ETV Bharat / bharat

ପ୍ଲାଷ୍ଟିକ ମୁକ୍ତ ଅଭିଯାନ: ଫଳ ଖୋଳପାରେ ଫଳ ରସ

author img

By

Published : Feb 7, 2020, 2:28 AM IST

fruit shells
ଫଳ ଖୋଳପାରେ ଫଳ ରସ

ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ସଭିଏଁ ଚେଷ୍ଟିତ । ଏନେଇ କିଏ କେତେ ପ୍ରକାରର ବୁଦ୍ଧି ବ୍ୟବହାର କରି ନୂଆନୂଆ କୌଶଳ ଆପଣାଉଛନ୍ତି। ସେହିଭଳି ଏକ ସ୍ବାଗତ ଯୋଗ୍ୟ ଦୃଶ୍ୟ ଦେଖିବାକୁ ମିଳିଛି ବେଙ୍ଗାଲୁରରେ । ଅଧିକ ପଢନ୍ତୁ...

ବେଙ୍ଗାଲୁରୁ: କେନ୍ଦ୍ର ସରକାରଙ୍କ ପ୍ଲାଷ୍ଟିକ ମୁକ୍ତ ଅଭିଯାନକୁ ସଫଳ କରିବା ପାଇଁ ଜୁସ ଦୋକାନୀଙ୍କ ଅଭିନବ ପ୍ରୟାସ। ପ୍ଲାଷ୍ଟିକ ଗ୍ଲାସରେ ଜୁସ ଦେବା ବଦଳରେ ବ୍ୟବହାର କରୁଛନ୍ତି ଫଳର ଖୋଳପା। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ।

ରାଜଧାନୀ ସ୍ଥିତ ମଲ୍ଲେଶ୍ବରମର ଏକ ଜୁସ ଦୋକାନରେ ପ୍ଲାଷ୍ଟିକ କପ ବଦଳରେ ଫଳର ଖୋଳପାରେ ଜୁସ ଦିଆଯାଉଛି। ଯାହା ଗ୍ରାହକଙ୍କ ମଧ୍ୟରେ ବେଶ ଆଦୃତ ହୋଇଛି। ଏହି ଖୋଳପାରେ ପିଇବା ପାଇଁ ଦୋକାନରେ ମଧ୍ୟ ବେଶ ଭିଡ ଲାଗୁଛି ।

ଏଭଳି କୌଶଳ ସୋସିଆଲ ମିଡିଆରୁ ଶିଖିଥିବା କହିଛନ୍ତି ଦୋକାନୀ । ତେବେ ଏହି ଖୋଳାପ ବ୍ୟବହାର ପରେ ଏଣେତେଣେ ଫୋପଡା ନଯାଇ ଗାଈ ଆଉ ମଇଁଷକୁ ଦିଆଯାଇଥାଏ।

Intro:Body:

jkjkjkjkjk


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.