ETV Bharat / bharat

ଆଇଜିଆଇ ଦେଶର ପ୍ରଥମ ପ୍ଲାଷ୍ଟିକ ମୁକ୍ତ ବିମାନବନ୍ଦର

author img

By

Published : Feb 18, 2020, 1:07 PM IST

plastic free airport
ଆଇଜିଆଇ ଦେଶର ପ୍ରଥମ ପ୍ଲାଷ୍ଟିକ ମୁକ୍ତ ବିମାନବନ୍ଦର

କେନ୍ଦ୍ର ସରକାରଙ୍କ ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ଲକ୍ଷ୍ୟକୁ ସଫଳ କରି ଦେଶର ପ୍ରଥମ ପ୍ଲାଷ୍ଟିକ ମୁକ୍ତ ବିମାନବନ୍ଦର ଭାବେ ଆଇଜିଆଇ ଖ୍ୟାତି ଅର୍ଜନ କରିଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ଲକ୍ଷ୍ୟକୁ ସଫଳ କରିବାରେ ଆଗେଇ ଆସିଛି ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର । ଏଠାରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାରକୁ ବର୍ଜନ କରିଛନ୍ତି ବନ୍ଦର କର୍ତ୍ତୃପକ୍ଷ । ଯାହାକୁ ନେଇ ଦେଶର ପ୍ରଥମ ପ୍ଲାଷ୍ଟିକ ମୁକ୍ତ ବିମାନବନ୍ଦର ଭାବେ ଆଇଜିଆଇକୁ ଘୋଷଣା କରାଯାଇଛି।

ଆଇଜିଆଇ ଦେଶର ପ୍ରଥମ ପ୍ଲାଷ୍ଟିକ ମୁକ୍ତ ବିମାନବନ୍ଦର

ଆଜିଆଇ ବିମାନବନ୍ଦରକୁ ପ୍ଲାଷ୍ଟିକରେ ପ୍ରସ୍ତୁତ 45ଟି ଉତ୍ପାଦକକୁ ପୁନଃବିନିଯୋଗକରି ଇକୋଫ୍ରେଣ୍ଡଲୀ ଉତ୍ପାଦ ପ୍ରସ୍ତୁତ କରାଯାଇଛି । 2018 ସେପ୍ଟେମ୍ବରରେ ଓ୍ବାଲର୍ଡ ଏନଭାରମେଣ୍ଟ ଡେ ବା ବିଶ୍ବ ପରିବେଶ ଦିବସରେ 'ବିଟ ପ୍ଲାଷ୍ଟିକ ପଲ୍ୟୁସନ' ଥିମକୁ ନେଇ ଆଇଜିଆଇ ପକ୍ଷରୁ ପ୍ରଥମ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର କରିବା ନେଇ ସଙ୍କଳ୍ପ ନିଆଯାଇଥିଲା ।

ଏହି ସଙ୍କଳ୍ପକୁ ସଫଳ କରିବା ପାଇଁ ଜିଏମଆର ନେତୃତ୍ବରେ ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ ପକ୍ଷରୁ ବିମାନବନ୍ଦର ଟର୍ମିନାଲ ବିଲଡିଂରେ 4ଟି ବିନ ସିଷ୍ଟମ ଲଗାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.