ETV Bharat / bharat

ଗର୍ଭବତୀଙ୍କ ପାଇଁ ଲାଭଦାୟକ ମେଡିଟେରାନିଏନ ଡାଏଟ

author img

By

Published : Aug 9, 2019, 2:17 AM IST

ଡିଜାଇନ ଫଟୋ

ଗର୍ଭବତୀ ମହିଳାଙ୍କୁ ସାଧାରଣତଃ ନିଜ ଖାଦ୍ୟ ପ୍ରଣାଳୀରେ ଧ୍ୟାନ ଦେବା ଆବଶ୍ୟକ । ସେମାନଙ୍କ ପାଇଁ ସଠିକ୍ ଡାଏଟ ପ୍ଲାନ ମଧ୍ୟ ରହିବା ଜରୁରୀ । ତେଣୁ ରିସର୍ଚ୍ଚ ମୁତାବକ ମେଡିଟେରାନିଏନ ଡାଏଟ ଅର୍ଥାତ ଭୂମଧ୍ୟ ଶୈଳୀର ଆହାର ଗ୍ରହଣ କରିବା ଜରୁରୀ । ଏହାଦ୍ବାରା ମଧୁମେହ ରୋଗ ସମେତ ହୃଦଘାତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ହାଇଦ୍ରାବାଦ: ଗର୍ଭଧାରଣ କରିଥିବା ମହିଳାଙ୍କୁ ସାଧାରଣତଃ ନିଜ ଖାଦ୍ୟ ବିଷୟର ଅବଗତ ହେବା ଜରୁରୀ । ପୃଷ୍ଟିକର ଓ ଧାତୁସାର ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ । ଡାକ୍ତରଙ୍କ ଭାଷାରେ ମେଡିଟେରାନିଏନ(Mediterranean style) ଡାଏଟ ଅର୍ଥାତ ଭୂମଧ୍ୟ ଶୈଳୀର ଆହାର ଗ୍ରହଣ କରିବା ଜରୁରୀ । ଏହାଦ୍ବାରା ସନ୍ତାନ ଜନ୍ମ ସମୟରେ କୌଣସି ପ୍ରକାର ଅସୁବିଧା ଦେଖାଯାଇନଥାଏ । ତେବେ ଲଣ୍ଡନର କୁଇନ ମ୍ୟାରି ୟୁନିଭର୍ସିଟି ଓ ୟୁନିଭର୍ସିଟି ଅଫ ୱାରୱିକ ଅନୁସାରେ ଏହା ଦ୍ବାରା ଗର୍ଭଧାରଣ ସମୟରେ ଓଜନ ବଢିବା ଓ ମଧୁମେହ ଭଳି ସମସ୍ୟା ମଧ୍ୟ କମ ହୋଇଥାଏ ।


ମେଡିଟେରାନିଏନ ଶୈଳୀର ଆହାର ଗ୍ରହଣ କରିବା ଦ୍ବାରା 35 ପ୍ରତିଶତ ମଧୁମେହ ସମସ୍ୟା ଦୂର ହୋଇଥାଏ । ଏହାସହ ଓଜନରେ ମଧ୍ୟ ପରିବର୍ତ୍ତନ ହୋଇନଥାଏ । ତେବେ ପ୍ରତି ମାସରେ ଡାକ୍ତରଙ୍କ ସହ ପରାମର୍ଶ ମଧ୍ୟ ଜରୁରୀ । ରିସର୍ଚ୍ଚ ମୁତାବକ, ପ୍ରଥମରୁ ମୋଟା ଥିବା, ଉଚ୍ଚ ରକ୍ତଚାପ ଓ ଲିପିଡ୍(fat acid)ର ସ୍ତର ସର୍ବାଧିକ ଥିବା ମହିଳାଙ୍କ ପାଇଁ ଏହି ପ୍ରକାର ଡାଏଟ ଅଧିକ ଲାଭକାରୀ । କିନ୍ତୁ ଜାତୀୟ ଡାଏଟ ଗାଇଡଲାଇନରେ ମେଡିଟେରାନିଏନ ଡାଏଟର ମୁଖ୍ୟ କାରଣ ବିଷୟରେ ସୂଚନା ଦିଆଯାଇନାହିଁ । ଗର୍ଭାବସ୍ଥାର ପ୍ରଥମରୁ ହିଁ ଏହି ଡାଏଟକୁ ଅନୁକରଣ କରିବା ଜରୁରୀ ।

ଏହି ମେଡିଟେରାନିଏନ ଡାଏଟରେ କେଉଁ ଖାଦ୍ୟ ଗ୍ରହଣ କରାଯିବ ?

