ETV Bharat / bharat

ସଞ୍ଜୟ ରାଉତଙ୍କ ପତ୍ନୀଙ୍କୁ ସମନ: କେନ୍ଦ୍ରକୁ କଂଗ୍ରେସ ଓ ଏନସିପିର ଟାର୍ଗେଟ

author img

By

Published : Dec 28, 2020, 9:18 PM IST

congress and ncp targets central government regarding sanjay rauts wife summoned by ed
ସଞ୍ଜୟ ରାଉତଙ୍କ ପତ୍ନୀଙ୍କୁ ସମନ: କେନ୍ଦ୍ରକୁ କଂଗ୍ରେସ ଓ ଏନସିପିର ଟାର୍ଗେଟ

କେନ୍ଦ୍ର ସରକାରଙ୍କୁ ଏନସିପି ଓ କଂଗ୍ରେସର ଟାର୍ଗେଟ। ସଞ୍ଜୟ ରାଉତଙ୍କ ପତ୍ନୀଙ୍କୁ ପିଏମସି ବ୍ୟାଙ୍କ ଦୁର୍ନୀତି ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଦୁଇ ପ୍ରମୁଖ ରାଜନୈତିକ ଦଳ। ଅଧିକ ପଢ଼ନ୍ତୁ...

ମୁମ୍ବାଇ: କେନ୍ଦ୍ର ସରକାରଙ୍କୁ ଏନସିପି ଓ କଂଗ୍ରେସର ଟାର୍ଗେଟ। ସଞ୍ଜୟ ରାଉତଙ୍କ ପତ୍ନୀଙ୍କୁ ପିଏମସି ବ୍ୟାଙ୍କ ଦୁର୍ନୀତି ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଦୁଇ ପ୍ରମୁଖ ରାଜନୈତିକ ଦଳ। ରାଜନୈତିକ ପ୍ରତିଶୋଧ ନେବାକୁ ଯାଇଛି ସଞ୍ଜୟ ରାଉତଙ୍କ ପତ୍ନୀଙ୍କୁ ଇଡି ସମନ ଜାରି କରିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ଓ ଏନସିପି। ଏହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ତୁମ୍ବି ତୋଫାନ ଦେଖିବାକୁ ମିଳିଛି। କେନ୍ଦ୍ର ସରକାର ନିଜ କ୍ଷମତାର ଦୁରୁପଯୋଗ କରୁଥିବା ଅଭିଯୋଗ ହୋଇଛି।

ଆଜି(ସୋମବାର) ଇଡିର ସମନକୁ ନେଇ କଂଗ୍ରେସ ନେତା ନସୀମ ଖାନ କହିଛନ୍ତି ଯେ, "ସଞ୍ଜୟ ରାଉତଙ୍କ ପତ୍ନୀଙ୍କୁ ଇଡି ସମନ ଜାରି ରଖିଛି। ଏହା କେନ୍ଦ୍ର ସରକାରଙ୍କ ରାଜନୈତିକ ପ୍ରତିଶୋଧ ପରାୟଣକୁ ଦର୍ଶାଉଛି। ଏଭଳି କାର୍ଯ୍ୟକୁ ମୁଁ ଦୃଢ଼ ନିନ୍ଦା କରୁଛି।"

ଖାଲି ସେତିକି ନୁହେଁ ମହାରାଷ୍ଟର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମଧ୍ୟ ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, "ଯେତେବେଳେ ବି କୌଣସି ମୁଦ୍ଦାକୁ ନେଇ ବିଜେପି ପ୍ରଶ୍ନ କରାଯାଏ, ସେତେବେଳେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅସ୍ତ୍ର ଭାବରେ ବ୍ୟବହାର କରିଛି। ଏହାପୂର୍ବରୁ ମହାରାଷ୍ଟ୍ରରେ ଏଭଳି କେବେ ଏଭଳି ହୋଇନଥିଲା। ଏଭଳି କାର୍ଯ୍ୟ ନିନ୍ଦନୀୟ।"

ସେପଟେ କଂଗ୍ରେସ ପ୍ରବକ୍ତା ସଚିନ ସାୱନ୍ତ ମଧ୍ୟ ବିଜେପିକୁ ଘେରିଛନ୍ତି । ସେ କହିଛନ୍ତି ଯେ, "ବିଜେପି ନିଜର ଏକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖୋଲି ଦେବା ଆବଶ୍ୟକ। ଏହି କାର୍ଯ୍ୟାଳୟକୁ ନିଜ ଦଳୀୟ ମୁଖ୍ୟ କାର୍ଯ୍ୟାଳୟ ସହ ରଖିବା ଆବଶ୍ୟକ।"

ଗତକାଲି(ରବିବାର) ଶିବସେନା ନେତା ତଥା ଦଳର କାର୍ଯ୍ୟକାରୀ ସମ୍ପାଦକ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ସମନ କରିଥିଲେ। ଏଚଡିଆଇଏଲ(HDIL) ପିଏମସି ବ୍ୟାଙ୍କରୁ ଋଣ ନେଇ ଫାଙ୍କିବା ମାମଲାରେ ବର୍ଷାଙ୍କୁ ଇଡି ସମନ କରିଥିଲା। ତେବେ ଇଡି ପକ୍ଷରୁ ବର୍ଷାଙ୍କୁ କୌଣସି ସମନ ହୋଇନଥିବା ପ୍ରତିକ୍ରିୟାରେ କହିଥିଲେ ସଞ୍ଜୟ ରାଉତ। କିଛି ସମନ ଆସିଥିଲେ ବିଜେପି କାର୍ଯ୍ୟାଳୟ ଯାଇ ଖୋଜିବାକୁ ପଡ଼ିବ ବୋଲି ସେ କଡ଼ା ବାଣୀ ଶୁଣାଇଥିଲେ। ଡିସେମ୍ବର 29 ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବାକୁ ସମନ କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.