍କ ସମ୍ମିଳନୀରେ ଯୋଗ ଦେବେ । ଏହି ସମ୍ମିଳନୀରେ 14ଟି କାରିବିୟାନ ଦେଶର ପ୍ରମୁଖ ନେତାମାନେ ଅଂଶ ଗ୍ରହଣ କରିବେ ।

Intro:Body:

BLANK


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.