ETV Bharat / bharat

କୋରୋନାକୁ ଅଟକାଇଲେ ରୋଜଗାର ଆଗକୁ ବଢିବ: ପ୍ରଧାନମନ୍ତ୍ରୀ

author img

By

Published : Jun 16, 2020, 6:43 PM IST

କୋରୋନାକୁ ଅଟକାଇଲେ ରୋଜଗାର ଆଗକୁ ବଢିବ: ପ୍ରଧାନମନ୍ତ୍ରୀ
କୋରୋନାକୁ ଅଟକାଇଲେ ରୋଜଗାର ଆଗକୁ ବଢିବ: ପ୍ରଧାନମନ୍ତ୍ରୀ

କୋରୋନାକୁ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା । ସାବଧାନତା ଅବଲମ୍ବଲନ ସହ ମାସ୍କ ପିନ୍ଧିବା ପାଇଁ ମୋଦିଙ୍କ ପରାମର୍ଶ । ମହାମାରୀର ନିୟନ୍ତ୍ରଣ ହେଲେ ଅର୍ଥବ୍ୟବସ୍ଥାରେ ଗତି ଆସିବ କହିଲେ ମୋଦି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଦେଶରେ ବଢୁଥିବା କୋରୋନା ସଙ୍କଟ ମଧ୍ୟରେ 21 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସରେ ଆଲୋଚନା ଆରମ୍ଭ କରିଛନ୍ତି ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମଙ୍ଗଳବାର ପଞ୍ଜାବ ଚଣ୍ଡିଗଡ ସମେତ ପୂର୍ବତ୍ତୋର ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । କୋରୋନା କାରଣରୁ ଦେଶରେ ଜଣେ ଲୋକର ବି ମୃତ୍ୟୁ ବଡ ଦୁଃଖଦାୟକ । ହେଲେ ଭାରତରେ ମହାମାରୀ ଯୋଗୁଁ ସବୁଠାରୁ କମ ମୃତ୍ୟୁ ହୋଇଥିବା ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଅନଲକ 1କୁ ଏବେ ଦୁଇ ସପ୍ତାହ ହୋଇଛି । ଏହି ସମୟର ଅନୁଭବର ଲାଭ ଆମକୁ ଭବିଷୟତରେ ମିଳିବ । ଏହି ଆଲୋଚନା ଦ୍ବାରା ବର୍ତ୍ତମାନର ସ୍ଥିତି ଉପରେ ଅଧିକ ତଥ୍ୟ ମିଳିବା ସହ ଆଗାମୀ ଦିନରେ ଏହା ରଣନୀତି ତିଆରି କରିବାରେ ସହାୟକ ହେବ ବୋଲି କହିଛନ୍ତି ମୋଦି ।

ମୋଦି କହିଛନ୍ତି, ଟିକିଏ ବି ଅସାବଧାନତା ଆମ ଲଢେଇକୁ ଦୁର୍ବଳ କରିଦେବ । ମହାମାରୀଠାରୁ ବଞ୍ଚିବା ପାଇଁ ସାବଧାନତା ଅବଲମ୍ବନ କରିବା ଜରୁରୀ । ଏପରିସ୍ଥିତିରେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବା ନିହାତି ଜରୁରୀ । ତେବେ କୋରୋନାକୁ ଯଦି ଆମେ ଅଟକାଇ ପାରିବା ତେବେ ରୋଜଗାର ଆଗକୁ ବଢିବ । ଏହାସହ ସେ କହିଛନ୍ତି ଯେ ମହାମାରୀର ନିୟନ୍ତ୍ରଣ ହେଲେ ଅର୍ଥବ୍ୟବସ୍ଥାରେ ଗତି ଆସିବ । ପରିବହନ ସ୍ବାଭାବିକ ହେବା ସହ ବଜାର ମଧ୍ୟ ଖୋଲିବ । ଫଳରେ ରୋଜଗାରର ନୂତନ ଅବସର ଆସିବ ।

'ଜନସାଧାରଣଙ୍କ ଅନୁଶାସନର ଚର୍ଚ୍ଚା'

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ବର ବଡବଡ ଏକ୍ସପର୍ଟ , ସ୍ବାସ୍ଥ୍ୟ ବିଶେଷଜ୍ଞ ଲକଡାଉନ ସମୟରେ ଭାରତର ଜନସାଧାରଣ ଦେଖାଇଥିବା ଅନୁଶାସନର ଚର୍ଚ୍ଚା କରୁଛନ୍ତି । ଆଜି ଭାରତର ସୁସ୍ଥ ହାର 50 ପ୍ରତିଶତରୁ ଉପରେ ଅଛି । ଭାରତରେ କୋରୋନା ଆକ୍ରାନ୍ତଙ୍କ ଜୀବନ ବଞ୍ଚୁଥିବାବେଳେ ଏହା ବିଶ୍ବର ଅଗ୍ରଣୀ ଦେଶ ହୋଇଛି ।

ମଙ୍ଗଳବାର ଏହି ରାଜ୍ୟଗୁଡିକ ସହ ଆଲୋଚନା

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ, ଚଣ୍ଡିଗଡ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ଲଦାଖ, ଝାଡଖଣ୍ଡ, ଛତିଶଗଡ, ଗୋଆ, କେରଳ, ପୁଡୁଚେରୀ, ଆସାମ, ତ୍ରିପୁରା, ମେଘାଳୟ, ଅରୁଣାଚଳପ୍ରଦେଶ, ମିଜୋରାମ, ସିକ୍କିମ, ମଣିପୁର,ନାଗାଲ୍ୟାଣ୍ଡ, ଆଣ୍ଡାମାନ-ନିକୋବର, ଦାଦରା ନଗର ହାବେଳୀ, ଓ ଡାମନଡିୟୁ, ଲାକ୍ଷାଦ୍ବୀପର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

ଗଠନ ହେବ କୋରୋନା ଯୁଦ୍ଧର ରଣନୀତି

କୋରୋନା ଭାଇରସର ବିପଦକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଆଗାମୀ ରଣନୀତି ଉପରେ ଏହି ଚର୍ଚ୍ଚା କରିଛନ୍ତି । କୋରୋନା ଲଢେଇକୁ ଅଧିକ ଗତି ଦେବା ଏହି ଆଲୋଚନାର ମୂଳ ଲକ୍ଷ ।

ଷଷ୍ଠ ଥର ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ଥନ

ମୁଖ୍ୟମନ୍ତ୍ରୀଙ୍କ ସହ ଏହା ପ୍ରଧାନମନ୍ତ୍ରୀଙ୍କ ଷଷ୍ଠ ଥରର ଆଲୋଚନା । କୋରୋନା କାରଣରୁ ସବୁଠାରୁ ଅଧିକ ପ୍ରଭାବିତ 20 ଜିଲ୍ଲା ଉପରେ ଅଧିକ ଗୁରୁତ୍ବ ଦିଆଯିବ । ଏହି ସବୁ ଜିଲ୍ଲାରେ ଟେଷ୍ଟିଂ କିଟ ଏବଂ ଅନ୍ୟାନ୍ୟ ମେଡିକାଲ ସୁବିଧା ଉପରେ ଚର୍ଚ୍ଚା ହୋଇଛି । ଏହାସହ ମୌସୁମୀକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଉପରେ ମଧ୍ୟ ଚର୍ଚ୍ଚା ନେଇ ସୂଚନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.