ETV Bharat / bharat

ପ୍ଲାଷ୍ଟିକମୁକ୍ତ ହେବ ହିମାଚଳ ପ୍ରଦେଶ, ନିର୍ମାଣ ହେବ ଶହେ ସ୍ୱଚ୍ଛତା କାଫେ

author img

By

Published : Oct 25, 2020, 9:08 PM IST

ହିମାଚଳପ୍ରଦେଶ ହେବ ପ୍ଲାଷ୍ଟିକ ମୁକ୍ତ
ହିମାଚଳପ୍ରଦେଶ ହେବ ପ୍ଲାଷ୍ଟିକ ମୁକ୍ତ

ହିମାଚଳ ପ୍ରଦେଶର ଗାଁ ଗୁଡିକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ରାଜ୍ୟରେ 100ଟି ସ୍ବଚ୍ଛତା କାଫେ ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖିଛନ୍ତି ସରକାର । ଏଥିପାଇଁ 100କୋଟି ବ୍ୟୟ ଅଟକଳ କରାଯାଇଥିବା କହିଛନ୍ତି ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତରାଜ ମନ୍ତ୍ରୀ । ଅଧିକ ପଢନ୍ତୁ...

ସିମଲା: ହିମାଚଳପ୍ରଦେଶ ହେବ ପ୍ଲାଷ୍ଟିକ ମୁକ୍ତ । 2023 ସୁଦ୍ଧା ହିମାଚଳ ସରକାର ରାଜ୍ୟରେ 100ଟି ସ୍ବଚ୍ଛତା କାଫେ ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ 100କୋଟି ବ୍ୟୟ ଅଟକଳ କରାଯାଇଥିବା ରବିବାର କହିଛନ୍ତି ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତରାଜ ମନ୍ତ୍ରୀ ବିରେନ୍ଦର କାନୱାର ।

ରାଜ୍ୟକୁ ସ୍ବଚ୍ଛ କରିବାକୁ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀଗୁଡିକରେ 10ଟି କାଫେ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ପ୍ରତି କାଫେଗୁଡିକ ପ୍ଲାଷ୍ଟିକ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଶେଷ କରି ରାଜ୍ୟର ପାହାଡିଆ ଅଞ୍ଚଳର ସ୍ବଚ୍ଛତା, ମହିଳା ସଶକ୍ତିକରଣ ଓ ଆଧୁନିକ ଉପାୟରେ ପାକ ଶୈଳୀ ଉପରେ ଗୁରୁତ୍ବ ଦିଆଯିବ । ରାଜ୍ୟର ସମୃଦ୍ଧ ରନ୍ଧନ ପରମ୍ପରାକୁ ସଂରକ୍ଷିତ କରିବା ଲକ୍ଷରେ ସ୍ବଚ୍ଛତା କାଫେର ମେନୁଗୁଡିକ ପାରମ୍ପାରିକ, ସୁସ୍ଥ ଏବଂ ସ୍ବାଦିଷ୍ଟ ହେବ ।

ଏହି କାଫେଗୁଡିକ ଭିଲେଜ ହାଟ ଯୋଜନା ଅଧିନରେ ନିର୍ମାଣ କରାଯିବ । ଯେଉଁଠାରେ ଗ୍ରାମାଞ୍ଚଳର ମହିଳାମାନେ ରୋଗନାଶକ ବୃକ୍ଷ ବିକ୍ରି କରି ଅଧିକ ଦୁଇ ପଇସା ରୋଜଗାର କରିପାରିବେ । ଏଥିପାଇଁ ଏହା କାଫେଗୁଡିକୁ ଚଳାଇବା ପାଇଁ ତିନି ବର୍ଷ ଭିତରେ ପ୍ରାୟ 5 ହଜାର ସ୍ବୟଂ ସହାୟକ ମହିଳାଙ୍କୁ ତାଲିମ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଗତ ମାସରେ ପ୍ରଥମ ସ୍ବଚ୍ଛତା କାଫେ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ହେଉଥିବା ସୋଲାନ ଜିଲ୍ଲାର ରାଡିଆଲୀ ପଞ୍ଚାୟତର ନାଲାଗାଡ ଅଞ୍ଚଳରେ ଉଦଘାଟନ ହୋଇଥିଲା । ଏହାପରେ କୁଲୁ ଜିଲ୍ଲାର ନାଗରରେ ଆଉ ଏକ କାଫେ ଉଦଘାଟନ କରାଯାଇଥିଲା । ଗ୍ରାମଗୁଡିକୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ କରିବାକୁ ଏହା କାର୍ଯ୍ୟକ୍ରମରେ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ବିରେନ୍ଦର କାନୱାର ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.