ETV Bharat / bharat

ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ଆଗୁଆ କୋଲକାତାର ବଙ୍ଗୁର ଏଭିନ୍ୟୁ

author img

By

Published : Feb 6, 2020, 8:05 AM IST

eliminating single use plastic
ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ଆଗୁଆ କୋଲକତାର ବଙ୍ଗୁର ଏଭିନ୍ୟୁ

ସାରା ଦେଶରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଜାରି ରହିଛି । ଅନେକ ରାଜ୍ୟ ପ୍ଲାଷ୍ଟିକ ବ୍ୟାନକୁ କଡାକଡି କରିଥିବାବେଳେ ଅନେକ ସ୍ଥାନରେ ଖୁଲମଖୁଲା ବ୍ୟବହାର ହେଉଛି ଏକକ ବ୍ୟବହୃତ ପ୍ଲାଷ୍ଟିକ । କିନ୍ତୁ ସରକାରଙ୍କ ନିୟମକୁ ଅକ୍ଷରରେ ଅକ୍ଷରରେ ପାଳନ କରୁଛି କୋଲକାତାର ବଙ୍ଗୁର ଏଭିନ୍ୟୁ ପ୍ରଶାସନ । ପ୍ଲାଷ୍ଟିକ ଅଭିଯାନରେ ପଢନ୍ତୁ ଆମର ସ୍ବତନ୍ତ୍ର ଉପସ୍ଥାପନା...

କୋଲକାତା: ବଦଳୁଛି ଦୁନିଆ । ଯାହାର ପରିଣାମ ଗ୍ଲୋବାଲ ୱାର୍ମିଂ ଓ ପାଣିପାଗରେ ଘଟୁଛି ବିରାଟ ପରିବର୍ତ୍ତନ । ଏହା ବର୍ତ୍ତମାନ ବିଶ୍ବ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଗ୍ଲୋବାଲ ୱାର୍ମିଂର ମୁଖ୍ୟ କାରଣ ହେଲା ଏକକ ବ୍ୟବହୃତ ପ୍ଲାଷ୍ଟିକର ବ୍ୟବହାର । ଏହା ବର୍ତ୍ତମାନ ସମାଜ ପାଇଁ ଅଭିଶାପ ପାଲଟିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏକକ ବ୍ୟବହୃତ ପ୍ଲାଷ୍ଟିକ ଉପରେ ଲଗାଇଛନ୍ତି ପ୍ରତିବନ୍ଧକ । କିନ୍ତୁ ବାସ୍ତବ ଚିତ୍ର ଓଲଟା ।

ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ଆଗୁଆ କୋଲକତାର ବଙ୍ଗୁର ଏଭିନ୍ୟୁ

ଏପଟେ ପିଏମ ମୋଦିଙ୍କ ପ୍ଲାଷ୍ଟିକ ମୁକ୍ତ ଭାରତର ସ୍ବପ୍ନକୁ ସାକାର କରୁଛି କୋଲକାତାର ବଙ୍ଗୁର ଏଭେନ୍ୟୁ ଅଞ୍ଚଳ । ଏଠାକାର ଲୋକେ ପଲଥିନ ବଦଳରେ ବ୍ୟବହାର କରୁଛନ୍ତି ପେପର ଠୁଙ୍ଗା । କେବଳ ଜନସାଧାରଣ ନୁହେଁ, ଦୋକାନୀ ମଧ୍ୟ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ୍ ଲଗାଇଛନ୍ତି । ସ୍ଥାନୀୟ ଲୋକେ ସରକାରଙ୍କ ନିୟମକୁ ଅକ୍ଷରେ ଅକ୍ଷରେ କରୁଛନ୍ତି ପାଳନ । ଅନ୍ୟପଟେ କୋଲକାତାସ୍ଥିତ ସୁପର ମାର୍କେଟରେ ଅବାଧରେ ଚାଲିଛି ଏକକ ବ୍ୟବହୃତ ପ୍ଲାଷ୍ଟିକର ବ୍ୟବହାର । କିନ୍ତୁ ଆପଣ ଯଦି ବଙ୍ଗୁରର ସୁପର ମାର୍କେଟକୁ ଯିବେ ଏଠାକାର ଦୃଶ୍ୟ ସମ୍ପୂର୍ଣ୍ଣ ଅଲଗା । ରାସ୍ତାକଡର ବେପାରୀ ଠୁ ଆରମ୍ଭ କରି ମିଠା ଦୋକାନୀ ପର୍ଯ୍ୟନ୍ତ ସମସ୍ତେ କାଗଜ ଠୁଙ୍ଗାର କରୁଛନ୍ତି ବ୍ୟବହାର ।

ଗତ କିଛି ବର୍ଷ ପୂର୍ବେ ବଙ୍ଗୁରରେ ଦେଖାଦେଉଥିଲା ଜଳବନ୍ଦୀ ସମସ୍ୟା । କିନ୍ତୁ ପ୍ଲାଷ୍ଟିକ ବ୍ୟାନ ପରେ ଏ ସମସ୍ୟା ସମାଧାନରେ ସୁଧାର ଆସିଛି । ତେବେ ବଙ୍ଗୁରର ପୂର୍ବତନ କାଉନସିଲର ପ୍ରଥମେ ଏକକ ବ୍ୟବହୃତ ପ୍ଲାଷ୍ଟିକ ଉପରେ ବ୍ୟାନ ଲଗାଇବାକୁ ପ୍ରୟାସ ଆରମ୍ଭ କରିଥିଲେ । ତାଙ୍କ ଶାସନକାଳରେ ୱାର୍ଡବାସୀ ତାଙ୍କୁ ସମର୍ଥନ ଦେଇନଥିଲେ । କିନ୍ତୁ ସେ ହାର ନ ମାନି ଏକୁଟିଆ ଆରମ୍ଭ କରିଥିଲେ ଅଭିଯାନ । ଘର ଘର ବୁଲି ଲୋକଙ୍କୁ କରୁଥିଲେ ସଚେତନ ।

ପ୍ରଥମେ ପ୍ରଥମେ ଲୋକେ ତାଙ୍କ କଥାକୁ ଗୁରୁତ୍ବ ଦେଉନଥିଲେ । ହେଲେ ସେ ହାର ମାନିନଥିଲେ । ମାର୍କେଟରେ ବେପାରୀଙ୍କୁ ବୁଝାଇବା ସହ ଆଇନ ଖିଲାପ କଲେ ଜୋରିମାନା ଦେବାକୁ ତାଗିଦ କରିଥିଲେ । ପ୍ଲାଷ୍ଟିକ ରୋକିବାକୁ ହେଲେ ସରକାରଙ୍କୁ ପ୍ଲାଷ୍ଟିକ ଉତ୍ପାଦନ ବନ୍ଦ କରିବା ଆବଶ୍ୟକତା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

Plastic Story for February 06




Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.