ଫଳ, ପନିପରିବା, କାଜୁ, ଗହମ ଜାତୀୟ ଖାଦ୍ୟ, ବ୍ରେଡ, ଅଳ୍ପ ରାଗ, ମାଛ, ସମୁଦ୍ର ମାଛ, ଅଣ୍ଡା ଏସବୁ ହେଉଛି ଏହି ପ୍ରକାର ଡାଏଟର ଖାଦ୍ୟ ସାରଣୀ । ମୁଖ୍ୟତଃ ବାଦାମ ଜାତୀୟ ଖାଦ୍ୟ ଏହି ଡାଏଟର ମୁଖ୍ୟ ଅଂଶ । ଏହାଛଡା ଚିଜ୍, ବଟର୍, ଘିଅ ବଦଳରେ ଅଲିଭ ଅଏଲ ବ୍ୟବହାର କରାଯିବା ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ । ଏହାସହ ରେଡ ମିଟ ଓ ଦୁଗ୍ଧ ଜାତୀୟ ପଦାର୍ଥ ଗ୍ରହଣ ମଧ୍ୟ ଜରୁରୀ । ଏହାସହ ଫାଷ୍ଟଫୁଡ, ଅତ୍ୟଧିକ ତେଲ ଜାତୀୟ ଖାଦ୍ୟକୁ ଅଣଦେଖା କରିବା ମଧ୍ୟ ଆବଶ୍ୟକ ।

ତେବେ ଏହି ପ୍ରକାର ଡାଏଟ ଦୁଇ ପ୍ରକାର ମଧୁମେହ ଓ ହୃଦଘାତ ଭଳି ସମସ୍ୟାକୁ ରୋକିଥାଏ । ବର୍ତ୍ତମାନ ପ୍ରାୟ ମହିଳା ଏଭଳି ଡାଏଟକୁ ଅନୁକରଣ କରୁଛନ୍ତି । ପ୍ରତି ଚାରିଜଣ ଗର୍ଭବତୀଙ୍କ ମଧ୍ୟରୁ ଜଣେ ଗର୍ଭବତୀ ଓବେସିଟି ଅର୍ଥାତ ଶାରୀରିକ ସମସ୍ୟାରେ ପୀଡିତ । ଏହାଦ୍ବାରା ଉଚ୍ଚ ରକ୍ତଚାପ ଭଳି ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ । ମା’ ସହ ଶିଶୁକୁ ମଧ୍ୟ ଏହି ସମସ୍ୟା ହେବାର ଅଧିକ ସମ୍ଭାବନା ରହିଛି ।

ଏହି ଶୈଳୀ ଡାଏଟ ଦ୍ବାରା ଫ୍ୟାଟି ଏସିଡର ବୃଦ୍ଧି ହେବା ସହ ହୃଦଘାତ ସମସ୍ୟା ମଧ୍ୟ କମ କରିଥାଏ । ତେବେ ଏହା କେବଳ ଗର୍ଭବତୀ ମହିଳାଙ୍କ ମଧ୍ୟରେ ନୁହେଁ ବରଂ ସାଧାରଣ ମହିଳାଙ୍କ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ । ଗର୍ଭଧାରଣ ସମୟରେ ହେଉଥିବା ବାନ୍ତି, ମୁଣ୍ଡ ବୁଲାଇବା ଭଳି ସମସ୍ୟାରେ କିନ୍ତୁ ଏହି ଡାଏଟର କୌଣସି ପ୍ରଭାବ ପଡିନଥାଏ । ଡାଏଟ ଅନୁସାରେ ପ୍ରତି ଦିନ 30ଗ୍ରାମ ବାଦାମ ଜାତୀୟ ଖାଦ୍ୟ ଗ୍ରହଣ କରିବା ଜରୁରୀ ।

ତେବେ ମେଡିଟେରାନିଏନ ଡାଏଟ ବିଷୟରେ ଲୋକଙ୍କୁ ଜଣାଇବା ପାଇଁ ଏକ ରୋଷେଇ ପ୍ରଣାଳୀ ବହି ପ୍ରସ୍ତୁତ କରିବା ପାଇଁ ପ୍ରୟାସ କରାଯାଇଥିଲା । ଏଥିରେ ମେଡିଟେରାନିଏନ ଡାଏଟ ସହ ସ୍ଥାନୀୟ ଖାଦ୍ୟ ପ୍ରଣାଳୀ ମଧ୍ୟ ସଂଯୁକ୍ତ କରାଯାଇଥିଲା ।

Intro:Body:

BLANK


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.