ETV Bharat / bharat

ଅଣ୍ଟାଏ ପାଣିରେ ପଶି ସ୍କୁଲରେ ପହଞ୍ଚିଲେ ଶିକ୍ଷକ

author img

By

Published : Oct 13, 2020, 3:00 PM IST

ଅଧିକ ବର୍ଷା ପାଇଁ ରାସ୍ତାରେ ପାଣି ଜମିବାରୁ ଅଣ୍ଟାଏ ପାଣିରେ ପଶି ସ୍କୁଲରେ ପହଞ୍ଚିଲେ ଶିକ୍ଷକ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ତେଲେଙ୍ଗାନାର ମହବୁବାବାଦ ଜିଲ୍ଲାରେ ।

A Teacher risked his life to reach school
ଅଣ୍ଟାଏ ପାଣିରେ ପଶି ସ୍କୁଲରେ ପହଞ୍ଚିଲେ ଶିକ୍ଷକ

ହାଇଦ୍ରାବାଦ: ଆଗ କର୍ତ୍ତ୍ୟବ ତା ପରେ ଯାହା । ସ୍କୁଲରେ ପହଞ୍ଚିବାକୁ ନିଜ ଜୀବନକୁ ବିପଦରେ ପକାଇଲେ ଶିକ୍ଷକ । ଅଣ୍ଟାଏ ପାଣିରେ ପଶି ସ୍କୁଲକୁ ଗଲେ ଶିକ୍ଷକ । ଏପରି ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ମହବୁବାବାଦ ଜିଲ୍ଲାରେ ।

ତେଲେଙ୍ଗାନାର ଚକ୍ରୁତଣ୍ଡା ଗୁଡୁର ଜୋନର ଅଜମିର ରୁପଲା ଆଦିବାସୀ ଗାଁର ଡୋରାଭାରି ଥିମ୍ପାପୁରମ ସରକାରୀ ବିଦ୍ୟାଳୟରେ ଶିକ୍ଷକତା କରନ୍ତି । ସବୁଦିନ ପରି ସେ ସୋମବାର ସ୍କୁଲକୁ ବାହାରିଲେ । ସୋମବାର ପ୍ରବଳ ବର୍ଷା ହେବାରୁ ପୋଖରୀରେ ଜଳସ୍ତର ବଢିଯାଇଥିଲା । ଫଳରେ ଅଜମିରଙ୍କୁ ରାସ୍ତା ପାରି ହେବାରେ ଅସୁବିଧା ହୋଇଥିଲା । ହେଲେ ସେ ଡରି ନଥିଲେ । ସାହାସର ସହ ଅଣ୍ଟାଏ ପାଣିରେ ପଶି ଏକ ଦଉଡି ସାହାଯ୍ୟରେ ରାସ୍ତା ପାରି ହୋଇ ବିଦ୍ୟାଳୟରେ ପହଞ୍ଚିଥିଲେ । ତାଙ୍କର କର୍ତ୍ତବ୍ୟ ଆଗରେ ବର୍ଷା ପାଣି ହାରମାନିଛି । ସ୍କୁଲରୁ ଫେରିବାବେଳେ ବି ଅଜମିରଙ୍କୁ ସମାନ ଅସୁବିଧାର ସାମ୍ନା କରିବାକୁ ପଡିଥିଲା ।

ଗାଁକୁ ଭଲ ରାସ୍ତା ନଥିବାରୁ ବର୍ଷା ଦିନରେ ଏପରି ଅସୁବିଧା ହେଉଥିବା କହିଛନ୍ତି ଗାଁ ଲୋକେ । ବାରମ୍ବାର ରାସ୍ତା ପାଇଁ ଦାବି କରିବା ସତ୍ତ୍ବେ ରାସ୍ତା କାମ ଆରମ୍ଭ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.