ETV Bharat / bharat

ଆଇପିଏଲ ବେଟିଂରେ କ୍ଷତି ସହି ନପାରି ଯୁବକଙ୍କ ଆତ୍ମହତ୍ୟା

author img

By

Published : Nov 4, 2020, 9:21 AM IST

19-year-old dies by suicide after loss in cricket betting in hyderabad
ଆଇପିଏଲ ବେଟିଂରେ ଆର୍ଥିକ କ୍ଷତି ସହି ନପାରି ଯୁବକଙ୍କ ଆତ୍ମହତ୍ୟା

ଆଇପିଏଲ ବେଟିଂରେ ଆର୍ଥିକ କ୍ଷତି ସହି ନ ପାରି 19 ବର୍ଷୀୟ ଯୁବକଙ୍କ ଆତ୍ମହତ୍ୟା । ଏନେଇ ଥାନାରେ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଥିବା ନେଇ ପୋଲିସର ସୂଚନା । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ମହଙ୍ଗା ପଡିଲା ଆଇପିଏଲ ବେଟିଂ । ଆର୍ଥିକ କ୍ଷତି ସହି ନପାରି ଯୁବକଙ୍କ ଆତ୍ମହତ୍ୟା । ହାଇଦ୍ରାବାଦରେ ଜଣେ 19 ବର୍ଷୀୟ ଯୁବକ କ୍ରିକେଟ(ଆଇପିଏଲ) ବେଟିଂରେ ଆର୍ଥିକ କ୍ଷତି ସହ୍ୟ କରି ନ ପାରି ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକଙ୍କ ନାମ ସୋନୁ ଯାଦବ ଏବଂ ସେ ନଡିଆ ବ୍ୟବସାୟୀ ଭାବେ କାମ କରନ୍ତି ।

ସୂଚନା ମୁତାବକ, ସୋନୁ ଆଇପିଏଲ ବେଟିଂରେ ଜଡିତ ଥିଲେ । ଯେଉଁ କାରଣରୁ ସେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିଲେ । ଏହି ଚାପ ସେ ସହି ପାରି ନଥିଲେ । ଯେତେବେଳେ ତାଙ୍କର ଅନ୍ୟ ଦୁଇ ରୁମମେଟ ସଞ୍ଜୟ ଯାଦବ ଏବଂ ମନୋଜ କାମ କରିବାକୁ ବାହାରକୁ ଯାଇଥିଲେ, ସେହି ସମୟରେ ସୋନୁ ଗାଧୁଆ ଘରର ଏକ ଗ୍ରିଲରେ କପଡା ଟାଙ୍ଗି ଆତ୍ମହତ୍ୟା କରିଛନ୍ତି ।

ମୃତକଙ୍କ ବଡ ଭାଇ ଅର୍ଜୁନ ଯାଦବ ତାଙ୍କ ସାନ ଭାଇଙ୍କ ଆତ୍ମହତ୍ୟା ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ଏକ ମାମଲା ରୁଜୁ ହେବା ସହ ପୋଲିସ ତଦନ୍ତ ଚଳାଇଥିବା ପଞ୍ଜାଗୁଟା ପୋଲିସ ଷ୍ଟେସନ ଇନ୍ସପେକ୍ଟର ଏମ ନିରଞ୍ଜନ ରେଡ୍ଡୀ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.