ETV Bharat / bharat

ନିର୍ମଳାଙ୍କ ବଜେଟ ଟିମ: 2 ଓଡିଶା ଅଧିକାରୀ ସମ୍ଭାଳିଥିଲେ ଦାୟିତ୍ବ

author img

By

Published : Feb 1, 2021, 2:41 PM IST

Budge 2021: Take look on team of FM Nirmala Sitharaman
ବଜେଟ 2021: ଜାଣନ୍ତୁ ବଜେଟ ପ୍ରସ୍ତୁତ କରିଥିବା ଅର୍ଥମନ୍ତ୍ରୀଙ୍କ ଟିମ ସମ୍ପର୍କରେ..

ଚଳିତ ବର୍ଷର ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦ ଭବନରେ ଉପସ୍ଥାପନା କରିଛନ୍ତି । ତେବେ ଏହି ଗୁରୁତ୍ବପୂର୍ଣ୍ଣ ବଜେଟକୁ ପ୍ରସ୍ତୁତ କରିବାରେ ନିର୍ମଳାଙ୍କ ସମେତ ଏକ ଅଭିଜ୍ଞସମ୍ପନ୍ନ ଟିମ ଦାୟିତ୍ବ ନେଇଥିଲେ । ତେବେ ସେମାନଙ୍କ ସମ୍ପର୍କରେ ଜାଣିବା ପାଇଁ ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଚଳିତ 2021-22 ବଜେଟ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷର ଏହି ବଜେଟ ପ୍ରସ୍ତୁତ କରିବାରେ ସେ ଓ ତାଙ୍କ ଟିମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ତେବେ ଚାଲନ୍ତୁ ତାଙ୍କ ଟିମରେ ଥିବା ସଦସ୍ୟଙ୍କ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବା ।

1 କୃଷ୍ଣମୃର୍ତି ସୁବ୍ରମଣ୍ୟମ:- କୃଷ୍ଣମୂର୍ତି ସୁବ୍ରମଣ୍ୟମ ଅର୍ଥନୀତିରେ ପିଏଚଡି ଲାଭ କରିଛନ୍ତି । ସେ ସିକାଗୋ ବୁଥ୍ ସ୍କୁଲ୍ ଅଫ୍ ବିଜିନେସ୍ ୟୁନିଭରସିଟିରେ ପ୍ରଫେସର ଲ୍ୟୁଗି ଜିଙ୍ଗେଲସ୍ ଏବଂ ରଘୁରାମ ରାଜନଙ୍କ ନିର୍ଦ୍ଦେଶନାମାରେ ଏହାକୁ ସମାପ୍ତ କରିଛନ୍ତି । 2018 ମସିହା ଡିସେମ୍ବର ମାସରେ ସୁବ୍ରମଣ୍ୟମଙ୍କୁ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ ଦାୟିତ୍ବ ଦିଆଯାଇଥିଲା । ସେ ବ୍ୟାଙ୍କିଙ୍ଗ, କର୍ପୋରେଟ୍ ଶାସନ ଏବଂ ଅର୍ଥନୈତିକ ନୀତିରେ ଜଣେ ବିଶେଷଜ୍ଞ ଭାବରେ ବିବେଚିତ ହୋଇଛନ୍ତି ।

କୃଷ୍ଣମୃର୍ତି ସୁବ୍ରମଣ୍ୟମ
କୃଷ୍ଣମୃର୍ତି ସୁବ୍ରମଣ୍ୟମ

2. ଟିବି ସୋମନାଥନ:- ସୋମନାଥନ ବ୍ୟୟ ବିଭାଗର ସଚିବ ଭାବେ କାର୍ଯ୍ୟରତ । ସେ ବିଶ୍ୱ ବ୍ୟାଙ୍କରେ ଦାୟିତ୍ବ ତୁଲାଇଥିଲେ। ସୋମନାଥନ୍ ତାମିଲନାଡୁ କ୍ୟାଡରର 1987 ବ୍ୟାଚ୍ IAS ଅଧିକାରୀ ହୋଇଥିବା ବେଳେ 2015 ମସିହାରେ ସୋମନାଥନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବରେ କାର୍ଯ୍ୟ କରିଥିଲେ । ସୋମନାଥନ କୋଲକାତା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ପିଏଚଡି କରିଛନ୍ତି ।

