ETV Bharat / bharat

କୋରୋନା ରୋଗୀଙ୍କ ଶବଦାହ ପରେ ବଞ୍ଚି ରହେ ନାହିଁ ଭୂତାଣୁ; ଡାକ୍ତର

author img

By

Published : May 1, 2020, 5:12 PM IST

କୋରୋନା ରୋଗୀଙ୍କ ଶବଦାହ ପରେ ବଞ୍ଚି ରହେ ନାହିଁ ଭୂତାଣୁ;ଡାକ୍ତର କୋରୋନା ରୋଗୀଙ୍କ ଶବଦାହ ପରେ ବଞ୍ଚି ରହେ ନାହିଁ ଭୂତାଣୁ;ଡାକ୍ତର
କୋରୋନା ରୋଗୀଙ୍କ ଶବଦାହ ପରେ ବଞ୍ଚି ରହେ ନାହିଁ ଭୂତାଣୁ;ଡାକ୍ତର

ମୃତ COVID-19 ରୋଗୀଙ୍କ ଅନ୍ତିମ ସଂସ୍କାର ପରେ କିମ୍ବା ପୋତି ଦିଆଯିବା ପରେ ସଂକ୍ରମଣ ବ୍ୟାପିନଥାଏ । ମହାରାଷ୍ଟ୍ରର 5 ଜଣିଆ ଡାକ୍ତର କହିଛନ୍ତି, ମୃତ ଦେହ ଠାରୁ କେବଳ ଦୂରେଇ ରହିବାକୁ ପଡିବ । ଏହି ସମୟରେ ସତର୍କତା ମୂଳକ ହାତରେ ଗ୍ଲୋଭସ ଓ ମାସ୍କ ପିନ୍ଧିବା ଜରୁରୀ ।

ମୁମ୍ବାଇ: କୋରୋନା ଯୋଗୁଁ ଦେଶରେ ହଜାରେ ଅଧିକ ସଂଖ୍ୟା ଲୋକଙ୍କ ମୃତ୍ୟୁବରଣ କରିବା ସହ ଏକ ସାମାଜିକ ଓ ମାନସିକ ଚ୍ୟାଲେଞ୍ଜ ସାମ୍ନାକୁ ଆସିଛି । ଏକ ରିପୋର୍ଟ ମୁତାବକ, ଲୋକଙ୍କ ମଧ୍ୟରେ କୋରୋନାକୁ ଅତ୍ୟନ୍ତ ଭୟଭୀତ ହୋଇପଡିଛନ୍ତି । ସଚେତନତା ଅଭାବରୁ ବର୍ତ୍ତମାନ ନିଜର ଆତ୍ମୀୟଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ସାମିଲ ହେଉନାହାଁନ୍ତି । ମୃତଦେହକୁ ସୁରକ୍ଷିତ କିପରି ସୁରକ୍ଷିତ ଭାବେ ପରିଚାଳନା କରିବେ ସେନେଇ ସୁରକ୍ଷା ଏକ ନିୟମ ଥିବା କହିଛନ୍ତି କୋରୋନା ସଂକ୍ରମଣ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ମହାରାଷ୍ଟ୍ରର 5ଜଣ ଡାକ୍ତର ।

କୋଭିଡ-19 ଏକ ଶ୍ବାସକ୍ରିୟା ଜନିତ ରୋଗ । ଏହା କେବଳ ଛିଙ୍କ, କାଶ ଦ୍ବାରା ବ୍ୟାପିଥାଏ । କିନ୍ତୁ କୋରୋନା ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଏହି ଭୂତାଣୁ ବ୍ୟାପିବାର ଆଶଙ୍କା କମ ରହିଛି । ତେଣୁ ଏଥି ପ୍ରତି ଆମକ ସତର୍କ ଓ ସୁରକ୍ଷିତ ଭାବେ ପଦକ୍ଷେପ ଗ୍ରହଣ କରିବାକୁ ପଡିବ ବୋଲି ଇଟିଭି ଭାରତକୁ କହିଛନ୍ତି ଉକ୍ତ 5 ଡାକ୍ତର । ମହାରାଷ୍ଟ୍ରରେ ଅବସ୍ଥିତ ପାଞ୍ଚଜଣ ବିଶେଷଜ୍ଞ ଡାକ୍ତରଙ୍କ ଏହି ଟିମ୍ ହେଉଛନ୍ତି, ପ୍ରାୟସ ସ୍ବାସ୍ଥ୍ୟ ଗ୍ରୁପର ଡ. ବିନୟ କୁଲକର୍ଣ୍ଣ, ଡ.ଅନନ୍ତ ଫାଡକେ, ଡ.ଅରୁଣ ଗାଡ୍ରେ, ଡ ଶରଦା ବାପତ ଏବଂ ପୁନା ନାଗରିକ ଡାକ୍ତର ଫୋରମର ଡ .ଶ୍ରୀରାମଗୀତ ।

