ETV Bharat / bharat

କାଶ୍ମୀର ପ୍ରସଙ୍ଗ: ପାକ୍‌-ମାଲେସିଆ, ତୁର୍କୀକୁ ବୈଦେଶିକ ମନ୍ତ୍ରଣାଳୟର ତାଗିଦ୍‌

author img

By

Published : Oct 4, 2019, 8:27 PM IST

ଫଟୋ ସୌଜନ୍ୟ: ଏଏନଆଇ

ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ଶୁକ୍ରବାର ୱାଲର୍ଡ ଇକୋନୋମିକ ଫୋରମରେ ପାକିସ୍ତାନର ଅସଲ ମୁଖା ଖୋଲିଛନ୍ତି । ଏହାସହ ତୁର୍କୀ ଓ ମାଲେସିଆକୁ ମଧ୍ୟ କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ନ ପୁରାଇବାକୁ ତାଗିଦ୍‌ କରିଛନ୍ତି । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପୁଣିଥରେ ପାକିସ୍ତାନ ଷଡଯନ୍ତ୍ରର ପର୍ଦ୍ଦାଫାଶ ଗଣମାଧ୍ୟମ ସାମ୍ନାରେ କରିଛି । ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ଶୁକ୍ରବାର ୱାଲର୍ଡ ଇକୋନୋମିକ ଫୋରମରେ ପାକିସ୍ତାନର ଅସଲ ମୁଖା ଖୋଲିଛନ୍ତି । ରବୀଶ କୁମାର ତୁର୍କୀ ଓ ମାଲେସିଆକୁ ମଧ୍ୟ କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ନ ପୁରାଇବାକୁ ତାଗିଦ୍‌ କରିଛନ୍ତି । କାଶ୍ମୀର ଭାରତର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ମାମଲା । ଏଥିରେ କେହି ବି ହସ୍ତକ୍ଷେପ କରିବା ସହ୍ୟ କରାଯିବ ନାହିଁ । ଏହାସହ ପାକିସ୍ତାନ କିଭଳି ଭାବରେ ଅନ୍ତରାଷ୍ଟ୍ରୀୟ ସମ୍ପର୍କକୁ ପରିଚାଳନା କରାଯିବ ସେ ବିଷୟରେ ଅଜ୍ଞ ଅଟେ ।

ପାକ୍‌-ମାଲେସିଆ, ତୁର୍କୀକୁ ବୈଦେଶିକ ମନ୍ତ୍ରଣାଳୟର ତାଗିଦ୍‌
ଫଟୋ ସୌଜନ୍ୟ: ଏଏନଆଇ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ବାରମ୍ବାର କାଶ୍ମୀର ପ୍ରସଙ୍ଗରେ ଦେଇଥିବା ବୟାନ ଓ ଜିହାଦ ଘୋଷଣା ପ୍ରସଙ୍ଗରେ ଭାରତ କଡ଼ାଶବ୍ଦରେ ସମାଲୋଚନା କରିଛି । ଇମ୍ରାନ ଖାନ ପାକିସ୍ତାନବାସୀଙ୍କୁ ଏଲଓସି ଆଡକୁ ଅଗ୍ରସର ହେବା ଭଳି ଉତ୍ତେଜକ ବୟାନ ଦେଇଥିଲେ । ଏହାସହ ରବୀଶ କୁମାର କହିଛନ୍ତି ଯେ ପାକିସ୍ତାନକୁ ଅନ୍ତରାଷ୍ଟ୍ରୀୟ ସମ୍ପର୍କ କିଭଳି ଭାବରେ ସାମ୍ପାଦନ କରାଯିବ ସେ ବିଷୟରେ ଧାରଣା ନାହିଁ ।

ପାକ୍‌-ମାଲେସିଆ, ତୁର୍କୀକୁ ବୈଦେଶିକ ମନ୍ତ୍ରଣାଳୟର ତାଗିଦ୍‌
ଫଟୋ ସୌଜନ୍ୟ: ଏଏନଆଇ

ସେହିଭଳି ମିଳିତ ଜାତିସଂଘରେ ମାଲେସିଆ ଦ୍ଵାରା କାଶ୍ମୀର ପ୍ରସଙ୍ଗ ଉଠାଯିବା ଉପରେ ଭାରତ କଡ଼ା ପ୍ରତିକ୍ରିୟା ଦେଇଛି । ସେ କହିଛନ୍ତି ଯେ ଭାରତ ସହ ମିଶ୍ରଣ ସମୟରେ ଜାମ୍ମୁ-କାଶ୍ମୀର ଅନ୍ୟ ସମସ୍ତ ରାଜ୍ୟ ଭଳି ଇଷ୍ଟ୍ରୁମେଣ୍ଟ ଅଫ୍‌ ଏକ୍ସେସେଶନରେ ଦସ୍ତଖତ କରିଥିଲା । ମାତ୍ର ପାକିସ୍ତାନ ଯୁଦ୍ଧ କରି ବଳପୂର୍ବକ କିଛି ସ୍ଥାନ ଅବୈଧ ଭାବରେ କବଜା କରି ନେଇଛି । ତେଣୁ ମାଲେସିଆ ସରକାର ଭାରତ ସହ ଉତ୍ତମ ସମ୍ପର୍କ ରକ୍ଷା ଦିଗରେ ଧ୍ୟାନ ଦେବା ପାଇଁ କହିବା ସହ ଅଯଥା ଏହିଭଳି ଦାୟିତ୍ବହୀନ ଟିପ୍ପଣୀରୁ ଦୁରେଇ ରୁହନ୍ତୁ ।

ଏତଦବ୍ୟତୀତ ତୁର୍କୀକୁ ତାଗିଦ କରି କହିଛନ୍ତି ଯେ, ତୁର୍କୀ ସରକାର ବାସ୍ତବିକ ସତ୍ୟତା ନପରଖି ଏହିଭଳି ମନ୍ତବ୍ୟ ଦେବା ନିନ୍ଦନୀୟ । ପ୍ରଥମେ କାଶ୍ମୀର ପ୍ରସଙ୍ଗରେ ସମସ୍ତ ତଥ୍ୟ ବିଷୟରେ ସୂଚନା ଜାଣିବା ପରେ ବୟାନ ବାଜି କରିବା ଆବଶ୍ୟକ ରହିଥିଲା ବୋଲି କହିଛନ୍ତି ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.