ETV Bharat / bharat

ଜାନୁଆରୀ 31ରୁ ସଂସଦର ବଜେଟ ଅଧିବେଶନ

author img

By

Published : Jan 9, 2020, 4:10 AM IST

ccpa recommends budget session
ଫାଇଲ ଫଟୋ

ସଂସଦର ବଜେଟ ଅଧିବେଶନ 31 ଜାନୁଆରୀରୁ ଆରମ୍ଭ ହୋଇ ଏପ୍ରେଲ 3 ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ 31 ଜାନୁଆରୀରୁ ଆରମ୍ଭ ହୋଇ ଏପ୍ରେଲ 3 ତାରିଖ ପର୍ଯ୍ୟନ୍ତ ଚାଲିବ । ଫେବୃଆରୀ 1 ତାରିଖରେ ବିତ୍ତୀୟ ବର୍ଷ 2020-21 ପାଇଁ ସାଧାରଣ ବଜେଟ ଉପସ୍ଥାପନ କରାଯିବ ।

ସୂତ୍ରରୁ ପ୍ରକାଶିତ ଯେ, ସଂସଦୀୟ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି(ସିସିପିଏ) ବଜେଟ ଅଧିବେଶନ 31 ଜାନୁଆରୀରୁ 3 ଅପ୍ରେଲ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ରଖିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ବଜେଟ ଅଧିବେଶନର ପ୍ରଥମ ଚରଣ 31 ଜାନୁଆରୀରୁ 11 ଫେବୃଆରୀ ଓ ଦ୍ବୀତୀୟ ଚରଣ ମାର୍ଚ୍ଚ 2 ତାରିଖରୁ ଅପ୍ରେଲ 3 ତାରିଖ ଯାଏ ଚାଲିବ ବୋଲି ପ୍ରସ୍ତାବ ଦିଆଯାଇଛି ।

ବଜେଟ ଅଧିବେଶନର ମଧ୍ୟ ଭାଗରେ ପାଖାପାଖି ଏକ ମାସର ଛୁଟି ରଖାଯାଇଥାଏ । ଏହି ସମୟରେ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ସହ ଜଡିତ ସଂସଦୀୟ ସମିତି ବଜେଟ ଆବଣ୍ଟନ ପ୍ରସ୍ତାବ ଗୁଡିକ ଉପରେ ପରୀକ୍ଷଣ କରିଥାନ୍ତି । ସିସିପିଏ ସୁପାରିଶ ପରେ ରାଷ୍ଟ୍ରପତି ସଂସଦର ଉଭୟ ଗୃହର ମିଳିତି ବୈଠକ ଡକାଇବେ । ବଜେଟ ଅଧିବେଶନର ଆରମ୍ଭ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ସଦନର ମିଳିତ ଅଧିବେଶନକୁ ଅଭିଭାଷଣ ଦେବେ ।

ଏହି ବଜେଟ ଅଧିବେଶନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ 1 ତାରିଖରେ ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଦ୍ବିତୀୟ ଥର ପାଇଁ ବଜେଟ ଉପସ୍ଥାପନ କରିବେ ।

Intro:Body:

V


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.