ETV Bharat / bharat

ହୋମ କ୍ବାରାଣ୍ଟାଇନରେ ରଖନ୍ତୁ ତ୍ବଚା ଓ କେଶର ବିଶେଷ ଧ୍ୟାନ

author img

By

Published : Apr 2, 2020, 11:59 PM IST

skin and hair care in home quarantine, home quarantine, quarantine, skin care in quarantine, health tips, ତ୍ବଚା ଓ କେଶର ଯତ୍ନ, ସ୍ବାସ୍ଥ୍ୟ ଟିପ୍ସ, ହୋମ କ୍ବାରେଣ୍ଟାଇନ, କ୍ବାରେଣ୍ଟାଇନରେ ସ୍କିନ କେୟାର
ହୋମ କ୍ବାରାଣ୍ଟାଇନରେ ରଖନ୍ତୁ ତ୍ବଚା ଓ କେଶର ବିଶେଷ ଧ୍ୟାନ

ବନ୍ଦ ପଡିଛି ସମସ୍ତ ଦୋକାନ ବଜାର ଓ ସମସ୍ତଙ୍କ ପ୍ରିୟ ସେଲୁନ ଓ ସ୍ପା। ଅଧିକାଂଶ ମହିଳା ସେଲୁନ ଓ ସ୍ପା ଉପରେ ନିର୍ଭରଶୀଳ ଥିବା ବେଳେ ଏହି ଲକଡାଉନ ଏବେ ଅନେକଙ୍କ ପାଇଁ ପାଲଟିଛି ମୁଣ୍ଡବ୍ୟଥାର କାରଣ ।

ହାଇଦ୍ରାବାଦ: ଲକଡାଉନ ସାରା ଭାରତ । ବନ୍ଦ ପଡିଛି ସମସ୍ତ ଦୋକାନ ବଜାର ଓ ସମସ୍ତଙ୍କ ପ୍ରିୟ ସେଲୁନ ଓ ସ୍ପା। ଅଧିକାଂଶ ମହିଳା ସେଲୁନ ଓ ସ୍ପା ଉପରେ ନିର୍ଭରଶୀଳ ଥିବା ବେଳେ ଏହି ଲକଡାଉନ ଏବେ ଅନେକଙ୍କ ପାଇଁ ପାଲଟିଛି ମୁଣ୍ଡବ୍ୟଥାର କାରଣ । ସାରା ବିଶ୍ବରେ ଡାକ୍ତରମାନେ ସ୍ବଚ୍ଛତାକୁ ପ୍ରାଧାନ୍ୟ ଦେବା ପାଇଁ କହୁଥିବା ବେଳେ ଆପଣଙ୍କ କେଶ ଓ ତ୍ବଚାର ମଧ୍ୟ ରଖନ୍ତୁ ସ୍ବତନ୍ତ୍ର ଧ୍ୟାନ ।

ଫଲୋ କରନ୍ତୁ ଏହି ସହଜ ଟିପ୍ସ ଓ ଘରେ ବସି ନିଜ ତ୍ବଚା ଓ କେଶର ଧ୍ୟାନ ରଖନ୍ତୁ:

  • ମନେ ରଖନ୍ତୁ, ଶରୀରର ସୁସ୍ଥତା ପାଇଁ ଆପଣଙ୍କ ମେଟାବୋଲିକ ପାୱାର ବା ରୋଗପ୍ରତିରୋଧକ ଶକ୍ତି ଅତି ଗୁରୁତ୍ବପୂର୍ଣ୍ଣ । ତେଣୁ ଦୈନିକ ବ୍ୟାୟାମ କରନ୍ତୁ ।
  • ଶରୀରକୁ ହାଇଡ୍ରେଟ କରନ୍ତୁ । ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ପାଣି ପିଅନ୍ତୁ ।
  • ଘରେ ଅଧିକ ସମୟ ଯାଏଁ ବସି ନରହି ଶାରିରୀକ କାର୍ଯ୍ୟରେ ନିଜକୁ ଲଗାନ୍ତୁ । ଯେପରି ଆପଣ ଗଛ ଲଗାଇ ପାରିବେ, କିଛି ସମୟ ଘର ଭିତରେ ଚାଲିପାରିବେ କିମ୍ବା ପ୍ରାଣାୟନ କରିପାରିବେ ।
  • ଯଥା ସମ୍ଭବ ପ୍ରୋସେସ୍‌ଡ ଫୁଡ ବା ପ୍ରିଜରଭେଟିଭଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରାଇଥାଏ । ଏହା ବ୍ୟତୀତ ଘର ତିଆରି ହାଲ୍‌କା ଖାଦ୍ୟ ଖାଆନ୍ତୁ । ଫଳ ଓ ତଟକା ପନିପରିବା ଖାଆନ୍ତୁ ।
  • କେମିକାଲ।ଯୁକ୍ତ କ୍ରିମ ଅପେକ୍ଷା, ହୋମ କ୍ବାରାଣ୍ଟାଇନ ସମୟରେ ପ୍ରାକୃତିକ ଉପାୟରେ ତ୍ବଚାର ଧ୍ୟାନ ରଖନ୍ତୁ । ଏଥିପାଇଁ ଚେହେରାରରେ ବରଫ ଲଗାନ୍ତୁ, ଫଳ ଲଗାନ୍ତୁ, ବେସନ ଓ ଟମାଟୋରେ ସ୍କ୍ରବ କରନ୍ତୁ ।
  • ସୁଜି, ବେସନ ଓ ଗୋଲାପ ଜଳର ମିଶ୍ରଣ ପ୍ରସ୍ତୁତ କରନ୍ତୁ । ତେଲିଆ ଚେହେରାରେ ଚମକ ଆଣିବା ପାଇଁ ଏହି ଫେସ ପ୍ୟାକ ନିଶ୍ଚିନ୍ତ ଉପାଦେୟ। ଏହାଛଡା ଆପଣ କେବଳ ସୁଜି ଓ ବେସନର ମିଶ୍ରଣକୁ ବଡି ସ୍କ୍ରବ ଆକାରରେ ମଧ୍ୟ ଗାଧୋଇବା ସମୟରେ ବ୍ୟବହାର କରିପାରନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.