ETV Bharat / bharat

ଏମଏସଏମଇରେ 5 କୋଟି ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ନିତିନ ଗଡକରୀ

author img

By

Published : Aug 16, 2020, 4:28 PM IST

ଦେଶର ଏମଏସଏମଇ (ମାଇକ୍ରୋ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ) କ୍ଷେତ୍ରରେ ସରକାର ପାଞ୍ଚ କୋଟି ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସଡକ ପରିବହନ, ରାଜପଥ ଓ ଏମଏସଏମଇ ମନ୍ତ୍ରୀ ନିତିନ ଗଡକରୀ ଭିଡିଓ କନଫରେନ୍ସ ଜରିଆରେ କହିଛନ୍ତି । ଅଧିକ ପଢନ୍ତୁ...

ଏମଏସଏମରେ 5 କୋଟି ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ: ନିତିନ ଗଡକରୀ
ଏମଏସଏମରେ 5 କୋଟି ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ: ନିତିନ ଗଡକରୀ

ନୂଆଦିଲ୍ଲୀ: ଦେଶର ବିକାଶରେ ଏମଏସଏମଇ କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ତେବେ ଦେଶର ଏମଏସଏମଇ (ମାଇକ୍ରୋ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ) କ୍ଷେତ୍ରରେ ସରକାର ପାଞ୍ଚ କୋଟି ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସଡକ ପରିବହନ, ରାଜପଥ ଓ ଏମଏସଏମଇ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଏମଏସଏମଇ କ୍ଷେତ୍ରରେ 11 କୋଟି ନିଯୁକ୍ତି ସୃଷ୍ଟି ହୋଇଛି ଏବଂ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ପାଞ୍ଚ କୋଟି ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଆଜି(ରବିବାର) ଏକ ଭିଡିଓ କନଫରେନ୍ସ ଜରିଆରେ ନୂଆଦିଲ୍ଲୀରେ ସ୍ବାବଲମ୍ବନ ଇ-ସମ୍ମିଳନୀ 2020 ରେ ଯୋଗ ଦେଇ ଶ୍ରୀ ଗଡକର କହିଛନ୍ତି । ସେ କହିଛନ୍ତି ଯେ, ଦେଶରେ ରପ୍ତାନୀର 48 ପ୍ରତିଶତ ଏମଏସଏମଇ କ୍ଷେତ୍ରରୁ ହୁଏ ଏବଂ ଏହି ରପ୍ତାନିକୁ 60 ପ୍ରତିଶତକୁ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.