ETV Bharat / bharat

ଛୋଟା ରାଜନ ଗ୍ୟାଙ୍ଗର ଆଉ ଜଣେ ଅପରାଧୀ ଗିରଫ, ନଗର ସେବକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଜୟରାମ

author img

By

Published : Oct 27, 2020, 8:41 PM IST

ମହାରାଷ୍ଟ୍ରର ନାସିକରୁ ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନର ଜଣେ ସାଥିକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଛୋଟା ରାଜନ ଅତି ନିକଟତର ଅପରାଧି ଜୟରାମ ଲୋଢେ। ଅଧିକ ପଢ଼ନ୍ତୁ...

ଛୋଟା ରାଜନ ଗ୍ୟାଙ୍ଗର ଆଉ ଜଣେ ଅପରାଧି ଗିରଫ, ନଗର ସେବକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଜୟରାମ
ଛୋଟା ରାଜନ ଗ୍ୟାଙ୍ଗର ଆଉ ଜଣେ ଅପରାଧି ଗିରଫ, ନଗର ସେବକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଜୟରାମ

ମୁମ୍ବାଇ: ମହାରାଷ୍ଟ୍ରର ନାସିକରୁ ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନର ଜଣେ ସାଥିକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଉଛି ଛୋଟା ରାଜନ ଅତି ନିକଟର ଅପରାଧି ଜୟରାମ ଲୋଢେ। ନାସିକର ଦେବଲାଲି ଇଲାକାରୁ ଅଭିଯୁକ୍ତକୁ ଗିରଫ କରାଯାଇଛି। ମହାରାଷ୍ଟ୍ରର ବହୁ ଅପରାଧିକ ମାମଲାରେ ଜଡ଼ିତ ରହିଥିବା ନେଇ ପୋଲିସ ସୂଚନା ଦେଇଛି।

ଛୋଟା ରାଜନ ଗ୍ୟାଙ୍ଗର ଆଉ ଜଣେ ଅପରାଧି ଗିରଫ, ନଗର ସେବକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଜୟରାମ

8 ମାସ ପୂର୍ବେ ଗୁଜରାଟର ନାନୀ ଦମନରେ ଜଣେ ନଗର ସେବକ ହତ୍ୟାକାଣ୍ଡରେ ସମ୍ପୃକ୍ତ ରହିଛି ଜୟରାମ ଲୋଢେ। ସଲିମ ମେନନ ନାମକ ଜଣେ ନଗର ସେବକଙ୍କୁ ନିଜ ଶୋ ରୁମରେ ହତ୍ୟା କରିଥିଲେ ଜୟରାମ ଲୋଢେ ଓ ତାର ସାଥି। ଏହି ସମସ୍ତ ଘଟଣା ସଲିମ ମେନନଙ୍କ ଶୋ ରୁମ ସିସିଟିଭିରେ କେଦ ହୋଇଥିଲା। ଅତି ନୃଶଂସ ଭାବେ ସଲିମଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ଏନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିଲା। ବିଶେଷ କରି ଜୟରାମ ଲୋଢେକୁ ଖୋଜା ଚଳାଇଥିଲା ପୋଲିସ। ଆଜି(ମଙ୍ଗଳବାର) କୌଣସି ସୂତ୍ରରୁ ଖବର ପାଇ ନାସିକର ଦେବଲାଲିରୁ ଜୟରାମକୁ ଗିରଫ କରାଯାଇଛି। ଜୟରାମ ଲୋଢେ ନାସିକର ଦେବଲାଲି ଇଲାକା ବାସନ୍ଦା ବୋଲି ଜଣା ପଡ଼ିଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛି ପୋଲିସ।

ଏହାପୂର୍ବରୁ ଡ୍ରଗ୍ସ ମାମଲାରେ ପୋଲିସ ଛୋଟା ରାଜନ ଗ୍ୟାଙ୍ଗର 5ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ। ଆଜି ପର୍ଯ୍ୟନ୍ତ ବିଭିନ୍ନ ମାମଲାରେ ଛୋଟା ରାଜନ ଗ୍ୟାଙ୍ଗର ସର୍ବମୋଟ 15 ଜଣଙ୍କୁ ଗିରଫ କରାଯାଇଛି। 2015 ମସିହାରେ ଇଣ୍ଡୋନେସିଆରୁ ଛୋଟାରାଜନକୁ ଗିରଫ କରାଯାଇଥିଲା। 1995 ମସିହାରୁ ସିବିଆଇ ପକ୍ଷରୁ ଛୋଟା ରାଜନ ବିରୋଧରେ ରେଡ କର୍ନର ନୋଟିସ ଜାରି କରିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.