ETV Bharat / bharat

ନବରାତ୍ରୀ: ମହାନବମୀରେ ମା’ ସିଦ୍ଧିଦାତ୍ରୀ ରୂପ

author img

By

Published : Oct 7, 2019, 8:15 AM IST

ଡିଜାଇନ ଫଟୋ

ନବରାତ୍ରୀର ଶେଷଦିନରେ ଆଜି ଦେବୀ ଦୁର୍ଗାଙ୍କୁ ସିଦ୍ଧିଦାତ୍ରୀ ସ୍ବରୂପ ପୂଜା କରାଯାଉଛି । ଦେବୀ ଦୁର୍ଗାଙ୍କ ନଅ ରୂପ ମଧ୍ୟରୁ ସିଦ୍ଧିଦାତ୍ରୀ ନବମ ଶକ୍ତି ।

ହାଇଦ୍ରାବାଦ: ନବରାତ୍ରୀର ଶେଷଦିନରେ ଆଜି ଦେବୀ ଦୁର୍ଗାଙ୍କୁ ସିଦ୍ଧିଦାତ୍ରୀ ସ୍ବରୂପ ପୂଜା କରାଯାଉଛି । ଦେବୀ ଦୁର୍ଗାଙ୍କ ନଅ ରୂପ ମଧ୍ୟରୁ ସିଦ୍ଧିଦାତ୍ରୀ ନବମ ଶକ୍ତି ।

ସାରା ଜଗତର ରିଦ୍ଧି ଓ ସିଦ୍ଧିର ଦେବୀ ହେଉଛନ୍ତି ସିଦ୍ଧିଦାତ୍ରୀ । ସ୍ବର୍ଣ୍ଣ ଆଭୁଷଣରେ ସୁସଜ୍ଜିତ ଚର୍ତ୍ତୁମୂଜା ମା’ ହସ୍ତରେ ଶଙ୍ଖ, ଚକ୍ର, ଗଦା ଏବଂ ପଦ୍ମ ଧାରଣ କରି ସିଂହ ଉପରେ ବସି ଧରାପୃଷ୍ଠରେ ବିରାଜମାନ କରିଥାନ୍ତି । ନବମୀ ଅବସରରେ ସିଦ୍ଧିଦାତ୍ରୀ ମା’ଙ୍କୁ ପୂଜାର୍ଚ୍ଚନା କରିବା ଦ୍ବାରା ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି ।

maa siddhidatri
ଫାଇଲ ଫଟୋ

ଆଜି ଦେବୀଙ୍କୁ ତିଳ ବା ରାଶି ନୈବେଦ୍ୟ ଆକାରରେ ଅପର୍ଣ କରିବା ଶୁଭଙ୍କର । ଏଥିସହିତ ଡାଳିମ୍ବ ମଧ୍ୟ ଅର୍ପଣ କରାଯାଏ । ନବରାତ୍ରୀର ମହାନବମୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସିଦ୍ଧିଦାତ୍ରୀଙ୍କ କୃପାରୁ ଆମେ ସବୁ ଆମର ସିଦ୍ଧି ପ୍ରାପ୍ତ କରୁ ବୋଲି ସେ ଲେଖିଛନ୍ତି ।

maa siddhidatri
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@narendramodi
Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.