ETV Bharat / bharat

ଭବିଷ୍ୟତରେ କୋଭିଡ୍‌ ଭଳି ପରିସ୍ଥିତିର ମୁକାବିଲା ସଂପର୍କରେ ଶିକ୍ଷା ନୀତିରେ କୌଣସି ପ୍ରସ୍ତାବ ନାହିଁ

author img

By

Published : Aug 1, 2020, 1:09 PM IST

education-policy-completely-missed-out-how-to-deal-with-covid-like-situation-in-future
ଭବିଷ୍ୟତରେ କୋଭିଡ୍‌ ଭଳି ପରିସ୍ଥିତିର ମୁକାବିଲା ସଂପର୍କରେ ଶିକ୍ଷା ନୀତିରେ କୌଣସି ପ୍ରସ୍ତାବ ନାହିଁ

ଉଭୟ ପ୍ରାଥମିକ ଓ ଉଚ୍ଚ ଶିକ୍ଷା କ୍ଷେତ୍ରର ରୂପାନ୍ତରଣ ନିମନ୍ତେ ନୂତନ ଶିକ୍ଷା ନୀତି-2020 ଉଦ୍ଦିଷ୍ଟ, କିନ୍ତୁ ଏଥିରେ କୋଭିଡ୍‌ ପ୍ରସଙ୍ଗକୁ ସଂପୂର୍ଣ୍ଣ ଏଡ଼ାଇ ଦିଆଯାଇଛି ବୋଲି କହନ୍ତି ‘ସେଭ୍‌ ଦି ଚିଲ୍‌ଡ୍ରେନ୍‌, ଇଣ୍ଡିଆ’ର ମୁଖ୍ୟ କମଲ ଗୌର ।

ଉଭୟ ପ୍ରାଥମିକ ଓ ଉଚ୍ଚ ଶିକ୍ଷା କ୍ଷେତ୍ରର ରୂପାନ୍ତରଣ ନିମନ୍ତେ ନୂତନ ଶିକ୍ଷା ନୀତି-2020 ଉଦ୍ଦିଷ୍ଟ, କିନ୍ତୁ ଏଥିରେ କୋଭିଡ୍‌ ପ୍ରସଙ୍ଗକୁ ସଂପୂର୍ଣ୍ଣ ଏଡ଼ାଇ ଦିଆଯାଇଛି ବୋଲି କହନ୍ତି ‘ସେଭ୍‌ ଦି ଚିଲ୍‌ଡ୍ରେନ୍‌, ଇଣ୍ଡିଆ’ର ମୁଖ୍ୟ କମଲ ଗୌର ।

ଈଟିଭି ଭାରତର କ୍ରିଷ୍ଣାନନ୍ଦ ତ୍ରିପାଠୀଙ୍କ ସହ ଏକ ଏକ୍‌ସକ୍ଲୁସିଭ୍‌ ସାକ୍ଷାତକାରରେ ସେ କହିଛନ୍ତି ଯେ, ଭବିଷ୍ୟତରେ କୋଭିଡ୍‌ ଭଳି ପରିସ୍ଥିତି ପାଇଁ ଆମ ସ୍କୁଲଗୁଡ଼ିକୁ କିଭଳି ପ୍ରସ୍ତୁତି କରିବାକୁ ହେବ ଏବଂ ସେଭଳି ସର୍ବବ୍ୟାପୀ ମହାମାରୀ ସମୟରେ ଶିକ୍ଷାଦାନର ଧାରାକୁ କେମିତି ଅବ୍ୟାହତ ରଖି ହେବ ସେ ସଂପର୍କରେ ଏହି ଶିକ୍ଷା ନୀତିରେ ଉଲ୍ଲେଖ କରାଯାଇନାହିଁ । ସଂପାଦିତ ଉଦ୍ଧୃତାଂଶ...

