ETV Bharat / bharat

'ନିଦରୁ ଉଠି ବନ୍ୟା ପୀଡିତଙ୍କୁ ସାହାଯ୍ୟ କରନ୍ତୁ ନୀତିଶ ସରକାର'

author img

By

Published : Jul 27, 2020, 7:35 PM IST

'ନିଦରୁ ଉଠି ବନ୍ୟା ପୀଡିତଙ୍କୁ ସାହାଯ୍ୟ କରନ୍ତୁ ନୀତିଶ ସରକାର'
'ନିଦରୁ ଉଠି ବନ୍ୟା ପୀଡିତଙ୍କୁ ସାହାଯ୍ୟ କରନ୍ତୁ ନୀତିଶ ସରକାର'

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିହାରରୁ କଂଗ୍ରେସ ରାଜ୍ୟସଭା ସାଂସଦ ଥିବା ଅଖିଳେଶ ପ୍ରସାଦ ସିଂହ ଏହି ତାତ୍ସଲ୍ୟ କରିଛନ୍ତି । ନୀତିଶ କ୍ଷମତା ଦଖଲ କରିବା ପରଠାରୁ ବିହାରରେ ବନ୍ୟା ପରିସ୍ଥିତିର ପରିଚାଳନା ସଠିକ ଭାବେ ହୋଇନାହିଁ । ଅଧିକ ପଢନ୍ତୁ...


ପାଟନା: ବିହାରରେ ବନ୍ୟା ପରିସ୍ଥିତି ନେଇ କ୍ଷମତାରେ ଥିବା ନୀତିଶ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ । ରାଜ୍ୟରେ 11ଟି ଜିଲ୍ଲାରେ ବନ୍ୟା ଯୋଗୁଁ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ହେଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ବରେ ବିହାର ସରକାର ଏବେ ନିଦରେ ଶୋଇରହିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିହାରରୁ କଂଗ୍ରେସ ରାଜ୍ୟସଭା ସାଂସଦ ଥିବା ଅଖିଳେଶ ପ୍ରସାଦ ସିଂହ ଏହି ତାତ୍ସଲ୍ୟ କରିଛନ୍ତି । ନୀତିଶ କ୍ଷମତା ଦଖଲ କରିବା ପରଠାରୁ ବିହାରରେ ବନ୍ୟା ପରିସ୍ଥିତିର ପରିଚାଳନା ସଠିକ ଭାବେ ହୋଇନାହିଁ । ଫଳରେ ଅଧା ରାଜ୍ୟ ଓ ଉତ୍ତର ବିହାରର ତୃତୀୟ-ଚତୁର୍ଥାଂଶ ଭାଗ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି । ଲୋକ ନିଜ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି । ବନ୍ୟା ପୀଡିତଙ୍କ ରହିବା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ । ଗୃହପାଳିତ ପଶୁଙ୍କ ଖାଇବା ପାଇଁ ମଧ୍ୟ କିଛି ସୁବିଧା କରିନାହାନ୍ତି ସରକାର ।

ସମୟ ଆସିଯାଇଛି ନିଦରୁ ଉଠି କାମ କରନ୍ତୁ ନୀତିଶ ସରକାର । ପ୍ରାୟ ଶହେରୁ ଅଧିକ ଲୋକ ବନ୍ୟା ଯୋଗୁଁ ପ୍ରାଣ ହରାଇଛନ୍ତି । ଜୀବନ ଓ ସମ୍ପତ୍ତି ଉଭୟ ନଷ୍ଟ ହେବାରେ ଲାଗିଛି । ପୂର୍ବରୁ ବିହାର ଓ ଆସାମ ସରକାର ସବୁବେଳେ ବନ୍ୟା ପାଇଁ ସତର୍କ ରହିବା ସହ ପ୍ରାକ୍ ପ୍ରସ୍ତୁତି କରିଥାନ୍ତି । ହେଲେ ଏଥର ବିହାର ସରକାରଙ୍କ ନିକଟରେ ସେପରି କୌଣସି ପ୍ରସ୍ତୁତି ଦେଖିବାକୁ ମିଳିନାହିଁ ବୋଲି ଅଖିଳେଶ କହିଛନ୍ତି । ଏହାସହ ବିହାର ସରକାର ନ ଶୋଇ ଏବେ କାମରେ ଲାଗିଯାଆନ୍ତୁ ବୋଲି ସେ ତାତ୍ସଲ୍ୟ କରି କହିଛନ୍ତି ।

ପ୍ରକାଶ ଥାଉ କି ବିହାରକୁ ଏବେ କୋରୋନା ସହ ବନ୍ୟା ମାଡ ହୋଇଛି । ଉତ୍ତର ରାଜ୍ୟରେ ଅନେକ ଜିଲ୍ଲା ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି । ଏନଡିଆରଏଫ ଓ ଏସଡିଆରଏଫର 22ଟି ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଭାରତୀୟ ବାୟୁସେନା ପକ୍ଷରୁ ମଧ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳରେ ଖାଦ୍ୟ ସାମଗ୍ରୀ ଆକାଶମାର୍ଗରୁ ବଣ୍ଟାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.