ETV Bharat / bharat

ଲାଇଭ ସୋରେ ଖାଇଲେ ପାନେଲିଷ୍ଟ, ସୋସିଆଲ ମିଡ଼ିଆରେ ଚର୍ଚ୍ଚା

author img

By

Published : Jul 21, 2020, 3:44 PM IST

ଶାଳିନତା କୁହନ୍ତୁ କି ଆଚରଣ, ସଂଜମତା କୁହନ୍ତୁ କି ଉଚ୍ଚାରଣ- ଏ ସବୁଥିରେ କ୍ୟାମେରା ସାମ୍ନାରେ ସଚେତନ ବୋଲାଉଥିବା ତଥାକଥିତ ଶିକ୍ଷିତ ଚେହେରା ଅନେକ କ୍ଷେତ୍ର ପ୍ରତି ଦୃଷ୍ଟି ଦେବା ଜରୁରୀ। ନହେଲେ ଜନସାଧାରଣଙ୍କ ଶାଣିତ ଆକ୍ରମଣର ଶିକାର ହେବା ଧାର୍ଯ୍ୟ। ଏଇ ଯେମିତି ଜାତୀୟ ଗଣମାଧ୍ୟମରେ ଜଣେ ମହିଳାଙ୍କୁ ଏପରି କିଛି ସାମ୍ନା କରିବାକୁ ପଡିଛି । ଅଧିକ ପଢନ୍ତୁ...

ଲାଇଭ ସୋ ରେ ଲଞ୍ଚ କଲେ ପାନେଲିଷ୍ଟ, ସୋସିଆଲ ମିଡ଼ିଆରେ ଚର୍ଚ୍ଚା
ଲାଇଭ ସୋ ରେ ଲଞ୍ଚ କଲେ ପାନେଲିଷ୍ଟ, ସୋସିଆଲ ମିଡ଼ିଆରେ ଚର୍ଚ୍ଚା

ନୂଆଦିଲ୍ଲୀ: ମହାମାରୀ କୋରୋନା ପାଇଁ ସବୁ କିଛି ଡିଜିଟାଲ ହୋଇଯାଇଛି । ସଂକ୍ରମଣକୁ ଏଡାଇ ପାଇଁ ଯୋଗଯୋଗର ମାଧ୍ୟମ ପାଲଟିଛି ଟେକ୍ନୋଲୋଜି । ସାଧାରଣ ସଭା ଠାରୁ ଆରମ୍ଭ କରି ନିର୍ବାଚନ କ୍ଷେତ୍ର ମଧ୍ୟ ଭର୍ଚୁଆଲରେ କରାଯାଉଛି । ଏପରି ସ୍ଥିତିରେ ଏକ ଜାତୀୟ ଗଣମାଧ୍ୟମର ପ୍ୟାନେଲିଷ୍ଟମାନେ ଅନଲାଇନ ମାଧ୍ୟମରେ ବିତର୍କ କରୁଛନ୍ତି । ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଜଣେ ମହିଳା ଲାଇଭ ଆଲୋଚନା ସମୟରେ ଖାଇବାରେ ବ୍ୟସ୍ତ ଥିଲେ।

ଏହି ଭିଡିଓକୁ ଟ୍ବିଟରରେ Scotchy(Chronological) ନାମକ ବ୍ୟକ୍ତି ସେୟାର କରିଥିଲେ । ଧୀରେ ଧୀରେ ଏହା ଭାଇରାଲ ହେବାକୁ ଲାଗିଥିଲା । ଏହି ବ୍ୟକ୍ତି ଜଣକ ଭିଡିଓ ସେୟାର କରିବା ସହ ଲେଖିଥିଲେ ମୋତେ ଏମିତିକା ଆତ୍ମନିର୍ଭରଶୀଳ ମହିଳା ଦରକାର । ଯାହା ପରେ ଏହି ଭିଡିଓକୁ 1.9k ରିଟ୍ବିଟ କରାଯାଇଥିଲା । 9k ପର୍ଯ୍ୟନ୍ତ ଲାଇକ କରାଯାଇଛି । ଜାତୀୟ ଗଣମାଧ୍ୟମର ଏକ ଜଣାଶୁଣା ଟିଭି ଚ୍ୟାନେଲରେ ଜଣେ ପ୍ୟାନେଲିଷ୍ଟଙ୍କ ଏପରି ଆଚରଣ ଦେଖି ଲୋକେ ତାଙ୍କୁ ଟ୍ରୋଲ କରିଥିଲେ । ତେବେ ଏହା ପ୍ରଥମ ଥର ଏହା ପୂର୍ବରୁ ଆଉ ଏକ ଜଣାଶୁଣା ଚ୍ୟାନେଲରେ ଜଣେ ବ୍ୟକ୍ତି ସିଗାରେଟ ପିଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଲକଡାଉନ ସମୟରେ ଲୋକେ ନିଜର ହିତଜ୍ଞାନ ଭୁଲି ଯାଉଛନ୍ତି ବୋଲି ଲୋକେ କମେଣ୍ଟ କରିଥିଲେ ।

ଲାଇଭ ସୋ ରେ ଲଞ୍ଚ କଲେ ପାନେଲିଷ୍ଟ, ସୋସିଆଲ ମିଡ଼ିଆରେ ଚର୍ଚ୍ଚା

ଏହି ଭିଡିଓ ଭାଇରାଲ ହେବା ପରେ ସମ୍ପୃକ୍ତ ମହିଳା ଜଣକ କମେଣ୍ଟ ଦେଇଥିଲେ । ଏହା ତାଙ୍କ ଅଜଣାତରେ ହୋଇଛି । ଚ୍ୟାନେଲର ଆଙ୍କର ଜଣ ତାଙ୍କୁ କଥା କହିବାକୁ ସୁଯୋଗ ଦେଇନଥିଲେ । ଦୀର୍ଘ ସେ 30 ମିନିଟ କାଳ ସେମିତି ଚୁପ ରହିଥିଲେ । ପରେ ତାଙ୍କୁ ଭୋକ ଲାଗିବାରୁ ସେ ତାଙ୍କର ଖାଦ୍ୟ ଖାଇଥିଲେ । ହେଲେ ଏହି ସମୟରେ ସେ ସ୍କାଏପିକୁ ବନ୍ଦ କରିବାକୁ ଭୁଲି ଯାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.