ETV Bharat / bharat

44 କୋଟି ଟଙ୍କାର ନକଲି ନୋଟ ଜବତ, 6 ଗିରଫ

author img

By

Published : Jun 11, 2020, 11:40 AM IST

fake currency
44 କୋଟି ଟଙ୍କାର ନକଲି ନୋଟ ଜବତ କଲେ ପୁନେ ପୋଲିସ

44 କୋଟି ଟଙ୍କାର ନକଲି ନୋଟ ଜବତ କଲା ପୁନେ ପୋଲିସ । ଏହି ଘଟଣାରେ ପୋଲିସ ଜଣେ ଯବାନଙ୍କ ସମେତ 6 ଜଣଙ୍କୁ ଗିରଫ କରିଛନ୍ତି । ପୋଲିସ ନକଲି ଭାରତୀୟ ମୁଦ୍ରାରେ 44 କୋଟି ଟଙ୍କା ଏବଂ ବିଦେଶୀ ମୁଦ୍ରାରେ 4 କୋଟି 20 ଲକ୍ଷ ଟଙ୍କା ଜବତ କରିଛି ।

ମୁମ୍ବାଇ: 44 କୋଟି ଟଙ୍କାର ନକଲି ନୋଟ ଜବତ କଲା ପୁନେ ପୋଲିସ । ଏହି ଘଟଣାରେ ପୋଲିସ ଜଣେ ଯବାନଙ୍କ ସମେତ 6 ଜଣଙ୍କୁ ଗିରଫ କରିଛନ୍ତି। ପୋଲିସ ନକଲି ଭାରତୀୟ ମୁଦ୍ରାରେ 44 କୋଟି ଟଙ୍କା ଏବଂ ବିଦେଶୀ ମୁଦ୍ରାରେ 4 କୋଟି 20 ଲକ୍ଷ ଟଙ୍କା ଜବତ କରିଛି ।

ପୋଲିସ ସୂଚନାନୁସାରେ ବିମାନବନ୍ଦର ପାଖପାଖି ଅଞ୍ଚଳରେ ଏକ ବଡ ନକଲି ନୋଟ ର୍ୟାକେଟ୍ ଚାଲିଥିବା ନେଇ ଖବର ମିଳିଥିଲା। ଏହାପରେ ପୁନେ ପୋଲିସର କ୍ରାଇମବ୍ରାଞ୍ଚ ଏବଂ ଗୁଇନ୍ଦା ବିଭାଗ ଘଟଣାସସ୍ଥଳରେ ପହଞ୍ଚିଥିଲେ । ଏହା ମଧ୍ୟରେ ଜଣେ ପୋଲିସ କର୍ମଚାରୀଙ୍କୁ ଭାରତୀୟ ମୁଦ୍ରା ବଦଳରେ ବିଦେଶୀ ମୁଦ୍ରା ନେବାକୁ ପଠାଯାଇଥିଲା। ଏହାପରେ ସମସ୍ତ ଘଟଣାର ଫର୍ଦ୍ଦାଫାସ ହୋଇଥିଲା ।

ଏହି ମାମଲାରେ ଶେଖ ଅଲିମ ଗୁଲାବ ଖାନ, ସୁନୀଲ ବଦ୍ରିନାଥ ସାରଦା, ରିତିଶ ରତ୍ନାକର, ଟୋଫିଲ ଅହମ୍ମଦ ମହମ୍ମଦ ଆଇଜାକ୍ ଖାନ, ଅବଦୁଲ ଗାନି ରେହମତୁଲା ଖାନ ଏବଂ ଅବଦୁଲ ରେହମାନ ଅବଦୁଲ ଗାନି ଖାନଙ୍କୁ ପୋଲିସ ଗିରଫ କରିଛି। ବିମାନବନ୍ଦର ପୋଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ ହୋଇଛି।

ବିମାନବନ୍ଦର ନିକଟରେ ଥିବା ଏକ ବିଲ୍ଡିଂରେ ଏହି ର୍ୟାକେଟ୍ ଆରମ୍ଭ ହୋଇଥିଲା। ସେଠାରେ ଅଭିଯୁକ୍ତମାନେ ନକଲି ନୋଟ ଛାପୁଥିଲେ । ବିଲ୍ଡିଂରୁ ପୋଲିସ କ୍ୟାମେରା, ଦୁଇଟି ବନ୍ଧୁକ, କମ୍ପ୍ୟୁଟର, ଲାପଟପ୍, ପ୍ରିଣ୍ଟିଂ ମେସିନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.