ETV Bharat / bharat

କୋରୋନା କାଳରେ ରକ୍ତଦାନ କରି ପ୍ରଶଂସା ସାଉଁଟିଲେ ଅନୀଲ

author img

By

Published : Jun 14, 2020, 6:58 PM IST

କୋରୋନା କାଳରେ ରକ୍ତଦାନ କରି ପ୍ରଶଂସା ସାଉଁଟିଲେ ଅନୀଲ
କୋରୋନା କାଳରେ ରକ୍ତଦାନ କରି ପ୍ରଶଂସା ସାଉଁଟିଲେ ଅନୀଲ

ଉତ୍ତରପ୍ରଦେଶର ଗାଜିଆବାଦରେ ବାସ କରୁଥିବା ଜଣେ ବୟସ୍କ ବ୍ୟକ୍ତି ଅନୀଲ କୁମାର ଏବେ ଚର୍ଚ୍ଚାରେ । କୋରୋନା କାଳରେ ରକ୍ତଦାନ କରି ପ୍ରଶଂସା ସାଉଁଛନ୍ତି ଅନୀଲ କୁମାର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିଆବାଦରେ ରହୁଥିବା ଜଣେ ବୟସ୍କ ବ୍ୟକ୍ତି ଅନୀଲ କୁମାର ଏବେ ଚର୍ଚ୍ଚାରେ । ରେଳବାଇରୁ ଅବସର ନେଇଥିବା ଅନୀଲ କୁମାର କିଛି ବର୍ଷ ପୂର୍ବେ ଦୁର୍ଘଟଣାରେ ନିଜର ଗୋଟେ ଗୋଡ ହରାଇ ବସିଥିଲେ । କିନ୍ତୁ ସେ ହାର ମାନିନଥିଲେ । ଆଜି ତାଙ୍କ ପାଇଁ ଦେଶର ସେବା ମୂଳକର୍ତ୍ତବ୍ୟ ପାଲଟିଛି । ସେ ରବିବାର ବ୍ଲଡ ବ୍ୟାଙ୍କରେ ସେ ରକ୍ତ ଦେବାକୁ ପହଞ୍ଚି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ନିଜର ଗୋଟେ ଗୋଡ ହରାଇ ଏତେ ବୟସରେ ରକ୍ତ ଦାନ କରି ପୁଣ୍ୟ କାମ କରିବା ସହ ସମସ୍ତଙ୍କର ପ୍ରଶଂସାର ପାତ୍ର ମଧ୍ୟ ସାଜିଛନ୍ତି । ଅନୀଲଙ୍କ କହିବା କଥା ହେଲା ବେଳେ ବେଳେ ରକ୍ତ ଦାନ କରିବା ଉଚିତ୍ ।

ଅନୀଲ କୁମାର କୁହନ୍ତି, ତାଙ୍କର ଗୋଡ଼ ଯିବା ପରଠାରୁ 3 ଥର ରକ୍ତଦାନ କରିସାରିଛନ୍ତି । ଦେଶର ହୀତ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ରକ୍ତଦାନ କରିବା ଉଚିତ । ମନୁଷ୍ୟ ଦାନ କରିଥିବା ରକ୍ତ ଅନ୍ୟ ମନୁଷ୍ୟକୁ ଜୀବନ ଦେଇଥାଏ । ଜରୁରୀକାଳିନ ପରିସ୍ଥିତିରେ ମଣିଷ ହିଁ ମଣିଷ କାମରେ ଆସେ । ରକ୍ତଦାନ କରି ମଣିଷପଣିଆର କର୍ତ୍ତବ୍ୟ କରିବା ଉଚିତ ବୋଲି ଅନୀଲ କହିଛନ୍ତି ।

ଗାଜିଆବାଦର ଚିଫ ମେଡିକାଲ ଅଫିଲସ ନରେନ୍ଦ୍ର କୁମାର ଗୁପ୍ତା କହିଛନ୍ତି, ଗାଜିଆବାଦର ବ୍ଲଡ ବ୍ୟଙ୍କରେ ରକ୍ତର ଅଭାବ ରହିଛି । ଲକଡାଉନ ଯୋଗୁଁ ଲୋକେ ଘରୁ ବାହାରକୁ ଆସୁପାରୁନାହାଁନ୍ତି । ଫଳରେ ରକ୍ତ ଦାନ କରିପାରୁନାହାଁନ୍ତି । ଯେଉଁଥିପାଇଁ ବ୍ଲଡ ବ୍ୟାଙ୍କରେ ରକ୍ତର ଅଭାବ ଦେଖିବାକୁ ମିଳିଛି । ଦୀର୍ଘ ମାସ ହେବ ରକ୍ତଦାନ ଶିବିର ମଧ୍ୟ କରାଯାଇନାହିଁ । ତେବେ ରବିବାରଠାରୁ ସାମାଜିକ ଦୂରତାର ସହ ରକ୍ତଦାନ ଶିବିର ପୁଣି ଆରମ୍ଭ କରାଗଲା । ଏହି ଶିବିରରେ ଅଧିକରୁ ଅଧିକ ଲୋକେ ରକ୍ତଦାନ କରନ୍ତି ତେବେ କୋରୋନା କାଳରେ ମଧ୍ୟ ଦେଶରେ କେବେବି ରକ୍ତର ଅଭାବ ଦେଖିବାକୁ ମିଳିବ ନାହିଁ । ଏପରିସ୍ଥିତିରେ ଅନୀଲ କୁମାର ରକ୍ତ ଦାନ କରି ପୁଣ୍ୟକାମ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.