ଟିବି ସୋମନାଥନ
ଟିବି ସୋମନାଥନ

3. ଅଜୟ ଭୂଷଣ ପାଣ୍ଡେ:- ରାଜସ୍ୱ ସଚିବ ଅଜୟ ଭୂଷଣ ପାଣ୍ଡେ ମହାରାଷ୍ଟ୍ର କ୍ୟାଡରର 1984 ମସିହା ବ୍ୟାଚର ଆଇଏଏସ୍ ଅଧିକାରୀ । ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ର ସିଇଓ ଭାବେ ସେ କାର୍ଯ୍ୟ କରିଛନ୍ତି । UIDAI ରେ ନିଜର ସ୍ଥାନ ପକ୍କା କରିବା ପରେ ପାଣ୍ଡେ ରାଜସ୍ୱ ସମ୍ମୁଖରେ ନିଜର ସ୍ବତନ୍ତ୍ର ପରିଚୟ ଛାଡିବା ପାଇଁ ଉଦ୍ୟମ କରିବେ । ପାଣ୍ଡେ ଆଇଆଇଟି କାନପୁରରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ କରିଥିବା ବେଳେ ମିନେସୋନା ୟୁନିଭରସିଟିରୁ କମ୍ପ୍ୟୁଟର ସାଇନ୍ସରେ ପିଏଚଡି କରିଛନ୍ତି । ସ୍ୱାସ୍ଥ୍ୟ ଏବଂ ପ୍ରତିରକ୍ଷା ପାଇଁ ଖର୍ଚ୍ଚ କରିବାକୁ ତଥା ମହାମାରୀରେ ଆୟକର ସନ୍ତୁଳନ ବଜାୟ ରଖିବାକୁ ପାଣ୍ଡେଙ୍କୁ ଦାୟିତ୍ବ ଦିଆଯାଇଛି ।

ଅଜୟ ଭୂଷଣ ପାଣ୍ଡେ
ଅଜୟ ଭୂଷଣ ପାଣ୍ଡେ

4. ତରୁଣ ବଜାଜ:- ତରୁଣ ବଜାଜ ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ ଅଟନ୍ତି । ସେ ଅର୍ଥ ମନ୍ତ୍ରଣାଳୟରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ହରିୟାଣାର 1988 ମସିହା ବ୍ୟାଚ୍‌ର IAS ଅଧିକାରୀ । ସେ ଅନେକ ରିଲିଫ୍ ପ୍ୟାକେଜ୍ ଉପରେ କାମ କରିଛନ୍ତି । ଏହାସହିତ 3ଟି ଆତ୍ମନିର୍ଭରଶୀଳ ଭାରତ ପ୍ୟାକେଜ୍ ଗଠନରେ ବଜାଜ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ତରୁଣ ବଜାଜ
ତରୁଣ ବଜାଜ

5. ତୁହିନି କାନ୍ତ ପାଣ୍ଡେ:- ତୁହିନ୍ କାନ୍ତ ପାଣ୍ଡେଙ୍କ ବିଭାଗ ଉପରେ ସମସ୍ତଙ୍କ ନଜର ରହିଛି । ତୁହିନ୍ ନିବେଶ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗର ସଚିବ ଅଟନ୍ତି । ପାଣ୍ଡେ ଓଡିଶା କ୍ୟାଡରର 1987 ବ୍ୟାଚ୍‌ର IAS ଅଧିକାରୀ । 2019 ମସିହା ଅକ୍ଟୋବର ମାସରେ ସେ DIPAM ର ସଚିବ ଭାବରେ ନିଯୁକ୍ତି ପାଇଥିଲେ ।

ତୁହିନ କାନ୍ତ ପାଣ୍ଡେ
ତୁହିନ କାନ୍ତ ପାଣ୍ଡେ

6. ଦେବାଶିଷ ପଣ୍ଡା:- ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗର ସଚିବ ଭାବେ ଦେବଶିଷ ପଣ୍ଡା କାର୍ଯ୍ୟ କରୁଛନ୍ତି । ସେ ବଜେଟରେ ଆର୍ଥିକ କ୍ଷେତ୍ର ସହିତ ଜଡିତ ସମସ୍ତ ଘୋଷଣା ଉପରେ ଦାୟିତ୍ବ ତୁଲାଇଥାନ୍ତି । ସେ ଉତ୍ତରପ୍ରଦେଶର 1987 ବ୍ୟାଚ୍ IAS ଅଧିକାରୀ ଅଟନ୍ତି । ଆର୍ଥିକ ବ୍ୟବସ୍ଥାର ସ୍ଥିରତା ନିଶ୍ଚିତ କରିବାକୁ ଆରବିଆଇ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବା ପାଇଁ ପଣ୍ଡାଙ୍କୁ ଦାୟିତ୍ବ ମିଳିଛି ।

ଦେବାଶିଷ ପଣ୍ଡା
ଦେବାଶିଷ ପଣ୍ଡା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.