ETV Bharat / bharat

ପିଏମ କେୟାର ଫଣ୍ଡକୁ ଚୀନ କମ୍ପାନୀଙ୍କ ସହାୟତା! ପ୍ରଶ୍ମ ଉଠାଇଲେ ଚିଦାମ୍ବରମ

author img

By

Published : Aug 20, 2020, 12:33 AM IST

ପିଏମ କେୟାର ଫଣ୍ଡକୁ ଚୀନ କମ୍ପାନୀଙ୍କ ସହାୟତା! ପ୍ରଶ୍ମ ଉଠାଇଲେ ଚିଦାମ୍ବରମ
ପିଏମ କେୟାର ଫଣ୍ଡକୁ ଚୀନ କମ୍ପାନୀଙ୍କ ସହାୟତା! ପ୍ରଶ୍ମ ଉଠାଇଲେ ଚିଦାମ୍ବରମ

ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ଜରୁରୀକାଳୀନ ପରିସ୍ଥିତିରେ ରିଲିଫ(PM CARES)ପାଣ୍ଠିକୁ ନେଇ ବିଭିନ୍ନ ବିବାଦ ଉଠିଛି । ଏ ପ୍ରସଙ୍ଗରେ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଆଦେଶ ଚୂଡାନ୍ତ ନିଷ୍ପତ୍ତି ହୋଇଥିବା ବେଳେ ଏହାକୁ ନେଇ ଦୀର୍ଘ ପ୍ରକ୍ରିୟା ଚାଲିବ । ଏନେଇ ଚିଦାମ୍ବରମ ଟ୍ବିଟରରେ ଉଲ୍ଲେଖ କରିଛନ୍ତି । ଚିଦାମ୍ବରମ୍ ପିଏମ କେୟାର ଫଣ୍ଡକୁ ନେଇ ସୁପ୍ରିମକୋର୍ଟରେ ଆଗତ ପିଟିସନ ସଂପର୍କରେ ଉଲ୍ଲେଖ କରି ସେ ଏହା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ଜରୁରୀକାଳୀନ ପରିସ୍ଥିତିରେ ରିଲିଫ(PM CARES)ପାଣ୍ଠିକୁ ନେଇ ବିଭିନ୍ନ ବିବାଦ ଉଠିଛି । ଏ ପ୍ରସଙ୍ଗରେ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଆଦେଶ ଚୂଡାନ୍ତ ନିଷ୍ପତ୍ତି ହୋଇଥିବା ବେଳେ ଏହାକୁ ନେଇ ଦୀର୍ଘ ପ୍ରକ୍ରିୟା ଚାଲିବ । ଏନେଇ ଚିଦାମ୍ବରମ ଟ୍ବିଟରରେ ଉଲ୍ଲେଖ କରିଛନ୍ତି । ଚିଦାମ୍ବରମ୍ ପିଏମ କେୟାର ଫଣ୍ଡକୁ ନେଇ ସୁପ୍ରିମକୋର୍ଟରେ ଆଗତ ପିଟିସନ ସଂପର୍କରେ ଉଲ୍ଲେଖ କରି ସେ ଏହା ପ୍ରକାଶ କରିଛନ୍ତି ।

ସେ ଟ୍ୱିଟରରେ ଉଲ୍ଲେଖ କରି କହିଛନ୍ତି ଯେ, ସ୍ୱଚ୍ଛତା, ତଥ୍ୟର ପରିପ୍ରକାଶ ତଥା ପରିଚାଳନା ଗତ ଦିଗ ଭଳି ବିଭିନ୍ନ ପ୍ରସଙ୍ଗ ରହିଛି । ତେଣୁ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ହେବାର କୌଣସି ସୁଯୋଗ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି । ପିଏମ କେୟାର୍ସ ଫଣ୍ଡର ବୈଧତା ତଥା ଆଇନଗତ ଉତ୍ତରଦାୟିତ୍ୱ ଉପରେ ସୁପ୍ରିମକୋର୍ଟ ଏକ ରାୟ ଦେଇଛନ୍ତି । ଏହି ନିଷ୍ପତ୍ତି ଚୂଡାନ୍ତ କିନ୍ତୁ ଦୀର୍ଘ ଦିନ ଧରି ଏକାଡେମିକ୍ ସର୍କଲରେ ପ୍ରତିଦ୍ୱନ୍ଦ୍ୱିତାର କାରଣ ହେବ ବୋଲି ଚିଦାମ୍ବରମ କହିଛନ୍ତି ।

ଏହା ସହ ପାଣ୍ଠି ଘୋଷଣା ହେବାର ପ୍ରଥମ 5 ଦିନରେ କିଏ 3ହଜାର 76 କୋଟି ପ୍ରଦାନ କରିଛନ୍ତି ବୋଲି ଚିଦାମ୍ବରମ ପ୍ରଶ୍ନ ଉଠାଇଛନ୍ତି । ଏହି ଦାତାମାନେ ଚୀନର ବିଭିନ୍ନ କମ୍ପାନୀ ଗୁଡିକ କି ନାହିଁ ବୋଲି ପ୍ରଶ୍ନ କରିଥିଲେ। ଅପରପକ୍ଷେ କୋରୋନା ପାଣ୍ଠିରି ଟଙ୍କା ଆବଣ୍ଟନ କରିବାର ପ୍ରକ୍ରିୟା କ’ଣ? ଆରମ୍ଭରୁ ଏହି ପାଣ୍ଠିରୁ ଟଙ୍କା କାହାକୁ ପ୍ରଦାନ କରାଯାଇଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଯଦି ଏହି ପାଣ୍ଠି ଆରଟିଆଇର ପରିସର ବାହାରେ, ତେବେ ଏହି ପ୍ରଶ୍ନର ଉତ୍ତର କିଏ ଦେବ? ବୋଲି ସେ କହିଛନ୍ତି ।

ପିଏମ କେୟାର୍ସ ଫଣ୍ଡରୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିକୁ ଅର୍ଥ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଏହା ଦୁଇଟି ଭିନ୍ନ ଭିନ୍ନ ପାଣ୍ଠି ହୋଇଥିବାରୁ ସେମାନଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଭିନ୍ନ ବୋଲି ସର୍ବୋଚ୍ଚ ଅଦାଲତ ପ୍ରକାଶ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.