ଭବିଷ୍ୟତରେ କୋଭିଡ୍‌ ଭଳି ପରିସ୍ଥିତିର ମୁକାବିଲା ସଂପର୍କରେ ଶିକ୍ଷା ନୀତିରେ କୌଣସି ପ୍ରସ୍ତାବ ନାହିଁ

ପ୍ରଶ୍ନ:କେବଳ 10+2 ଢାଞ୍ଚାକୁ ଏକ ନୂତନ 15 ବର୍ଷିଆ ପଦ୍ଧତିରେ ପରିବର୍ତ୍ତନ କରିଦେଲେ ସାରା ଦେଶରେ ଆମର ଶିକ୍ଷାଦାନର ଧାରା ବଦଳି ଯିବ କି ?

ଉତ୍ତର: ଆପଣ ଯଦି ଏହାର ମୂଳ ଲକ୍ଷ୍ୟକୁ ବିଚାର କରନ୍ତି ତେବେ ଉଭୟ ସ୍କୁଲ ସ୍ତରରେ ଏବଂ ଉଚ୍ଚଶିକ୍ଷା ସ୍ତରରେ ଏହା ଖୁବ୍‌ ପରିବର୍ତ୍ତନଧର୍ମୀ । ଏହାର କାର୍ଯ୍ୟ ପରିସରରେ ଅନେକ କ୍ଷେତ୍ରକୁ ସାମିଲ କରାଯାଇଛି । ଏଥିରେ କେତେକ ନୂତନ କ୍ଷେତ୍ର ରହିଛି । ଯେମିତି କି ଅଳ୍ପବୟସରୁ ଶିକ୍ଷାଗ୍ରହଣ ଏହି ନୂତନ ଶିକ୍ଷା ନୀତିର ଅଂଶବିଶେଷ ହୋଇଛି । ଏହା ଆମ ପାଇଁ ଖୁବ ଉତ୍ସାହଜନକ । କାରଣ ମୌଳିକ ଶିକ୍ଷା ଉପରେ ଧ୍ୟାନ ଦିଆଯାଇଛି ଏବଂ ଏଥିପାଇଁ ହିଁ ଆମେ ସଂଗ୍ରାମ କରୁଥିଲୁ । କିନ୍ତୁ ସେଥିରେ କେତେକ କ୍ଷେତ୍ର ଉପରେ ନଜର ଦିଆଯାଇନାହିଁ । ଉଦାହରଣ ସ୍ବରୂପ, ଆମେ କେମିତି ଏହାକୁ ହାସଲ କରିବା । ଆମେ ଶିକ୍ଷା ବ୍ୟବସ୍ଥାକୁ 100% ପିଲାଙ୍କ ପାଖରେ ପହଞ୍ଚାଇବା କଥା କହୁଛୁ, କିନ୍ତୁ କୌଣସି ଅଗ୍ରଗତି ସଂପର୍କିତ ରୂପରେଖ ନାହିଁ କି ଅବଲମ୍ବନ ଉପାୟ ବିଷୟରେ କୁହାଯାଇନାହିଁ ।

ପ୍ରଶ୍ନ: କେତେକ ସମାଲୋଚକ ଯୁକ୍ତି କରନ୍ତି ଯେ ପ୍ରାକୃତିକ ସଂଖ୍ୟା 1ରୁ ଆରମ୍ଭ ହୋଇଥାଏ... ତେଣୁ ସ୍କୁଲ ଶିକ୍ଷା ବ୍ୟବସ୍ଥା ବି 1ମ ଶ୍ରେଣୀରୁ ଆରମ୍ଭ ହେବା ଉଚିତ । କିନ୍ତୁ, ପ୍ରସ୍ତୁତିମୂଳକ ଶିକ୍ଷାର ବାଣିଜ୍ୟିକରଣ ନିମନ୍ତେ ବେସରକାରୀ ସ୍କୁଲଗୁଡ଼ିକ ପ୍ରି-ସ୍କୁଲ୍‌ ଏବଂ କିଣ୍ଡରଗାର୍ଟନ ଶିକ୍ଷା ଆରମ୍ଭ କଲେ । ତେଣୁ ଏହି ଶିକ୍ଷା ନୀତିରେ ସମ୍ମିଳିତ ପ୍ରସ୍ତୁତିମୂଳକ ଶିକ୍ଷା ବ୍ୟବସ୍ଥାକୁ କେତେକ ସମାଲୋଚନା କରନ୍ତି ।

