ETV Bharat / bharat

ଛୋଟ ବିଜିନେସକୁ ସପୋର୍ଟ କରିବ ଇନଷ୍ଟାଗ୍ରାମର ନୂଆ ଫିଚର

author img

By

Published : May 16, 2020, 10:47 PM IST

ଛୋଟ ବିଜିନେସକୁ ସପୋର୍ଟ କରିବ ଇନଷ୍ଟାଗ୍ରାମର ନୂଆ ଫିଚର
ଛୋଟ ବିଜିନେସକୁ ସପୋର୍ଟ କରିବ ଇନଷ୍ଟାଗ୍ରାମର ନୂଆ ଫିଚର

ଏହି ଫିଚର ବ୍ୟବହାର କରି ୟୁଜର୍ସ କୌଣସି ଛୋଟ ବ୍ୟବସାୟ ପ୍ରତି ନିଜ ସମର୍ଥନ ଦେଇପାରିବେ । ନିଜ ଆଖପାଖରେ ଥିବା ସମସ୍ତ ଛୋଟ ବିଜିନେସ ବିଷୟରେ ସେମାନଙ୍କୁ ସମସ୍ତ ସୂଚନା ମିଳିବ । ଅଧିକ ପଢନ୍ତୁ...

ହାଇଦ୍ରାବାଦ: କୋରୋନା ମୁକାବିଲା ପାଇଁ ଲାଗୁ ଲକଡାଉନ ଯୋଗୁଁ ଅନେକ ସେକ୍ଟର ପ୍ରଭାବିତ ହୋଇଛି । ସେପରି ବିଜିନେସ ସେକ୍ଟର ମଧ୍ୟ ଏହାଦ୍ବାରା ପ୍ରବଳ ମାତ୍ରାରେ କ୍ଷତି ସହିଛି । ଛୋଟଠାରୁ ବଡ ଯାଏଁ ସମସ୍ତ ସେକ୍ଟରରେ ଏହାର ପ୍ରଭାବ ପଡିଛି ।

ତେବେ ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ଛୋଟ ବିଜିନେସକୁ ସପୋର୍ଟ କରିବା ପାଇଁ ଏକ ନୂଆ ଫିଚର ଯୋଡାଯାଇଛି । ଏଥିରେ ୟୁଜର୍ସଙ୍କ ଷ୍ଟୋରୀ ଅପସନରେ ଏକ ନୂଆ ଷ୍ଟିକର ଲଞ୍ଚ ହୋଇଛି । ଏହାର ନାମ ସପୋର୍ଟ ସ୍ମଲ ବିଜିନେସ ରହିଛି ।

ଏ ସମ୍ପର୍କରେ ସୂଚନା ଦେଇ ଫେସବୁକ୍ ଦ୍ବାରା ପରିଚାଳିତ ଏହି ଭିଡିଓ ଓ ଇମେଜ ସେୟାର ଆପ୍ କହିଛି ଯେ ଏହି ଫିଚର ବ୍ୟବହାର କରି ୟୁଜର୍ସ କୌଣସି ଛୋଟ ବ୍ୟବସାୟ ପ୍ରତି ନିଜ ସମର୍ଥନ ଦେଇପାରିବେ । ନିଜ ଆଖପାଖରେ ଥିବା ସମସ୍ତ ଛୋଟ ବିଜିନେସ ବିଷୟରେ ସେମାନଙ୍କୁ ସମସ୍ତ ସୂଚନା ମିଳିବ । ଏହାସହ କୌଣସି ଏକ ବିଜିନେସକୁ ସେମାନେ ସମର୍ଥନ ଦେଇ ଏହାର ଫଟୋ ଓ ଭିଡିଓ ସହ ଏହି ଷ୍ଟିକର ବ୍ୟବହାର କରିପାରିବେ । ଫଳରେ ଏହି ଫଟୋ କିମ୍ବା ଭିଡିଓ ଏକ ସେୟାର ଷ୍ଟୋରୀ ସହ ସଂଯୋଗ ହୋଇଯିବ ଏବଂ ସମସ୍ତେ ସେମାନଙ୍କ ସମର୍ଥିତ ବିଜିନେସ ବିଷୟରେ ଜାଣିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.