COVID-19 ରୋଗୀର ମୃତ ଦେହ ଗ୍ରହଣ କରିବା ସମୟରେ ତଥା ମୃତ ବ୍ୟକ୍ତିଙ୍କ ଶେଷ ରୀତିନୀତି କରିବା ସମୟରେ ପରିବାର ଏବଂ ସମ୍ପର୍କୀୟଙ୍କ ଦ୍ବାରା ପାଳନ କରିବା ପୂର୍ବରୁ ଏକ ନିୟମ ପାଳନ କରିବାକୁ ପଡିବ । ଡାକ୍ତରଙ୍କ କହିବାନୁସାରେ, ଏହି ଭାଇରସ ବାୟୁବାହିତ ନୁହେଁ କି ଏହା ନିଜେ ବ୍ୟାପିପାରିବ ନାହିଁ । ଏଥିପାଇଁ କେବଳ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପଡିବ । ଯେମିତି କି ମୃତ ଦେହକୁ ଛୁଇଁବା ନାହିଁ । ହାତରେ ଗ୍ଲୋଭସ ଓ ମାସ୍କ ପିନ୍ଧିବା । ମୃତଦେହକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିବା ସମୟରେ କେତେକ ସୁରକ୍ଷା ବ୍ୟବସ୍ଥା ପାଳନ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଡାକ୍ତରଖାନା କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ପ୍ରଥମେ, ମୃତ ବ୍ୟକ୍ତିଙ୍କ ନାକ ଓ ପାଟିରେ ବ୍ୟବହୃତ ହୋଇଥିବା ଟ୍ୟୁବକୁ ସୋଡିୟମ ହାଇକ୍ଲୋରାଇଟ ସଲ୍ୟୁସନ(ବ୍ଲିଚିଂ) ମାଧ୍ୟମରେ ନିଷେଧ କରିବାକୁ ପଡିବ । ମୃତ ଶରୀରରେ ନାକ, ପାଟି କିମ୍ବା ଖୋଲା କ୍ଷତ ମାଧ୍ୟମରେ ପୋଛିବା ବେଳେ ହସ୍ପିଟାଲର କର୍ମଚାରୀମାନେ ସମସ୍ତ ସତର୍କତା ଅବଲମ୍ବନ କରିବେ ।

ଏହା ସହିତ ମୃତଦେହକୁ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରିବା ପୂର୍ବରୁ ବ୍ୟାଗକୁ ଭିତରୁ ଓ ବାହାରୁ ବ୍ଲିଚିଂ ଦେଇ ସଫା କରିବାକୁ ହେବ । ଅବଶିଷ୍ଟ ପୋଷାକ, ଜିନିଷ, ବ୍ଲିଚଂରେ ସଫା କରିବାକୁ ହେବ ।

ଶ୍ମଶାନ ପରିଦର୍ଶନ କରିବା ହେଉ କି ଶେଷ ରୀତିନୀତି ପାଳନ କରିବା ସଂକ୍ରମିତ ହେବାର କୌଣସି ସମ୍ଭାବନା ନାହିଁ । ଯେଉଁ ପର୍ଯ୍ୟନ୍ତ ଜଣେ ମୃତ ଶରୀରକୁ ଖାଲି ହାତରେ ସ୍ପର୍ଶ କରେ ନାହିଁ । ଅନ୍ତିମ ସଂସ୍କାର ସମୟରେ ସାମାଜିକ ଦୂରତ୍ବ ବଜାୟୀ ରଖିବାକୁ ପଡିବ । ଜଣେ ଅନ୍ୟ ଜଣ ଠାରୁ 6 ଫୁଟ ଦୂରରେ ରହିବାକୁ ପଡିବ । ଡାକ୍ତରମାନେ କହିଛନ୍ତି ଯେ ଶବଦାହ ପରେ ପାଉଁଶରେ କିମ୍ବା ମୃତଦେହ ଯେଉଁଠାରେ ମୃତଦେହ ପୋତି ଦିଆଯାଇଛି ସେଠାରେ ଜୀବାଣୁ ବଞ୍ଚିପାରିବେ ନାହିଁ । ତେଣୁ ସେହି ଅଞ୍ଚଳକୁ ବିଶୋଧନ କରିବାର କୌଣସି ଆବଶ୍ୟକତା ନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.