ଉତ୍ତର: ‘ସେଭ୍‌ ଦି ଚିଲ୍‌ଡ୍ରେନ୍‌’ ସଂସ୍ଥାରେ ଆମେ ଏବଂ ଅନ୍ୟ ଅନେକ ଶିକ୍ଷାବିତ୍‌, ସହାୟକ ଏବଂ ଅଂଶୀଦାରମାନଙ୍କ ମତରେ ଅଳ୍ପ ବୟସର ପିଲାମାନଙ୍କୁ ସ୍କୁଲ ଯିବା ଲାଗି ଆହୁରି ଭଲ ଭାବେ ପ୍ରସ୍ତୁତ କରାଇବା ପ୍ରସଙ୍ଗ ବିଚାରକୁ ନେଇ ଛୋଟ ବୟସରୁ ଶିକ୍ଷାଗ୍ରହଣ ଦିଗରେ ବ୍ୟବସ୍ଥା ଏବଂ ଏହାକୁ ସ୍କୁଲ ଶିକ୍ଷା ପଦ୍ଧତି ସହ ସମନ୍ବିତ କରିବା ଏକ ଉତ୍ତମ ପଦକ୍ଷେପ । ପିଲାଙ୍କୁ ସ୍କୁଲ ଯିବା ଲାଗି ପ୍ରସ୍ତୁତ କରାଇବା ଆମ କାର୍ଯ୍ୟଧାରାର ଏକ ପ୍ରମୁଖ କ୍ଷେତ୍ର । ପିଲାଙ୍କୁ ସ୍କୁଲ ଯିବା ପାଇଁ ପ୍ରସ୍ତୁତ କରାଇବା ଉଦ୍ଦେଶ୍ୟରେ ହିଁ ଅଙ୍ଗନବାଡ଼ି ଓ ବିଭିନ୍ନ ପ୍ରାକ୍‌-ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରଣୀତ ହୋଇଛି ।

ଅନ୍ୟ ପ୍ରସଙ୍ଗଟି ହେଲା ଯେ ଆମ ସ୍କୁଲ ଏବଂ ଶିକ୍ଷାଦାନ ପଦ୍ଧତି ଏହି ପିଲାମାନଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ କି ? କାରଣ, ପ୍ରାକ୍‌-ବିଦ୍ୟାଳୟ ପର୍ଯ୍ୟାୟ ଶିକ୍ଷା ମାଗଣାରେ ମିଳେ, ଏହା ଏକ ପ୍ରକାରର ପ୍ରାକୃତିକ ଏବଂ ଜୈବିକ ପଦ୍ଧତି ଏବଂ ଏଥିରେ ପିଲାମାନଙ୍କର ଖୁବ୍‌ ଯତ୍ନ ନିଆଯାଏ ।

ଯେତେବେଳେ ଜଣେ ପିଲା 10x10 ବର୍ଗଫୁଟର ଏକ କୋଠରିରୁ ବାହାରି ଏକ ବିରାଟ କୋଠା, ବଡ଼ ଫାଟକ ଲାଗିଥିବା ସ୍କୁଲରେ ପହଞ୍ଚେ, ଯେଉଁଠି କି ଶିକ୍ଷକ ବା ଶିକ୍ଷୟିତ୍ରୀମାନେ ନିର୍ଦ୍ଦିଷ୍ଟ ଦୂରତାରେ ରହିଥାଆନ୍ତି, ସେତେବେଳେ ତା ପାଇଁ ଏହା ଏକ ସମସ୍ୟା ରୂପେ ଉଭା ହୁଏ ।

