ETV Bharat / bharat

ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

author img

By

Published : Jul 27, 2020, 3:59 PM IST

ଶନିବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କୋରୋନା ପଜିଟିଭ ଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ତାଙ୍କୁ ଚିରାୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

ଭୋପାଳ: କୋଭିଡ 19 ପଜିଟିଭ ବାହାରିବା ପରେ ଚିକିତ୍ସିତ ହେଉଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ । ଏହି ଅବସରରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ନିଜ ଟ୍ବିଟରେ ସୂଚନା ଦେଇଛନ୍ତି ଶିବରାଜ ।

ସେ ଲେଖିଛନ୍ତି ଯେ ରବିବାର ମୋଦି ତାଙ୍କୁ ଫୋନ୍ କରି ସ୍ବାସ୍ଥ୍ୟବସ୍ଥା ପଚାରିଥିଲେ । ପ୍ରଥମ ଥର ସେ ଯୋଗ କରୁଥିବାରୁ ଫୋନ୍ ଉଠାଇ ପାରିନଥିଲେ । ମୋଦି ତାଙ୍କ ଚିକିତ୍ସା ବ୍ୟବସ୍ଥା ବିଷୟରେ ଟିକିନିଖି ଖବର ପଚାରିଥିଲେ । ଏହାସହ ତାଙ୍କୁ କୋଭିଡ 19 ବିରୋଧରେ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ନେବାକୁ ପରାମର୍ଶ ମଧ୍ୟ ଦେଇଥିଲେ ବୋଲି ଶିବରାଜ ଟ୍ବିଟରେ କହିଛନ୍ତି ।

ପ୍ରକାଶ ଥାଉ କି ଶନିବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କୋରୋନା ପଜିଟିଭ ଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ତାଙ୍କୁ ଚିରାୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ରବିବାର ସେ ହସ୍ପିଟାଲରୁ ଭିଡିଓ କନଫରେନ୍ସିଂ ଦ୍ବାରା ରାଜ୍ୟରେ କୋରୋନା ସ୍ଥିତି ଓ ଏହାର ମୁକାବିଲା ସମ୍ପର୍କରେ ସମୀକ୍ଷା କରିଥିଲେ । ଏହାସହ ସେ କହିଥିଲେ ଯେ ରାଜ୍ୟରେ କୋରୋନାକୁ ପ୍ରତିହତ କରିବାକୁ ଜନସାଧାରଣ ଓ ସାମାଜିକ ସଂସ୍ଥାଙ୍କର ସହଯୋଗ ଅତ୍ୟନ୍ତ ଜରୁରୀ ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କୋରୋନା ଶିକାର ହେବାରେ ଶିବରାଜ ପ୍ରଥମ ହାଇପ୍ରୋଫାଇଲ ନେତା ନୁହନ୍ତି । ପୂର୍ବରୁ ବିଜେପି ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମାଆ ମଧ୍ୟ କୋରୋନାରେ ପଜିଟିଭ ଆସିବା ପରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.