ETV Bharat / bharat

କେବିସି ନାଁରେ ଠକେଇ ଉଦ୍ୟମ

author img

By

Published : Sep 17, 2019, 7:26 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

କେବିସି ନାଁରେ ଠକେଇ । ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରେ ଏଭଳି ଅଭିନବ ଠକେଇ ଦେଖିବାକୁ ମିଳିଛି । ତେବେ ସାଇବର ଅପରାଧୀ ମାନଙ୍କ ଏହା ଠକେଇର ନୂଆ ଉପାୟ ବୋଲି ପୋଲିସ କହିଛି ।

ରାଞ୍ଚି: ବୋକାରୋ ଅଭିନବ ଠକେଇ । ଠକେଇର ଉପାୟ ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ଚକିତ ହୋଇଯିବ । ଲୋକମାନଙ୍କ ଆଖିରେ ଆଙ୍ଗୁଠି ପୁରାଇ ହେଉଛି ଠକେଇ । କାରଣ ବର୍ତ୍ତମାନ ଲୁଟେରା ଓ ଠକଙ୍କ ତରିକା ବଦଳିଛି । ଏବେ କିଛି ଠକ କେବିସି ଓ ଅମିତାଭ ବଚ୍ଚନଙ୍କ ନାମରେ ଠକିବା ଆରମ୍ଭ କରିଦେଇଛନ୍ତି ।

kbc
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

କିଛିଦିନ ତଳେ ଆରମ୍ଭ ହୋଇଛି କେବିସି ଅର୍ଥାତ କୌନ ବନେଗା କରୋଡପତି । ସାଇବର ଅପରାଧି ମାନେ ଅତି ଚାଲାକର ସହିତ ଠକୁଛନ୍ତି ଯାହାର ପତ୍ତା ମଧ୍ୟ ପାଉନାହିଁ ପୋଲିସ ।

କେମିତି କରୁଛନ୍ତି ଠକେଇ

ପ୍ରଥମେ ଗ୍ରାହକଙ୍କୁ ଫୋନ ମାଧ୍ୟମରେ କେବିସିରୁ କହୁଛନ୍ତି ବୋଲି ସୂଚନା ଦେଉଛନ୍ତି ଠକ । ଏହା ପରେ ଲୋକମାନଙ୍କୁ 25 ଲକ୍ଷ ଟଙ୍କାର ଲଟେରି ଲାଗିଛି ବୋଲି ସୂଚନା ଦେଉଛନ୍ତି । ଏପରି କହି ଲୋକଙ୍କ ବିଶ୍ବାସ ଜିତିବା ପରେ କେବିସିର କିଛି କାଗଜପତ୍ର କାର୍ଯ୍ୟକୁ ପୁରଣ କରିବା ପାଇଁ ସେମାନେ ଲୋକମାନଙ୍କୁ କହୁଛନ୍ତି । ଏହାପରେ ଜଣେ ବ୍ୟକ୍ତିଙ୍କୁ ନକଲି ବ୍ୟାଙ୍କ କର୍ମଚାରୀ ଭାବେ ଉପସ୍ଥାପିତ କରି ତାଙ୍କ ବ୍ୟାଙ୍କକୁ କେବିସି ଟଙ୍କା ଆସିଛି ବୋଲି କହୁଛନ୍ତି । ପରେ ଏନେଇ କିଛି ଅର୍ଥ ଜମା କରିବାକୁ କହୁଛନ୍ତି ।

kbc
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଏ ସମ୍ପୂର୍ଣ୍ଣ ଘଟଣା ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ବୋକାରୋ ଜିଲ୍ଲାର ବିଶ୍ବଜିତ ମଣ୍ଡଳ ସେମାନଙ୍କ ଜାଲରେ ଶିକାର ହୋଇଥିଲେ । ତେବେ ନଗଦ ରାଶି ନେବାକୁ ହେଲେ ବ୍ୟାଙ୍କରେ 12 ହଜାର ଟଙ୍କା ଜମା କରିବାକୁ ପଡ଼ିବ ବୋଲି ଠକମାନେ ବିଶ୍ବଜିତଙ୍କୁ କହିଥିଲେ । ପରେ ନକଲି ବ୍ୟାଙ୍କ ମ୍ୟାନେଜର କେବିସିର କିଛି ଦସ୍ତାବିଜ, ଫଟୋ, ଆୟକର ବିଭାଗର ଦସ୍ତାବିଜ, ଅମିତାଭ ବଚ୍ଚନ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ସହିତ ସେମାନଙ୍କର ହସ୍ତାକ୍ଷର ଓ ଜଣେ ମହିଳା ଭିଡ଼ିଓ ବିଶ୍ବଜିତଙ୍କ ନିକଟକୁ ହ୍ବାଟସଅପ ମାଧ୍ୟମରେ ପଠାଯାଇଥିଲା । ପରେ ବିଶ୍ବଜିତଙ୍କର ଏନେଇ ସନ୍ଦେହ ଜାତ ହୋଇଥିଲା ।

kbc
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଫଳରେ ସେ ଅର୍ଥରାଶି ଦେଇନଥିଲେ । ମାତ୍ର ପ୍ରତ୍ୟେକ ଦିନ ତାଙ୍କ ନିକଟକୁ ଏଭଳି ଫୋନ ଆସୁଥିଲା । ତେବେ ବିଶ୍ବଜିତ ତାଙ୍କ ନିକଟରେ ମାତ୍ର 3 ହଜାର ଟଙ୍କା ଅଛି ବୋଲି କହିଥିଲେ । ଏହା ଶୁଣିବା ପରେ ବ୍ୟାଙ୍କ ମ୍ୟାନେଜର କହିଥିଲେ କି ତାହା ବ୍ୟାଙ୍କରେ ଜମା କରିଦେବାକୁ । ଏହା ଶୁଣିବା ପରେ ବିଶ୍ବଜିତ ପୋଲିସରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୋଲିସ କହିଛି ସାଇବର ଅପରାଧୀମାନଙ୍କ ଠକେଇର ଏହା ନୂଆ ତରିକା । ଏପରି ସ୍ଥଳେ ଲୋକମାନେ ଏଭଳି ଫୋନ କଲ ପାଇଲେ ଜଣାଇବାକୁ କହିଛି ପୋଲିସ । ତେବେ ଠକମାନଙ୍କ ଏଭଳି ପ୍ରଲୋଭନରେ ନ ଆସି ପଦକ୍ଷେପ ନେବା ପୂର୍ବରୁ ଅନେକ ବାର ଚିନ୍ତା କରିବା ପାଇଁ ପୋଲିସ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି ।

Intro:Body:

PRABHU


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.