ETV Bharat / bharat

ବିହାର: କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ ପକାଇବାକୁ ଯାଇ ଚାଲିଗଲା 14 ଜୀବନ

author img

By

Published : Nov 12, 2019, 12:15 PM IST

bihar

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗଙ୍ଗାସ୍ନାନବେଳେ ଏଯାଏଁ 14ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ବିହାର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଅଘଟଣ ହୋଇଛି ।

ପାଟନା: କାର୍ତ୍ତିକ ପୂର୍ଣ୍ଣିମାରେ ବଡ ଅଘଟଣ । ବିହାର ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଙ୍ଗା ସ୍ନାନ କରିବାକୁ ଯାଇ 14ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଯାଏଁ ଏନଡିଆରଏଫ ଦଳ 4ଜଣଙ୍କ ମୃତଦେହ ଉଦ୍ଧାର କରିଛି ।


ସୂଚନାନୁସାରେ, ନାଳନ୍ଦାରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗଙ୍ଗା ସ୍ନାନ କରିବାକୁ ଯାଇ 3ଜଣ ନାବାଳିକାଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ଓ ଏନଡିଆରଏଫ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଗଙ୍ଗାସ୍ନାନ ବେଳେ ଚାଲିଗଲା ଜୀବନ
ସେହିପରି ନଓ୍ବାଦାର କୌଆକୋଲ ଥାନର ଅନ୍ତର୍ଗତ ସୋଖୋଦେବାରସ୍ଥିତ ସୂର୍ଯ୍ୟ ମନ୍ଦିରର ପୋଖରୀରେ ବୁଡ ପକାଇବାକୁ ଯାଇ 2ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି । ତେବେ ସେମାନଙ୍କୁ ବଞ୍ଚାଇବାକୁ ଯାଇ ସ୍ପୋଟିଙ୍ଗ କ୍ଲବର ଅଧ୍ୟକ୍ଷଙ୍କର ବି ପୋଖରୀରେ ବୁଡି ମୃତ୍ୟୁ ହୋଇଛି ।

ରାଜ୍ୟର ସୀତାମରୀ ଜିଲ୍ଲାର ସୁପ୍ପି ଥାନା ଅନ୍ତର୍ଗତ ବାଗମତୀ ନଦୀର ଢେଙ୍ଗ ଘାଟରେ ସ୍ନାନ କରିବାକୁ ଯାଇ 4ଜଣ ନଦୀରେ ବୁଡି ଯାଇଥିଲେ । ସେମାନଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ 2ଜଣ ଏଯାଏଁ ନିଖୋଜ ରହିଛନ୍ତି । ସେହିପରି ଆଉ ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

ଆହୁରି ମଧ୍ୟ ବଖତିୟାରପୁରର ଘୋସଓ୍ବାରୀ ଗଙ୍ଗାଘାଟରେ ସ୍ନାନ କରିବାକୁ ଯାଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପଟେ ମୁଜଫରପୁରର ସଙ୍ଗମ ଘାଟରେ ସ୍ନାନ କରୁଥିବାବେଳେ ଗୋଟିଏ ପରିବାରର 5ଜଣ ଶିଶୁ ବୁଡି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ 3ଜଣଙ୍କୁ ଉଦ୍ଧାର କରାଯାଇଥିଲା । ମାତ୍ର ସେମାନଙ୍କ ମଧ୍ୟରୁ 2ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏପଟେ ଦାଦରଘାଟରେ ବୁଡ ପକାଉଥିବାବେଳେ 21ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି ।

ସେହିପରି ମୋତିହାରୀର ଡୁମରିୟାଘାଟ ଥାନା ଅନ୍ତର୍ଗତ ଗଣ୍ଡକ ନଦୀରେ ଗଙ୍ଗାସ୍ନାନ କଲାବେଳେ ଜଣେ ଯୁବକ ଓ ପାଟନାର ଧନଋଆରେ ଗାଧୋଇବାବେଳେ 2 ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Intro:जिले में कार्तिक पूर्णिमा के अवसर पर स्नान करने गयी तीन युवती की डूबने से मौत हो गयी। बताया जाता है कि सकरी नदी में स्नान करने गयी तीन युवती डूब गई। Body:घटना के सम्बन्ध में बताया जाता है कि पावापुरी ओ पी अंतर्गत घोसरवा स्थित सकरी नदी में स्नान करने गयी तीन युवती की मौत डूबने से हुई।जिसकी पहचान मृतकों में अजय सिंह की पुत्री 17 वर्ष अंशु कुमारी और 15 वर्षीय सोनम कुमारी, वहीं तीसरा प्रीति कुमारी 17 वर्ष दीपू सिंह की पुत्री शामिल है। जबकि पांच छह की ग्रामीणों द्वारा बचाया गया जान। Conclusion:घटना की सूचना पर पुलिस और एस डी आर एफ की टीम मौके पर पहुची। और शव को बाहर निकाला गया। इस घटना से गांव में मातम छा गया।


राकेश कुमार संवाददाता
बिहारशरीफ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.