ETV Bharat / bharat

କୋହଳ କଟକଣାରେ ଦିଲ୍ଲୀରେ ଖୋଲିବ 150 ମଦ ଦୋକାନ

author img

By

Published : May 4, 2020, 9:26 AM IST

ଆଜିଠୁ ଆରମ୍ଭ ହେଲା ଲକଡାଉନ 3.0। ଏହି ତାଲାବନ୍ଦ ଅବଧିରେ ଦେଶର ରାଜଧାନୀ ଦିଲ୍ଲୀରେ 150ରୁ ଉର୍ଦ୍ଧ୍ବ ମଦ ଦୋକାନ ଖୋଲା ରହିବ। ନୂତନ ତାଲାବନ୍ଦ କଟକଣା କୋହଳ ନୀତିରେ ଦିଲ୍ଲୀ ସରକାର ଏହାକୁ ଘୋଷଣା କରିଛନ୍ତି।

liquor
କୋହଳ କଟକଣାରେ ଦିଲ୍ଲୀରେ ଖୋଲିବ 150 ମଦ ଦୋକାନ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଲା ଲକଡାଉନ 3.0। ଏହି ତାଲାବନ୍ଦ ଅବଧିରେ ଦେଶର ରାଜଧାନୀ ଦିଲ୍ଲୀରେ 150ରୁ ଉର୍ଦ୍ଧ୍ବ ମଦ ଦୋକାନ ଖୋଲା ରହିବ। ନୂତନ ତାଲାବନ୍ଦ କଟକଣା କୋହଳ ନୀତିରେ ଦିଲ୍ଲୀ ସରକାର ଏହାକୁ ଘୋଷଣା କରିଛନ୍ତି।

ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଦିଲ୍ଲୀର ଚାରିଟି ସରକାରୀ ସଂସ୍ଥାକୁ ମଦ ବିକ୍ରି କରିବାକୁ ଥିବା ଦୋକାନଗୁଡିକର ତାଲିକା ଦାଖଲ କରିଛନ୍ତି। ଯାହାକୁ କୋରୋନାଭାଇରସ୍ ଗାଇଡଲାଇନ ଅନୁଯାୟୀ ଖୋଲିବାକୁ ଅନୁମତି ଦିଆଯାଇପାରିବ।

ଆଜି ଠାରୁ ଦିଲ୍ଲୀରେ ପ୍ରାୟ 150 ଟି ମଦ ଦୋକାନ ଖୋଲିବାର ସମ୍ଭାବନା ରହିଛି । ଯାହା ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ମିଳିଛି। ଶନିବାର ଅବକାରୀ ବିଭାଗ ଏହି ଚାରୋଟି ସଂସ୍ଥାକୁ ମଦ ଆଉଟଲେଟ୍ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛି, ଯାହା ଗୃହ ମନ୍ତ୍ରଣାଳୟ ଦ୍ବାରା ଧାର୍ଯ୍ୟ କରାଯାଇଥିବା ସମସ୍ତ ସର୍ତ୍ତ ପୂରଣ କରୁଥିବ ।

ସୂଚନା ଥାଉକି, ଦିଲ୍ଲୀ ପର୍ଯ୍ୟଟନ ଏବଂ ପରିବହନ ବିକାଶ ନିଗମ, ଦିଲ୍ଲୀ ରାଜ୍ୟ ଶିଳ୍ପ ଏବଂ ଭିତ୍ତିଭୂମି ବିକାଶ ନିଗମ, ଦିଲ୍ଲୀ ରାଜ୍ୟ ନାଗରିକ ଯୋଗାଣ ନିଗମ ଲିମିଟେଡ୍ ଏବଂ ଦିଲ୍ଲୀ ଗ୍ରାହକ ସମବାୟ ହୋଲସେଲ ଷ୍ଟୋର୍‌କୁ ସର୍ବସାଧାରଣ ସ୍ଥାନରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.