ETV Bharat / bharat

ସ୍ତ୍ରୀ-ମାଉସୀ ଉପରେ ଏସିଡ ପକାଇ ସ୍ବାମୀ ଫେରାର, ତଦନ୍ତ ଜାରି

author img

By

Published : Sep 24, 2020, 2:43 PM IST

Updated : Sep 24, 2020, 2:49 PM IST

କର୍ଣ୍ଣାଟକ ଏସିଡ ମାଡ ଘଟଣା
କର୍ଣ୍ଣାଟକ ଏସିଡ ମାଡ ଘଟଣା

ସ୍ତ୍ରୀ ଓ ତାଙ୍କ ମାଉସୀ ଉପରେ ଏସିଡ୍ ମାଡ କରି ଫେରାର ସ୍ବାମୀ । ଅଭିଯୁକ୍ତ ସ୍ବାମୀକୁ ଖୋଜୁଛି ପୋଲିସ । ଅଧିକ ପଢନ୍ତୁ...

ବେଙ୍ଗାଲୁରୁ: କର୍ଣ୍ଣାଟକର କବଡ ତାଲୁକ ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ମାଉସୀ ଉପରେ ଏସିଡ୍ ମାଡ କରି ଫେରାର୍ । ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ପ୍ରଥମେ ଉଭୟଙ୍କୁ ନେଲୟାଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା, ହେଲେ ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ମାଙ୍ଗାଲୋର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ବୈଜୁ ନାମକ ଜଣେ ବ୍ୟକ୍ତି ପାରିବାରିକ କଳହ କାରଣରୁ ସ୍ତ୍ରୀ ଏବଂ ତାଙ୍କ ମାଉସୀଙ୍କ ଉପରେ ଏସିଡ୍ ପକାଇଥିଲା ଏବଂ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏ ସଂପର୍କରେ ଉପିନାନଗଡି ପୋଲିସ ଖବର ପାଇବା ପରେ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ସ୍ବାମୀକୁ ଖୋଜିବା ଜାରି ରଖିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 24, 2020, 2:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.