ETV Bharat / bharat

ସର୍ଚ୍ଚ ଅପରେସନବେଳେ ଏନକାଉଣ୍ଟର, ଜଣେ ଯବାନ ଶହୀଦ

author img

By

Published : May 11, 2020, 8:23 PM IST

ସର୍ଚ୍ଚ ଅପରେସନବେଳେ ଏନକାଉଣ୍ଟର, ଜଣେ ଯବାନ ଶହୀଦ
ସର୍ଚ୍ଚ ଅପରେସନବେଳେ ଏନକାଉଣ୍ଟର, ଜଣେ ଯବାନ ଶହୀଦ

ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଓ କର୍ଡନ ଅପରେସନ ଜାରି ରହିଥିଲା । ଏହି ସମୟରେ ନକ୍ସଲମାନେ ପ୍ରଥମେ ଆକ୍ରମଣ କରିଥିଲେ ବୋଲି ପୋଲିସ ସୂଚନା ଦେଇଛି । ଅଧିକ ପଢନ୍ତୁ...

ବିଜାପୁର: ଲକଡାଉନ ବେଳେ ପୁଣି ମାତିଛନ୍ତି ନକ୍ସଲପନ୍ଥୀ । ଛତିଶଗଡ ବିଜାପୁରରେ ସୋମବାର ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି ନକ୍ସଲ । ଏଥିରେ ଜଣେ ଯବାନ ଶହୀଦ ହୋଇଛନ୍ତି ।

ଖବର ଅନୁସାରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଓ କର୍ଡନ ଅପରେସନ ଜାରି ରହିଥିଲା । ସିଆରପିଏଫ ଓ ଛତିଶଗଡ ପୋଲିସର ଡିଆରଜି ଫୋର୍ସର ସ୍ପେଶାଲ ଆକ୍ସନ ଟିମ ପକ୍ଷରୁ ମିଳିତ ଭାବେ ଏହି ଅପରେସନ ଚାଲିଥିଲା । ଏହି ସମୟରେ ନକ୍ସଲମାନେ ପ୍ରଥମେ ଆକ୍ରମଣ କରିଥିଲେ ବୋଲି ପୋଲିସ ସୂଚନା ଦେଇଛି ।

ପରେ ଉଭୟ ପକ୍ଷର ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା । କିଛି ସମୟ ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ । ତେବେ ଏହି ଏନକାଉଣ୍ଟରରେ ସିଆରପିଏଫ 170 ବାଟାଲିଅନର କନେଷ୍ଟବଳ ମନ୍ନା କୁମାର ଶହୀଦ ହୋଇଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.