ETV Bharat / bharat

ନବରାତ୍ରୀ: ଅଷ୍ଟମ ଦିନରେ ପୂଜା ପାଉଛନ୍ତି ମା' ମହାଗୌରୀ

author img

By

Published : Oct 24, 2020, 10:29 AM IST

ନବରାତ୍ରୀ: ଅଷ୍ଟମ ଦିନରେ ପୂଜା ପାଉଛନ୍ତି ମା' ମହାଗୌରୀ
ନବରାତ୍ରୀ: ଅଷ୍ଟମ ଦିନରେ ପୂଜା ପାଉଛନ୍ତି ମା' ମହାଗୌରୀ

ଅଷ୍ଟମୀ ତିଥିରେ ପୂଜା ପାଉଛନ୍ତି ମା' ମହାଗୌରୀ । ଚାରିଆଡେ ଚାଲିଛି ମାଆଙ୍କ ପୂଜା । ଶିବଙ୍କୁ ପତି ରୂପେ ପାଇବାକୁ ମାଆ କରିଥିଲେ କଠୋର ତପସ୍ୟା । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଆଜି ନବରାତ୍ରୀର ଅଷ୍ଟମ ଦିନ । ମା' ମହାଗୌରୀ ଙ୍କ ରୂପରେ ପୂଜା ପାଉଛନ୍ତି ମା' ଦୁର୍ଗା । ଏହି ଦିନ ମାଆଙ୍କୁ ପୂଜା କଲେ ମନର ସମସ୍ତ କୁଚିନ୍ତା, ପାପ ଆଦି ଦୂର ହୋଇଥାଏ । ବିଚାରରେ ଶୁଦ୍ଧତା ଆସିଥାଏ । ମାଆ ତାଙ୍କ ଭକ୍ତର ବୁଦ୍ଧି ଓ ବଳ ବୃଦ୍ଧି କରିଥାନ୍ତି ।

ମା' ମହାଗୌରୀ ଭଗବାନ ଶିବଙ୍କୁ ପତି ରୂପରେ ପାଇବା ପାଇଁ କଠୋର ତପସ୍ୟା କରିଥିଲେ । ତପସ୍ୟାରେ ପ୍ରସନ୍ନ ହୋଇ ମହାଗୌରୀଙ୍କୁ ସ୍ବୀକାର କରିଥିଲେ । ତେବେ ଦୀର୍ଘ ଦିନ ଧରି ତପସ୍ୟା କରିବା ଦ୍ବାରା ମା' ଙ୍କ ଶରୀରରେ ମାଟି ପରସ୍ତ ପରସ୍ତ ହୋଇ ବସିଯାଇଥିଲା । ଆଉ ଶିବ ଭଗବାନ ଗଙ୍ଗାଜଳରେ ମାଆ ମହାଗୌରୀଙ୍କ ଶରୀର କୁ ଧୋଇବା ପରେ ତାଙ୍କ ଶରୀର ଆହୁରି ଚମକିବାରେ ଲାଗିଲା । ଯାହାପରେ ମହାଗୌରୀ ନାଁରେ ଜଣାଗଲେ ।

ଅଷ୍ଟମ ଦିନରେ ପୂଜା ସମୟରେ ମାତା ମହାଗୌରୀଙ୍କୁ ନଡିଆ ଭୋଗ ଲଗାଯାଇଥାଏ । ରାତ କି ରାନି ଫୁଲ ମାଆଙ୍କ ପସନ୍ଦ ଥିବାବେଳେ, ଏହି ଦିନ ମାଆଙ୍କୁ ଅର୍ପଣ କରିବା ଦ୍ବାରା ଆଶିଷ ପ୍ରାପ୍ତ ହୋଇଥାଏ । ଏହା ସହ ଅନ୍ୟ ଫୁଲ, ଫଳ, ସୁଗନ୍ଧ ଦ୍ରବ୍ୟ, ଧୂପ, ଦୀପ ଓ ନୈବେଦ୍ୟ ଦେଇ ପୂଜା କରାଯାଇଥାଏ ।

ମନ୍ତ୍ର:

ଶ୍ବେତେ ବୃଷେ ସମାରୁଡା ଶ୍ବେତାମ୍ବରଧରା ଶୁଚିଃ

ମହାଗୋରୀ ଶୁଭଂ ଦଘାନନ୍ତ୍ର ମହାଦେବ ପ୍ରମୋଦଦୋ

ଯା ଦେବୀ ସର୍ବବୁତେଷୁ ମାଁ ଗୌରୀ ରୁପେଣ ସଂସ୍ଥିତାଃ

ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.