ETV Bharat / bharat

ସମୟାରମ୍ଭେ ଋତୁସ୍ରାବ, ମଧୁମେହର କାରଣ

author img

By

Published : Sep 16, 2019, 10:00 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମଧୁମେହର ମାତ୍ରା ବିଶ୍ବରେ ସର୍ବାଧିକ ରହିଛି ଓ ଆଗକୁ ଏହାର ମାତ୍ରା ବଢିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ମହିଳାଙ୍କ ମାସିକ ଧର୍ମ ଏହାକୁ ଅଧିକ ପ୍ରଭାବିତ କରିଥାଏ । ଆଗୁଆ ଋତୁସ୍ରାବ ମଧୁମେହର କାରଣ ।

ହାଇଦ୍ରାବାଦ: ବିଶ୍ବରେ ମଧୁମେହର ମାତ୍ରା ସର୍ବାଧିକ । 2045 ସୁଦ୍ଧା ପ୍ରାୟ 693 ମିଲିୟନ ବ୍ୟକ୍ତି ମଧୁମେହରେ ପୀଡିତ ହୋଇପାରନ୍ତି ବୋଲି ଆଶା କରାଯାଉଛି । ତେବେ ଡାଏଟ ଓ ବାୟାମ ଦ୍ବାରା ପ୍ରାୟ ଦୁଇ ପ୍ରକାର ମଧୁମେହକୁ ରୋକା ଯାଇପାରିବ । ନିକଟରେ ହୋଇଥିବା ଅଧ୍ୟୟନ ଅନୁସାରେ, ଋତୁସ୍ରାବର ପ୍ରାରମ୍ଭିବ ଅବସ୍ଥା ମଧ୍ୟ ମଧୁମେହ ସମୟରେ ସଙ୍କଟାପନ୍ନ ହୋଇପାରେ ଓ ଏଥିରେ ମୋଟପଣ ମଧ୍ୟ ଅଂଶୀଦାର ହୋଇପାରେ ।

2015ରେ 20ରୁ 79 ବର୍ଷ ବୟସର ପ୍ରାୟ 8.8 ପ୍ରତିଶତ ମଧୁମେହର ଶିକାର ହୋଇଛନ୍ତି । 2040 ସୁଦ୍ଧା ପ୍ରାୟ 10.4 ପ୍ରତିଶତ ବ୍ୟକ୍ତି ମଧୁମେହର ଶିକାର ହୋଇପାରନ୍ତି । ତେବେ ଏହି ସମସ୍ୟାକୁ ରୋକିବା ପାଇଁ ଅନେକ ଅଧ୍ୟୟନ କରାଯାଇଥିଲେ ମଧ୍ୟ କୌଣସି ନା କୌଣସି କାରଣ ପୁଣି ଏହାକୁ ସକ୍ରିୟ କରୁଥିବ ଦେଖିବାକୁ ମିଳୁଛି । ନିକଟରେ ହୋଇଥିବା ଏକ ଅଧ୍ୟୟନ ମୁତାବକ ଚାଇନାରେ ପ୍ରାୟ 15 ହଜାରରୁ ଉର୍ଦ୍ଧ୍ବ ମହିଳାଙ୍କ ଋତୁସ୍ରାବ ଆରମ୍ଭରେ ଦୁଇ ପ୍ରକାର ମଧୁମେହ ହେବାର ଆଶଙ୍କା ରହିଛି ।

ମାସିକ ଧର୍ମରେ ବିଳମ୍ବ ହେଲେ 6ପ୍ରତିଶତ କମ୍ ମଧୁମେହ ହେବାର ସମ୍ଭାବନା ରହିଛି । ତେବେ ଏହା ପ୍ରଥମ ଥର ନୁହେଁ ବରଂ ଆଗରୁ ମଧ୍ୟ ଏହାକୁ ନେଇ ରିସର୍ଚ୍ଚ କରାଯାଇଛି । ଅନ୍ୟପକ୍ଷେ ମୋଟାପଣ ମଧ୍ୟ ଏହି ସମସ୍ୟାକୁ 28 ପ୍ରତିଶତ ବୃଦ୍ଧି କରିଥାଏ । ଚାଇନାର ଗ୍ରାମାଞ୍ଚଳରେ ଥିବା ମହିଳାଙ୍କ ଅପେକ୍ଷା ଆଧୁନିକ ଦେଶଗୁଡିକରେ ଅଧିକ ସମସ୍ୟା ଦେଖାଦେଇଥାଏ । ଯଦି 14 ବର୍ଷରୁ କମ୍ ବୟସରେ ମାସିକ ଧର୍ମ ଆରମ୍ଭ ହୋଇଯାଏ ତେବେ ମଧୁମେହ ହେବାର ଅନେକ ସମ୍ଭାବନା ରହିଛି ।

Intro:Body:

BLANK


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.