ପ୍ରଶ୍ନ: ଏହି ନୀତିରେ ମୌଳିକ ସାକ୍ଷରତା ଏବଂ ଅଙ୍କ ଶିକ୍ଷା ବିଷୟରେ କୁହାଯାଇଛି । କେତେକ ବିଶେଷଜ୍ଞଙ୍କ ମତରେ ପଢ଼ିବା, ଲେଖିବା ଏବଂ ମୌଳିକ ପାଟୀଗଣିତ ଶିକ୍ଷା ଅତି ଗୁରୁତ୍ବପୂର୍ଣ୍ଣ ଦକ୍ଷତା ରୂପେ ପରିଗଣିତ ଏବଂ ଯଦି ଜଣେ ପିଲା ଏସବୁରେ ଜ୍ଞାନଲାଭ କରିପାରିବ ତେବେ ସେ ଜୀବନରେ ସଫଳ ହୋଇପାରିବ । ଦୟାକରି ମୌଳିକ ଶିକ୍ଷା ବିଷୟରେ ଆପଣ ବିଶଦ ଭାବରେ କହିବେ କି ?

ଉତ୍ତର: ମୌଳିକ ଶିକ୍ଷା ପ୍ରାକ୍‌-ବିଦ୍ୟାଳୟ କାର୍ଯ୍ୟକ୍ରମର ଏକ ସଂପ୍ରସାରଣ ମାତ୍ର । ଏଥିରେ ଆପଣ ଶିକ୍ଷାଗ୍ରହଣର ପଦ୍ଧତି, ଶିକ୍ଷାଗ୍ରହଣର ଅଭ୍ୟାସ ସଂପର୍କରେ ଶିକ୍ଷାଦାନ କରନ୍ତି । ପ୍ରାକ୍‌-ବିଦ୍ୟାଳୟ କାର୍ଯ୍ୟକ୍ରମରେ ଆମେ ପଢ଼ିବା ଓ ଲେଖିବା ସଂପର୍କରେ କହୁନାହିଁ । ଗାଣିତିକ ସାକ୍ଷରତା ବିକାଶର ସଂପ୍ରସାରଣରେ ମୌଳିକ ଶିକ୍ଷାକୁ ଅନ୍ତର୍ଭୁକ୍ତ କରାଯିବା ଉଚିତ । ‘ସେଭ୍‌ ଦି ଚିଲ୍‌ଡ୍ରେନ୍‌‘ ସେ ସଂପର୍କରେ ମଧ୍ୟ ବିଚାର ବ୍ୟକ୍ତ କରିଥାଏ । ଗାଣିତିକ ସାକ୍ଷରତାର ବିକାଶ ଭିତ୍ତିରେ ପିଲାଙ୍କୁ ଶିକ୍ଷାଗ୍ରହଣ ପାଇଁ ପ୍ରସ୍ତୁତ କରାଇବା ନିମନ୍ତେ ଆମେ ଏକ ପ୍ରକାରର ସାଧାରଣ ଦୃଷ୍ଟିଭଙ୍ଗୀ ନୀତି ଅନୁସରଣ କରୁ । ଆମେ ଏ ସଂପର୍କରେ ମତବ୍ୟକ୍ତ କରିଆସୁଛୁ, ଏଥିପାଇଁ ଆମେ ଲଢ଼େଇ କରିଆସୁଛୁ । ଆମ ପାଇଁ ଏହା ଏକ ସ୍ବାଗତଯୋଗ୍ୟ ପରିବର୍ତ୍ତନ ।

ପ୍ରଶ୍ନ: ପାଠ ମନେ ରଖିବା ଏବଂ ଘୋଷି ଘୋଷି ଶିକ୍ଷାଲାଭ କରିବା ଉପରେ ଜୋର ଦେଉଥିବାରୁ ଭାରତୀୟ ଶିକ୍ଷା ପଦ୍ଧତିକୁ ସମାଲୋଚନା କରାଯାଏ । ଅନ୍ୟପକ୍ଷରେ ଅନ୍ୟାନ୍ୟ ବିକଶିତ ଦେଶରେ ବିଶ୍ଲେଷଣାତ୍ମକ ଚିନ୍ତା ଏବଂ କୌଣସି ବିଷୟରେ ପ୍ରଶ୍ନ ପଚାରିବାର ଦକ୍ଷତା ହାସଲ ଦିଗରେ ପିଲାଙ୍କୁ ଶିକ୍ଷା ଦିଆଯାଏ । ନୂତନ ଶିକ୍ଷା ନୀତିର ଏହାକୁ ସାମିଲ କରାଯାଇଛି କି ?

