ETV Bharat / bharat

ପିଏମସି ବ୍ୟାଙ୍କ ଦୁର୍ନୀତି ମାମଲା, ଶିବସେନା ନେତା ସଞ୍ଜୟ ରାଓ୍ବତଙ୍କ ପତ୍ନୀଙ୍କୁ ଇଡିର ସମନ

author img

By

Published : Dec 27, 2020, 9:45 PM IST

ଶିବସେନା ନେତା ସଂଞ୍ଜୟ ରାଓ୍ବତଙ୍କ ପତ୍ନୀଙ୍କୁ ଇିଡି ସମନ
ଶିବସେନା ନେତା ସଂଞ୍ଜୟ ରାଓ୍ବତଙ୍କ ପତ୍ନୀଙ୍କୁ ଇିଡି ସମନ

ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଓ୍ବତଙ୍କ ପତ୍ନୀ ବର୍ଷା ରାଓ୍ବତଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ପଢନ୍ତୁ ଅଧିକ....

ମୁମ୍ବାଇ: ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଓ୍ବତଙ୍କ ପତ୍ନୀ ବର୍ଷା ରାଓ୍ବତଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ପିଏମସି ବ୍ୟାଙ୍କ ଦୁର୍ନୀତି ମାମଲାରେ ବର୍ଷାଙ୍କ ସମ୍ପୃକ୍ତି ଦର୍ଶାଇ ସମନ ଜାରି କରିଛି ଇଡି । ଆସନ୍ତା 29 ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହୋଇ ପକ୍ଷ ରଖିବାକୁ ସମନରେ ନିର୍ଦ୍ଦେଶ ରହିଛି ।

ସୁତ୍ରରୁ ମିଳିଥିବା ବର୍ଷାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରବୀଣ ରାଓ୍ବତ ବୋଲି ଜଣେ ବ୍ୟକ୍ତିଙ୍କ ସ୍ତ୍ରୀଙ୍କ ଆକାଉଣ୍ଟକୁ 50 ଲକ୍ଷ ଟଙ୍କାର କାରବାର ହୋଇଥିବା ମାମଲାରେ ଇଡି ସ୍କାନରକୁ ଆସିଥିଲେ ବର୍ଷା । କିଛି ଦିନ ପୂର୍ବେ ପିଏମସି ବ୍ୟାଙ୍କ ଦୁର୍ନୀତିରେ ସମ୍ପୃକ୍ତ ଥିବା ପ୍ରବୀଣଙ୍କୁ ମଧ୍ୟ ଗିରଫ କରିସାରିଛି ଇ଼ଡି । ଗତ ବର୍ଷ ଡିସେମ୍ବର 3 ତାରିଖରୁ ଇଡି ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

2019ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପିଏମସି ବ୍ୟାଙ୍କ ଦୁର୍ନୀତିର ତଦନ୍ତ ଆରମ୍ଭ କରିଥିବାବେଳେ ପ୍ରାୟ 4355 କୋଟି ଟଙ୍କାର ଟଙ୍କା ଠକେଇ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଥିଲା । ବର୍ଷାଙ୍କ ଆକାଉଣ୍ଟରୁ ଏତେ ପରିମାଣ ଟଙ୍କା କାରବାର ପିଏମସି ବ୍ୟାଙ୍କ ଦୁର୍ନୀତି ମାମଲାରେ ସମ୍ପୃକ୍ତି ଥିବା ସନ୍ଦେହ କରୁଛି ଇଡି ।

ଇଡି ତରଫରୁ କୌଣସି ନୋଟିସ ତାଙ୍କର ହସ୍ତଗତ ହୋଇନାହିଁ ବୋଲି କହିଛନ୍ତି ସଞ୍ଜୟ । ନୋଟିସ ପାଇଲେ ତାର ଜବାବ ରଖିବା ନେଇ ସେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.