ETV Bharat / bharat

ଗାଡି କାଗଜପତ୍ର ମାଗିଲେ ବୋଲି...

author img

By

Published : Sep 21, 2020, 1:01 PM IST

car driver dragging the home guard jawan on the bonnet
ଗାଡ଼ି କାଗଜପତ୍ର ମାଗିବାରୁ ହୋମଗାର୍ଡଙ୍କୁ ଧକ୍କା ଦେଇ ଚାଲିଗଲା କାର

ଶ୍ରୀଗଙ୍ଗାନଗର ଛକରେ ଗାଡ଼ି କାଗଜପତ୍ର ଯାଞ୍ଚ କରିବାକୁ କାରକୁ ଅଟକାଇବାରୁ ହୋମଗାର୍ଡଙ୍କୁ ଧକ୍କା ଦେଇ ଚାଲିଗଲା କାର । ଯାହାର ଏବେ ସିସିଟିଭି ଭିଡିଓ ସାମ୍ନାକୁ ଆସିଛି । ତେବେ ଆହତ ହୋମଗାର୍ଡଙ୍କୁ ପିବିଏମ ହସ୍ପିଟାଲର ଟ୍ରୋମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

ଜୟପୁର: ଶ୍ରୀଗଙ୍ଗାନଗର ଛକରେ ଗାଡ଼ି କାଗଜପତ୍ର ଯାଞ୍ଚ କରିବାକୁ କାରକୁ ଅଟକାଇବାରୁ ହୋମଗାର୍ଡଙ୍କୁ ଧକ୍କା ଦେଇ ଚାଲିଗଲା କାର । ଯାହାର ଏବେ ସିସିଟିଭି ଭିଡିଓ ସାମ୍ନାକୁ ଆସିଛି । ତେବେ ଆହତ ହୋମଗାର୍ଡଙ୍କୁ ପିବିଏମ ହସ୍ପିଟାଲର ଟ୍ରୋମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଭିଡିଓରେ ହୋମ ଗାର୍ଡ କାରର ବୋନେଟରେ ଝୁଲୁଥିବା ନଜର ଆସିଛନ୍ତି । ନାଲ ପୋଲିସ ଷ୍ଟେସନ ଅଭିଯୁକ୍ତ କାର ମାଲିକଙ୍କୁ ଗିରଫ କରିଛି। ହୋମ ଗାର୍ଡଙ୍କୁ ହତ୍ୟା କରିବା ଏବଂ ରାଜ୍ୟ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ କାର ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି।

ଗାଡ଼ି କାଗଜପତ୍ର ମାଗିବାରୁ ହୋମଗାର୍ଡଙ୍କୁ ଧକ୍କା ଦେଇ ଚାଲିଗଲା କାର

ବିଚୱାଲ ପୋଲିସର ସୂଚନାନୁସାରେ, ଶ୍ରୀଗଙ୍ଗନଗର ଛକରେ ପୋଲିସ କର୍ମଚାରୀ ଏବଂ ହୋମଗାର୍ଡ ଛିଡା ହୋଇ ଗାଡ଼ି କାଗଜ ପତ୍ର ଯାଞ୍ଚ କରୁଥିଲେ।​ ଏହି ସମୟରେ ଡ୍ୟୁଟିରେ ଥିବା ହୋମ ଗାର୍ଡ ମନୋଜ ଏକ କାରକୁ ଅଟକାଇ ଥିଲେ। ଯେତେବେଳେ ହୋମଗାର୍ଡ କାଗଜପତ୍ର ଦେଖାଇବାକୁ ମାଗନ୍ତି, କାର ଡ୍ରାଇଭର କାର ଚଳାଇବା ଆରମ୍ଭ କରିଥିଲେ। ଏବଂ ଆଗରେ ଥିଆ ହୋଇଥିବା ହୋମ ଗାର୍ଡଙ୍କୁ ଧକ୍କା ଦେଇ ଚାଲିଯାଇଥିଲେ ।

ଆହତ ଅବସ୍ଥାରେ ପିବିଏମ୍ ଟ୍ରୋମା କେନ୍ଦ୍ରକୁ ନିଆଯାଇଥିଲା। ଯେଉଁଠାରେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ଅଭିଯୁକ୍ତଙ୍କ ନାମ ଅଭିଷେକ ବୋଲି ଜଣାପଡ଼ିଛି ଏବଂ ନାଲ ପୋଲିସ ଷ୍ଟେସନ ତାଙ୍କୁ ଦେଶୀ ମଦ ସହିତ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.