ଉତ୍ତର: ଏହାକୁ ହିଁ ଗାଣିତିକ ସାକ୍ଷରତାର ବିକାଶ ବୋଲି କୁହାଯାଏ । ଆପଣ ଏଥିରେ ଦକ୍ଷତା ବିକାଶ ଉପରେ ଧ୍ୟାନ ଦିଅନ୍ତି । ଏହାର ଉଦ୍ଦେଶ୍ୟ ଭଲ, ହେଲେ ମୁଁ ପୁଣି ପଚାରିବି ଯେ ପୁଞ୍ଜିନିବେଶ କାହିଁ, ଏଥିପାଇଁ ଅର୍ଥ କାହିଁ ? ଆମେ ଶିକ୍ଷାରେ ବୈଷୟିକ ଜ୍ଞାନକୌଶଳ, ବେସରକାରୀ ସ୍କୁଲର ତଦାରଖ ଓ ନିୟନ୍ତ୍ରଣ କଥା କହୁଛୁ । ତାତ୍ତ୍ବିକ ଦୃଷ୍ଟିକୋଣରୁ ଏହା ଖୁବ ଭଲ ଲାଗୁଛି । ହେଲେ ବ୍ୟାବହାରିକ ଭାବରେ ଏହାକୁ କେତେ ଦୂର ଆଗେଇ ନିଆଯାଉଛି ତାହା ଦେଖିବାକୁ ଆମେ ଅପେକ୍ଷା କରିବା ।

ପ୍ରଶ୍ନ: ଶିକ୍ଷକମାନଙ୍କ ଶିକ୍ଷା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ଦୁଇ ବର୍ଷିଆ ଶିକ୍ଷାରେ ସ୍ନାତକ ଡିଗ୍ରୀ ବଦଳରେ 4 ବର୍ଷିଆ ଡିଗ୍ରୀ ବ୍ୟବସ୍ଥା ପ୍ରବର୍ତ୍ତିତ ହେବ । ଏହା ଏକ ଭଲ ପଦକ୍ଷେପ କି ?

ଉତ୍ତର: ଏହା ଖୁବ ଗୁରୁତ୍ବପୂର୍ଣ୍ଣ । ପୂର୍ବରୁ ପ୍ରଣୀତ ନୀତିରେ ବି ଆମେ ଶିକ୍ଷକମାନଙ୍କର ବୃତ୍ତିଗତ ଦକ୍ଷତା ବିକାଶ ଅବ୍ୟାହତ ରଖିବା ବିଷୟରେ ଆଲୋଚନା କରିଥିଲୁ । ହେଲେ କେତେ ଜଣ ଶିକ୍ଷକ ବୃତ୍ତିଗତ ପ୍ରଶିକ୍ଷଣ ପାଉଛନ୍ତି, ମାତ୍ର 14-15% । ଶିକ୍ଷକଙ୍କ ଶିକ୍ଷା ଉପରେ ଧ୍ୟାନ ଦିଆଯିବା ଫଳରେ ବିଦ୍ୟାଳୟ ସ୍ତରରେ ମଧ୍ୟ ଉତ୍ତମ ଗୁଣମାନର ଶିକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇପାରିବ ବୋଲି ମୁଁ ଆଶାବାଦୀ ।ଏହା ଖୁବ୍‌ ଉଚ୍ଚାଭିଳାଷୀ ମନେ ହୁଏ ଏବଂ ଆମ ବଜେଟ୍‌ରେ ଏ ସଂପର୍କିତ ବ୍ୟବସ୍ଥା ରହିବା ଉଚିତ ।

