ETV Bharat / bharat

କୋରୋନା ଟୀକାକୁ ନେଇ ମୋଦିଙ୍କ ବୈଠକ, ବହୁ ସଂଖ୍ୟକ ଟୀକା ପ୍ରସ୍ତୁତିକୁ ଗୁରୁତ୍ବ

author img

By

Published : Jun 30, 2020, 4:09 PM IST

କୋରୋନା ଟୀକାକୁ ନେଇ ମୋଦିଙ୍କ ବୈଠକ
କୋରୋନା ଟୀକାକୁ ନେଇ ମୋଦିଙ୍କ ବୈଠକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ମଙ୍ଗଳବାର) ଅପରାହ୍ନ 4 ଟାରେ ଦେଶକୁ ସମ୍ବୋଧିତ କରିବେ। ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନକୁ ଅପେକ୍ଷା କରିଛନ୍ତି, ଏହାପୂର୍ବରୁ ପ୍ରଧାନମନ୍ତ୍ରୀ କୋରୋନା ସଂକ୍ରମଣ ଟୀକା ବାବଦରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ମଙ୍ଗଳବାର) ଅପରାହ୍ନ 4 ଟାରେ ଦେଶକୁ ସମ୍ବୋଧିତ କରିବେ। ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନକୁ ଅପେକ୍ଷା କରିଛନ୍ତି, ଏହାପୂର୍ବରୁ ପ୍ରଧାନମନ୍ତ୍ରୀ କୋରୋନା ସଂକ୍ରମଣ ଟୀକା ବାବଦରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ଦେଶରେ କୋରୋନା ଟୀକା ପ୍ରସ୍ତୁତି କାର୍ଯ୍ୟ ଚାଲିଛି । ଏଥିରେ ଅନେକ ଏଜେନ୍ସି ମଧ୍ୟ ନିୟୋଜିତ ଅଛନ୍ତି।

ମୋଦି ଏହି ପ୍ରସଙ୍ଗରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି । ବୈଠକରେ ଦେଶର ବହୁ ବଡ ଅଧିକାରୀ ଓ ବୈଜ୍ଞାନିକ ଅଂଶଗ୍ରହଣ କରିଥିଲେ । ନିକଟରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ରିସର୍ଚ୍ଚ ପାଇଁ ପିଏମ-କେୟାର୍ସ ପାଣ୍ଠୀରୁ ଅର୍ଥ ପ୍ରଦାନ କରିଥିଲେ। ଏହି ବୈଠକରେ ଅଧିକାରୀମାନଙ୍କୁ ଟେକ୍ନୋଲୋଜି ବ୍ୟବହାର କରି ଠିକ୍ ସମୟରେ ଟୀକା ପ୍ରସ୍ତୁତ କରିବାକୁ କହିଛନ୍ତି ମୋଦି। ଏହା ବ୍ୟତୀତ ବହୁ ସଂଖ୍ୟକ ଟୀକା କିପରି ପ୍ରସ୍ତୁତ ହେବ ସେନେଇ ପ୍ରସ୍ତୁତି କରିବାକୁ କହିଛନ୍ତି ।

ପ୍ରକାଶଥାଉକି, ନିକଟରେ କୋରୋନା ଟୀକାକୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଥିଲା । ଭାରତରେ କୋଭିଡ-19 ଟୀକା ପ୍ରସ୍ତୁତି କରାଯାଇଛି । ଏହି ଟୀକାକୁ ହ୍ୟୁମାନ୍ ଟ୍ରାଏଲ ପାଇଁ ଅନୁମତି ମିଳିଥିବା ମଧ୍ୟ କୁହାଯାଉଛି । ଭାରତର ବାୟୋଟେକ ଏହାକୁ ପ୍ରସ୍ତୁତ କରିଥିବ ଜଣାପଡିଛି । ସୋମବାର ବାୟୋଟେକକୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜି) ହ୍ୟୁମାନ ଟ୍ରାଏଲ ପାଇଁ ଅନୁମତି ଦେଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.