ETV Bharat / bharat

ଅନ୍ଧବିଶ୍ବାସ ବିରୋଧରେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ଝାଡ଼ଖଣ୍ଡର ଯୁବତୀ

author img

By

Published : Aug 1, 2019, 11:35 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଅନ୍ଧବିଶ୍ବାସ ବିରୋଧରେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ଝାଡ଼ଖଣ୍ଡର ଯୁବତୀ । ଅନ୍ଧବିଶ୍ବାସକୁ ବିରୋଧ କରି ଝାଡ଼ଖଣ୍ଡର କିଛି ଯୁବତୀ ଘର ଘର ବୁଲି ମହିଳାମାନଙ୍କୁ ସଚେତନ କରୁଛନ୍ତି । ଏହା ସହିତ କାନ୍ଥ ଓ ପାଚେରୀରେ ବିଭିନ୍ନ ପ୍ରକାର ଚିତ୍ର ଆଙ୍କି ଏହି ସଚେତନତା କାର୍ଯ୍ୟକ୍ରମକୁ ଆଗେଇ ନେଉଛନ୍ତି ।

ରାଞ୍ଚି: ଦେଶରେ ଅନେକ ସ୍ଥାନରେ ଆଜିବି ଅନ୍ଧବିଶ୍ବାସ ବସାବାନ୍ଧି ରହିଛି । ଏହି ଅନ୍ଧବିଶ୍ବାସ କାରଣରୁ ଅଧିକାଂଶ ସମୟରେ ଅନେକ ଅପରାଧିକ ମାମଲା ମଧ୍ୟ ସାମ୍ନାକୁ ଆସୁଛି । ତେବେ ଏପରି ସ୍ଥଳେ ଝାଡ଼ଖଣ୍ଡର ଦେଓଘର ଅଞ୍ଚଳର କିଛି ଯୁବତୀଙ୍କ ପଦକ୍ଷେପକୁ ଦେଶବ୍ୟାପୀ ପ୍ରଶଂସା କରାଯାଉଛି । ଅନ୍ଧବିଶ୍ବାସ ବିରୋଧରେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ଝାଡ଼ଖଣ୍ଡର ଯୁବତୀ ।

ଦେଓଘରର କିଛି ୟୁବତୀ ଏହି ଅନ୍ଧବିଶ୍ବାସକୁ ଦୂର କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଶିକ୍ଷା କ୍ଷେତ୍ରରେ ପଛରେ ପଡ଼ିଯାଇଥିବା ଅଞ୍ଚଳରେକୁ ଯାଇ ଏହି ଯୁବତୀମାନେ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୟାସ ଆରମ୍ଭ କରିଛନ୍ତି । ବିଭିନ୍ନ ସମସ୍ୟାକୁ ଘରର କାନ୍ଥରେ ଚିତ୍ରମାନ କରି ଲୋକଙ୍କୁ ସଚେତନ କରୁଛନ୍ତି । ଚିତ୍ରକଳା ମାଧ୍ୟମରେ ଲୋକଙ୍କ ମନରେ ଥିବା ଭ୍ରାନ୍ତଧାରଣାକୁ ଦୂର କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।

ଏହା ସହିତ ଉକ୍ତ ଯୁବତୀମାନେ ଘର ଘର ଯାଇକରି ଯୁବତୀ ଓ ଗାଁର ମହିଳାମାନଙ୍କୁ ସଚେତନ କରାଉଛନ୍ତି । ଏହି କାମ ପାଇଁ ଉକ୍ତ ଯୁବତୀଙ୍କୁ ଏନଜିଓ ଗୁଡ଼ିକ ଠାରୁ ବିଭିନ୍ନ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯାଉଥିବା ଜଣାପଡ଼ିଛି । କାନ୍ଥ, ପାଚେରୀ ପ୍ରଭୃତି ସ୍ଥାନମାନଙ୍କରେ ଏହି ଚିତ୍ର ସବୁ କରୁଛନ୍ତି ଯୁବତୀମାନେ ।

ତେବେ ଉକ୍ତ ଯୁବତୀମାନଙ୍କ କହିବା ଅନୁଯାୟୀ ଏହି ସଚେତନ କାର୍ଯ୍ୟକ୍ରମ ଆରମ୍ଭରୁ ଯୁବତୀମାନଙ୍କୁ ଅନେକ ଅସୁବିଧା ଓ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା । ମାତ୍ର ନିଜର ଦୃଢ ଆତ୍ମବିଶ୍ବାସ ବଳରେ ଆଜି ସବୁ ବାଧାବିଘ୍ନକୁ ପଛରେ ପକାଇ ଲକ୍ଷ୍ୟ ପୁରଣ କରିବାକୁ ଆଗେଇ ଆସିଛନ୍ତି ଏହି ଯୁବତୀମାନେ । ତେବେ ସବୁଠାରୁ ଚକିତ କରିବା ଭଳି କଥା ହେଉଛି, ଯେଉଁମାନେ ଆରମ୍ଭରୁ ଏମାନଙ୍କୁ ବିରୋଧ କରୁଥିଲେ, ଆଜି ସେହିମାନେ ଏମାନଙ୍କୁ ସମର୍ଥନ କରିଆସୁଛନ୍ତି ।

Intro:Body:

prabhu


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.