ପ୍ରଶ୍ନ: ଜଣେ ପିଲାର ଶ୍ରେଣୀ ଏବଂ ସେ ହାସଲ କରିଥିବା ଶିକ୍ଷା ସହିତ ସେହି ଶ୍ରେଣୀର ସଂଗତି ରହୁ ନଥିବା କଥା ଉଭୟ ASER ଏବଂ NAS ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ଏହି ଅସନ୍ତୁଳନକୁ ସୁଧାରିବାରେ ନୂତନ ଶିକ୍ଷା ନୀତି ସକ୍ଷମ ହେବ କି ?

ଉତ୍ତର: ଉଦ୍ଦେଶ୍ୟ ଠିକ୍‌, ଦସ୍ତାବିଜ୍‌ ବି ଠିକ୍‌, ହେଲେ ଆଗକୁ ଆଗେଇବାର ରାସ୍ତା ସଂପର୍କରେ କୁହାଯାଇନାହିଁ । ଆମେ ଏଥିରେ ନୂଆ ନୂଆ କ୍ଷେତ୍ର ସାମିଲ କରୁଥିବା କାରଣରୁ ଏବଂ ଏହି ନୀତିରେ ଜ୍ଞାନକୌଶଳ ସଂପର୍କରେ କୁହାଯାଇଥିବାରୁ ଏହାକୁ କିଭଳି କାର୍ଯ୍ୟକାରୀ କରିବାକୁ ହେବ ତା ଉପରେ ଦୃଷ୍ଟିନିବଦ୍ଧ କରିବା କଥା । ଏଥିପାଇଁ ପର୍ଯ୍ୟାପ୍ତ ପୁଞ୍ଜି ଆବଶ୍ୟକ ।

ଏହି ନୀତିରେ କୋଭିଡ୍‌ ପ୍ରସଙ୍ଗକୁ ବି ସାମିଲ କରାଯିବା ଉଚିତ ହୋଇଥାଆନ୍ତା । କାରଣ କୋଭିଡ୍‌ ଯୋଗୁଁ ହିଁ ଆମେ ବହୁ ବର୍ଷ ପଛକୁ ଫେରି ଯାଇଛୁ । କୋଭିଡ୍‌ର ପ୍ରଭାବକୁ କିଭଳି ପ୍ରତିହତ କରାଯିବ ସେ ସଂପର୍କରେ ଏହି ନୀତିରେ କିଛି ଯୋଜନା ରହିବା ଉଚିତ । ଏହା ଏଥିରେ ନାହିଁ ।

ସ୍କୁଲ୍‌ର ନିରାପତ୍ତା ଏବଂ ସ୍ଥିତିସ୍ଥାପକତା ସଂପର୍କରେ କିଛି ହେଲେ କୁହାଯାଇନାହିଁ । ଆଜି ଆମେ କୋଭିଡ୍‌ ପ୍ରକୋପରେ ଅତିଷ୍ଠ, କାଲି ଏହା SARS ବା H5N1 ହୋଇପାରେ କିମ୍ବା ଅନ୍ୟ କୌଣସି ବିପର୍ଯ୍ୟୟ ହୋଇପାରେ । ହେଲେ ଯୋଜନା କାହିଁ ଏବଂ ଆମେ କେମିତି ଆମ ସ୍କୁଲକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ଦିଗରେ ଅଧିକ ସ୍ଥିତିସ୍ଥାପକ କରିପାରିବୁ ?

ଜରୁରୀକାଳୀନ ସ୍ଥିତିରେ ଦିନଟିଏ ହେଲେ ଶିକ୍ଷାଗ୍ରହଣ ବାଧାପ୍ରାପ୍ତ ହେବନାହିଁ ବୋଲି ଆମେ କହୁଛୁ । ହେଲେ ଏହି ନୀତିରେ ଜରୁରୀକାଳୀନ ପ୍ରସଙ୍ଗକୁ କେଉଁଠି ସ୍ଥାନ ଦିଆଯାଇଛି ?

