ETV Bharat / bharat

ଭାରତରେ ଲଞ୍ଚ ହେଲା ଗାଲାକ୍ସି ୱାଚ୍ ଆକ୍ଟିଭ-2 4g, ଜାଣନ୍ତୁ ଏହାର ମୂଲ୍ୟ ଓ ଫିଚର

author img

By

Published : Jul 10, 2020, 6:33 AM IST

ଭାରତରେ ଲଞ୍ଚ ହେଲା ଗାଲାକ୍ସି ୱାଚ୍ ଆକ୍ଟିଭ-2 4g
ଭାରତରେ ଲଞ୍ଚ ହେଲା ଗାଲାକ୍ସି ୱାଚ୍ ଆକ୍ଟିଭ-2 4g

ଭାରତରେ ଲଞ୍ଚ ହେଲା ସାମସଙ୍ଗ ଗାଲାକ୍ସି ୱାଚ୍ ଆକ୍ଟିଭ-2 4g ଘଣ୍ଟା । ଆସନ୍ତା ଜୁଲାଇ 11 ତାରିଖରେ ଏହା ବଜାରରେ ଉପଲବ୍ଧ ହେବ ବୋଲି ଜଣାପଡିଛି । ଏହି ଘଣ୍ଟା କିଣିବା ପାଇଁ ଇଚ୍ଛୁକ ଗ୍ରାହକମାନେ ଜୁଲାଇ 31 ଯାଏ 10 ପ୍ରତିଶତ କ୍ୟାସବ୍ୟାକ ସହ 6 ମାସ ବିନା ମୂଲ୍ୟରେ କିସ୍ତି ଅଫର ପାଇବେ ବୋଲି କମ୍ପାନୀ କହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ହାଇଦ୍ରାବାଦ: ଭାରତରେ ଲଞ୍ଚ ହେଲା ସାମସଙ୍ଗ ଗାଲାକ୍ସି ୱାଚ୍ ଆକ୍ଟିଭ-2 4g ଘଣ୍ଟା। ଆସନ୍ତା ଜୁଲାଇ 11 ତାରିଖରେ ଏହା ବଜାରରେ ଉପଲବ୍ଧ ହେବ ବୋଲି ଜଣାପଡିଛି । ଏସବୁଠୁ ବଡ କଥା ହେଲା ଏହି ଘଣ୍ଟା ସମ୍ପୂର୍ଣ୍ଣ ଭାବେ ଭାରତରେ ତିଆରି ହୋଇଛି। ଏନେଇ ସାମସଙ୍ଗ ଇଣ୍ଡିଆର ମୋବାଇଲ ବ୍ୟବସାୟ ବରିଷ୍ଠ ଉପସଭାପତି ମହାନ୍ଦୀପ ସିଂ କହିଛନ୍ତି ଯେ, 'ଗାଲାକ୍ସି ୱାଚ୍ ଆକ୍ଟିଭ୍ 2 4G ର ଆଲୁମିନିୟମ୍ ସଂସ୍କରଣ ହେଉଛି ସବୁଠାରୁ ଶସ୍ତା 4G ଘଣ୍ଟା।'

ଭାରତରେ ଲଞ୍ଚ ହେଲା ଗାଲାକ୍ସି ୱାଚ୍ ଆକ୍ଟିଭ-2 4g
ଭାରତରେ ଲଞ୍ଚ ହେଲା ଗାଲାକ୍ସି ୱାଚ୍ ଆକ୍ଟିଭ-2 4g

ତେବେ ଆସନ୍ତୁ ଜାଣିବା ଏହି ନୂତନ ଘଣ୍ଟାର ବିଶେଷତ୍ୱ..

  • ଏହି ଘଣ୍ଟାର ବଜାର ଦର 28 ହଜାର 490 ଟଙ୍କା ରହିଛି । ଏହା 3ଟି ରଙ୍ଗ ଯଥା କ୍ଲାଉଡ଼ ସିଲଭର, ଆକ୍ବା ବ୍ଲାକ ଓ ଗୋଲାପୀସୁନା ରଙ୍ଗରେ ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଛି।
  • ସ୍ମାର୍ଟ ୱାଚ୍ ଉପରେ ଥିବା ସୁପର AMOLED ଡିସପ୍ଲେ ସ୍କ୍ରିନ ମିଳିବ। ଯାହା ଗ୍ରାହକଙ୍କୁ ସାମସଙ୍ଗର UI ଅଭିଜ୍ଞତା ପ୍ରଦାନ କରିବ। ଗାଲାକ୍ସି ୱାଚ୍ ଆକ୍ଟିଭ୍ 2 4g ଆପ୍ ମାଧ୍ୟମରେ ନେଭିଗେଟ୍ କରିଥାଏ।
  • ଆପ୍ ଷ୍ଟୋରରୁ ୱାଚ୍ ଫେସ୍ ସହିତ ଏହା କଷ୍ଟମାଇଜ୍ ହୋଇପାରିବ। ଗାଲାକ୍ସି ୱାଚ୍ ଆକ୍ଟିଭ୍ 2 4G 39 ୱାର୍କଆଉଟ୍ ଟ୍ରାକର୍ ସହିତ ବିଲ୍ଟ-ଇନ୍ ସହିତ ଆସିବ।
  • ଏହାସହ ଏଥିରେ ଉନ୍ନତ କୌଶଳର ସ୍ଲିପ ବିଶ୍ଳେଷଣ ଓ ଚାପ ଆଲଗୋରିଦମ ଦିଆଯାଇଛି । ଏଥିପାଇଁ ଏଥିରେ ମେଡିଟେସନ ଆପ୍ ଲୋଡ଼ କରାଯାଇଛି। ଏଥିରେ ଏଆରଟେଲ ଓ ଜିଓ ସିମ ପକାଇହେବ ବୋଲି ଜଣାପଡିଛି।
    ଭାରତରେ ଲଞ୍ଚ ହେଲା ଗାଲାକ୍ସି ୱାଚ୍ ଆକ୍ଟିଭ-2 4g
    ଭାରତରେ ଲଞ୍ଚ ହେଲା ଗାଲାକ୍ସି ୱାଚ୍ ଆକ୍ଟିଭ-2 4g

ଏହାକୁ ଖୁଚୁରା ବଜାର ଓ ଅନଲାଇନ ଜରିଆରେ ଗ୍ରାହକମାନେ କିଣି ପାରିବେ। ଏହି ଘଣ୍ଟା କିଣିବା ପାଇଁ ଇଚ୍ଛୁକ ଗ୍ରାହକମାନେ ଜୁଲାଇ 31 ଯାଏ 10 ପ୍ରତିଶତ କ୍ୟାସବ୍ୟାକ ସହ 6 ମାସ ବିନା ମୂଲ୍ୟରେ କିସ୍ତି ଅଫର ପାଇବେ ବୋଲି କମ୍ପାନୀ କହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.