ପ୍ରଶ୍ନ: ଆପଣ ପୁଞ୍ଜିନିବେଶର ଅଭାବ କଥା କହିଲେ । ଲାଇସେନ୍‌ସ ବ୍ୟବସ୍ଥା ଉଚ୍ଛେଦ କରିଦେବା ଉଚିତ ହେବ କି ? ଯେ କେହି ଆସି ଶିକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ କରିପାରିବେ ଅର୍ଥାତ୍‌ ଏହା ସମସ୍ତଙ୍କ ପାଇଁ ଉନ୍ମୁକ୍ତ କରିଦେବା ଉଚିତ ହେବ କି ?

ଉତ୍ତର: ଏହା ରାଜ୍ୟର ଦାୟିତ୍ବ । ଏହା ସରକାରଙ୍କ ଦାୟିତ୍ବ । ଶିକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ ଚିନ୍ତାଧାରାକୁ ମୁଁ ବିରୋଧ କରୁନାହିଁ, କିନ୍ତୁ ଏହା ଯେ କୌଣସି ସରକାରଙ୍କର ସାମ୍ବିଧାନିକ ଦାୟିତ୍ବ ଏବଂ ତାହାକୁ ଅନୁସରଣ କରିବା ଉଚିତ ।

ଶିକ୍ଷା କ୍ଷେତ୍ରରେ ସରକାରୀ ପୁଞ୍ଜିନିବେଶ ଏବଂ ବେସରକାରୀ ଶିକ୍ଷା କ୍ଷେତ୍ରରେ, ଘରୋଇ ସ୍କୁଲର ଫି’ ହେଉ କି (ଆର୍ଥିକ ଦୁର୍ବଳ ଶ୍ରେଣୀ ) ପିଲାଙ୍କ ପାଇଁ 25% ସଂରକ୍ଷଣ ହେଉ, ଉତ୍ତମ ନିୟାମକ ନିର୍ଦ୍ଦେଶାବଳୀ ପ୍ରବର୍ତ୍ତନ ସପକ୍ଷରେ ମୁଁ ମତ ଦେବି । ଏହି ନୀତିରେ ଶିକ୍ଷାଲାଭ ଅଧିକାର (RTE) ସଂପର୍କରେ କିଛି ହେଲେ ସ୍ଥାନ ପାଇନାହିଁ ।

ପ୍ରଶ୍ନ: କୌଣସି କାରଣରୁ ଅଧାରୁ ପାଠପଢ଼ା ଛାଡୁଥିବା ପିଲାଙ୍କ ପାଇଁ ଏହି ନୀତିରେ ବହୁବିଧ ପ୍ରସ୍ଥାନ ବ୍ୟବସ୍ଥା ସଂପର୍କରେ କୁହାଯାଇଛି । ଏ ସଂପର୍କରେ ଆପଣଙ୍କ ମତାମତ କ’ଣ ?

ଉତ୍ତର: ଏହା ବେଶ୍‌ ସହାୟକ ହେବ । ଶିକ୍ଷାରେ ସୁଯୋଗ ଏବଂ ବିଷୟ ପସନ୍ଦ କରିବାର ଅଧିକାର ଦେବା ଖୁବ୍‌ ଗୁରୁତ୍ବପୂର୍ଣ୍ଣ । ଉଚ୍ଚ ମାଧ୍ୟମିକ ସ୍ତରରେ ପଢୁଥିବା ଜଣେ ବିଜ୍ଞାନ ଛାତ୍ର ଗୋଟିଏ କଳା ବିଷୟକୁ ମଧ୍ୟ ଗ୍ରହଣ କରିପାରିବ । ଏହା ଖୁବ ଭଲ ପଦକ୍ଷେପ ଏବଂ ଅନ୍ତର୍ଜାତୀୟ ସ୍ତରରେ ପିଲାଙ୍କ ପାଠପଢ଼ା ସହ ତାଳମେଳ ରଖିବା ଭଳି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.